ଭାରତ ବିରୋଧୀ ଏଜେଣ୍ଡା ଚଲାଉଥିବା ଲୋକଙ୍କ ହାତରେ BBC: କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ

Published By : Prameya-News7 Bureau | June 07, 2023 IST

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂ ପୁରୀ ମଙ୍ଗଳବାର ବିବିସି କାର୍ଯ୍ୟାଳୟ ଉପରେ ଆଇଟି ରେଡ୍ ଏବଂ ପ୍ରେସ୍ ସ୍ୱାଧୀନତା ଉପରେ ଉଠୁଥିବା ଅଭିଯୋଗ ଉପରେ ଜବାବ ରଖିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବ୍ରିଟିଶ ବ୍ରଡକାଷ୍ଟର ଭାରତ ବିରୋଧରେ ଏଜେଣ୍ଡା ଚଲାଉଥିବା ଲୋକଙ୍କ ହାତରେ ରହିଛି ।

କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ମିଡିଆକୁ ସମ୍ୱୋଧିତ କରି କହିଛନ୍ତି ଯେ ଆମ ଆଇନ ପାରଦର୍ଶୀ ଅଟେ । ଯଦି କେହି ଟ୍ୟାକ୍ସ ପୈଠ ନକରେ ତେବେ ତାକୁ ନୋଟିସ୍ ପଠାଯାଏ, ସେମାନେ କୁହନ୍ତି ଏହା ପ୍ରେସର ସ୍ୱାଧୀନତାର ପ୍ରସଙ୍ଗ ଅଟେ...ମୁଁ ଏହି ବିଷୟରେ ଅଧିକ କହିବାକୁ ଚାହୁଁ ନାହିଁ କିନ୍ତୁ ଅତୀତରେ ଅନେକ କିଛି କାର୍ଯ୍ୟରୁ ଜଣାପଡୁଛି ଯେ ଭାରତ ବିରୋଧୀ ଏଜେଣ୍ଡା ଚଲାଉଥିବା ଲୋକଙ୍କ ହାତରେ ରହିଛି ।

ଉଲ୍ଲେଖଯୋଗ୍ୟ ଯେ ଆୟକର ବିଭାଗ ଚଳିତ ବର୍ଷ ଫେବ୍ରୁଆରୀରେ ବ୍ରିଟିଶ ବ୍ରଡକାଷ୍ଟର (ବିବିସି)ର ନୂଆଦିଲ୍ଲୀ ଏବଂ ମୁମ୍ୱାଇ ସ୍ଥିତ କାର୍ଯ୍ୟାଳରେ ଚଢଉ କରିଥିଲା । ଆୟକର ବିଭାଗର ଏକ ସର୍ଭେ ପରେ ଇଡି ଏହା ପୂର୍ବରୁ ବିବିସିକୁ ସମନ ପଠାଇ ମାମଲାର ତଦନ୍ତ ପାଇଁ ଦାବି କରିଥିଲା ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଏକ ବିବାଦୀୟ ଡକ୍ୟୁମେଣ୍ଟ୍ରୀ ପରେ ବ୍ରିଟିଶ ବଡକାଷ୍ଟର ଭାରତୀୟ ଏଜେନ୍ସିଙ୍କ ରାଡରକୁ ଆସିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.