ନୂଆଦିଲ୍ଲୀ ୨୯।୧: ଫେବୃଆରୀ ମାସରେ ୧୦ଦିନ ବନ୍ଦ ରହିବ ବ୍ୟାଙ୍କ୍ । ଏହି ଦିନଗୁଡିକରେ ବ୍ୟାଙ୍କ୍ ରେ କୌଣସି କାମ ହେବନାହିଁ । ଚଳିତ ବର୍ଷ ଅଧିବର୍ଷ ପଡୁଥିବାରୁ ଫେବୃଆରୀ ମାସଟି ୨୯ଦିନିଆ । ବ୍ୟାଙ୍କ୍ କର୍ମଚାରୀମାନେ ଫେବୃଆରୀ ମାସ ଆରମ୍ଭରୁ ଆନ୍ଦୋଳନ କରିବେ । ଫଳରେ ବ୍ୟାଙ୍କ୍ କାର୍ଯ୍ୟ ପ୍ରଭାବିତ ହେବ । ଏହା ବ୍ୟତୀତ ୨୧ ଫେବୃଆରୀରେ ଶିବରାତ୍ରୀ ପାଳନ କରାଯିବ ।
କେଉଁ କେଉଁ ତାରିଖରେ ବନ୍ଦ ରହିବ ବ୍ୟାଙ୍କ୍ :
୧ ଫେବୃଆରୀ- ସରକାରୀ ବ୍ୟାଙ୍କ୍ କର୍ମଚାରୀଙ୍କ ଆନ୍ଦୋଳନ
୨ ଫେବୃଆରୀ- ରବିବାର
୮ ଫେବୃଆରୀ- ଶନିବାର
୯ ଫେବୃଆରୀ- ରବିବାର
୧୫ ଫେବୃଆରୀ- ଲୁଇ ନାଇ ନି (ମଣିପୁରରେ ବ୍ୟାଙ୍କ୍ ବନ୍ଦ ରହିବ)
୧୬ ଫେବୃଆରୀ- ରବିବାର
୧୯ ଫେବୃଆରୀ- ଛତ୍ରପତି ଶିବାଜୀ ଜୟନ୍ତୀ (ମହାରାଷ୍ଟ୍ରରେ ବ୍ୟାଙ୍କ୍ ବନ୍ଦ), ସନ୍ଥ ରବିଦାସ ଜୟନ୍ତୀ (ଚଣ୍ଡିଗଡ, ପଞ୍ଜାବ, ହରିୟାଣାରେ ବ୍ୟାଙ୍କ୍ ବନ୍ଦ)
୨୧ ଫେବୃଆରୀ- ମହାଶିବରାତ୍ରୀ
୨୨ ଫେବୃଆରୀ- ଶନିବାର
୨୩ ଫେବୃଆରୀ- ରବିବାର