vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

୨୫ ମେରୁ ନୌତପା, ବଢିବ ପୃଥିବୀର ଉତ୍ତାପ, ରୁହନ୍ତୁ ସାବଧାନ

24/05/2022 at 8:56 PM

ନୂଆଦିଲ୍ଲୀ ୨୪।୫: ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଜ୍ୟେଷ୍ଠମାସରେ ସୂର୍ଯ୍ୟ ଯେତେବେଳେ ରୋହିଣୀ ନକ୍ଷତ୍ରରେ ପ୍ରବେଶ କରନ୍ତି ସେତେବେଳେ ଭାରତରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହୋଇଥାଏ। ଏଣୁ ଏହି ସମୟକୁ ଦେଶରେ ନୌତପା  କୁହାଯାଏ। ସୂର୍ଯ୍ୟ ରୋହିଣୀ ନକ୍ଷତ୍ରରେ ୧୪ ଦିନ ପର୍ଯ୍ୟନ୍ତ ଅବସ୍ଥାନ କରନ୍ତି। ତେବେ ପ୍ରଥମ ୯ ଦିନ ପ୍ରଚଣ୍ଡ ରୌଦ୍ର ଯୋଗୁ ଅସହ୍ୟ ଗରମ ଅନୁଭୂତ ହେବ। ଦେଶରେ ନୌତପା ଯୋଗୁ ୨୫ ମେରୁ ଜୁନ ୨ ତାରିଖ ଗୁରୁବାର ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହେବ।

ପଞ୍ଜିକା ଅନୁସାରେ ସୂର୍ଯ୍ୟ ୨୫ ମେ ପୂର୍ବାହ୍ନ ୮ଟା ୧୬ ମିନିଟରେ ରୋହିଣୀ ନକ୍ଷତ୍ରକୁ ପ୍ରବେଶ କରିବେ। ସେହିପରି ରୋହିଣୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ୮ ଜୁନ ପୂର୍ବାହ୍ନ ୬ଟା ୪୦ ମନିଟ୍ ପର୍ଯ୍ୟନ୍ତ ହେବ। ଧର୍ମଶାସ୍ତ୍ର ଅନୁସାରେ ନୌତପା କାଳରେ ସୂର୍ଯ୍ୟଙ୍କ ସିଧା କିରଣ ପୃଥିବୀ ଉପରେ ପଡିଥାଏ। ଏଣୁ ପୃଥିବୀର ତାପମାତ୍ରା ବୃଦ୍ଧି ହୋଇଥାଏ। ଏପରି ପାଗରେ କାଳ ବୈଶାଖୀର ଅନେକ ସମ୍ଭାବନା ମଧ୍ୟ ରହେ। ଏଣୁ ଏହି ସମୟରେ ଦିନବେଳା ଘରୁ ପଦାକୁ ବାହାରିବା ଉପରେ ରୋକ ରହିଥାଏ। ଏଣୁ ଲୋକଙ୍କୁ ସେମାନଙ୍କ ସବୁ କାମ ସକାଳେ ଓ ଅପରାହ୍ନରେ କରିବାକୁ ପରାମର୍ଶ ଦିଆଯାଏ।

ନୌତପା ଜ୍ୟେଷ୍ଠମାସରେ ହୋଇଥାଏ। ଏଣୁ ଲୋକେ ଅଧିକରୁ ଅଧିକ ଜଳର ଉପଯୋଗ କରିବା ଜରୁରୀ। ନୌତପା ଗ୍ରହ ଓ ନକ୍ଷେତ୍ରଙ୍କ ସ୍ଥିତି ମଧ୍ୟ ଅଶୁଭ ଥାଏ। ଏଣୁ ଲୋକଙ୍କୁ ମଧ୍ୟାହ୍ନରେ ଘରୁ ବାହାରକୁ ନ ବାହାରିବା ଲାଗି ପରାମର୍ଶ ଦିଆଯାଇଥଏ। ଏଥିରେ ଯଦି କାହାରିକୁ ବାହାରକୁ ବାହାରିବାକୁ ପଡେ ତେବେ ସୂତା ପୋଷାକରେ ଛତା, ପାଣି ବୋତଲ ଆଦି ସାଙ୍ଗରେ ଧରି ବାହାରିବାକୁ ପରାମର୍ଶ ଦିଆଯାଏ।  

   Related Posts