AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ

2/12/2022 at 9:54 AM

ବୌଦ୍ଧ ୦୨/୧୨: ମନମୁଣ୍ଡା ବାଇପାସ୍ ର ଏକ ନାଳ ରୁ ବ୍ୟାଙ୍କ୍ କର୍ମଚାରୀ ଙ୍କ ମୃତଦେହ ଉଦ୍ଧାର । ବ୍ୟାଙ୍କ କର୍ମଚାରୀ ଜଣକ ଦେଉଳି ଗ୍ରାମର ଚିତ୍ତରଞ୍ଜନ ନାଏକ। ଚିତ୍ତରଞ୍ଜନ ସୋନପୁର ୟୁନିୟନ ବ୍ୟାଙ୍କ୍ ରେ କାର୍ଯ୍ୟରତ ଥିଲେ । lତେବେ କର୍ମଚାରୀଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ ସକାଳ ସମୟରେ କିଛି ଲୋକ ପ୍ରାତଃ ଭ୍ରମଣ କରୁଥିବା ସମୟରେ ପୋଲ ତଳେ ନାଳରେ ଏକ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ଏହାସହ ପାଖରେ ବାଇକ୍, ମଦ ବୋତଲ, ଗ୍ଲାସ୍, ମୋବାଇଲ୍, ପାୱାର ବ୍ୟାଙ୍କ୍ ଆଦି ପଡିଥିବା ଦେଖିବାକୁ ପାଇଥିଲେ । ଏନେଇ ସଙ୍ଗେ ସଙ୍ଗେ ମନମୁଣ୍ଡ ପୋଲିସ୍ କୁ ଖବର ଦେବାରୁ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ ଜାରି ରଖିଛି । ତେବେ କେଉଁ କାରଣରୁ ଯୁବକଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ ।

   Related Posts