ଆସିଲା ଜୁନ୍ ମାସର ବ୍ୟାଙ୍କ ଛୁଟି ତାଲିକା, ଜାଣନ୍ତୁ କେତେ ଦିନ ବନ୍ଦ ରହିବ ବ୍ୟାଙ୍କ୍
29/05/2023 at 12:41 PM

ନୂଆଦିଲ୍ଲୀ ୨୯।୦୫: ୨ ଦିନ ପରେ ଆରମ୍ଭ ହେବ ଜୁନ୍ ମାସ । ଛୁଟି ତାଲିକା ଘୋଷଣା କଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଜୁନ୍ ମାସରେ ମୋଟ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ। ଯେଉଁ କାରଣରୁ ଗ୍ରାହକଙ୍କର ବ୍ୟାଙ୍କ ସହିତ ଜଡି଼ତ କାର୍ଯ୍ୟ ହୋଇପାରେ ପ୍ରଭାବିତ । ଯଦି ଆପଣଙ୍କର ବ୍ୟାଙ୍କ ସହ ଜଡିତ କୌଣସି କାର୍ଯ୍ୟ ବାକି ଅଛି ତାହାଲେ ଏହାକୁ ସାରି ନିଅନ୍ତୁ । ମୋଟ ୧୨ ଦିନ ବ୍ୟାଙ୍କ ବନ୍ଦରେ ଦ୍ବିତୀୟ, ଚତୁର୍ଥ ଶନିବାର ସହ ରବିବାର, ଜାତୀୟ ଓ ଆଞ୍ଚଳିକ ସ୍ତରରେ ପାଳନ ହେଉଥିବା ପର୍ବପର୍ବାଣି ମଧ୍ଯ ଅନ୍ତର୍ଭୁକ୍ତ ରହିଛି । ତେବେ ଆସନ୍ତୁ ଜାଣିବା ଜୁନ୍ ମାସରେ କେତେ ଦିନ ବନ୍ଦ ରହିବ ବ୍ୟାଙ୍କ ?
- ୪ ଜୁନ୍ ୨୦୨୩: ରବିବାର ହେତୁ ସାରା ଦେଶରେ ବ୍ୟାଙ୍କ ଗୁଡ଼ିକ ବନ୍ଦ ।
- ଜୁନ୍ ୧୦, ୨୦୨୩: ଦ୍ୱିତୀୟ ଶନିବାର ହେତୁ ସାରା ଦେଶରେ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ ।
- ୧୧ ଜୁନ୍ ୨୦୨୩: ରବିବାର ହେତୁ ସାରା ଦେଶରେ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ ।
- ୧୫ ଜୁନ୍ ୨୦୨୩: ରଜ ସଂକ୍ରାନ୍ତି ଯୋଗୁଁ ମିଜୋରାମ ଓ ଓଡିଶାରେ ବ୍ୟାଙ୍କ ସେବା ବନ୍ଦ ରହିବ ।
- ୧୮ ଜୁନ୍ ୨୦୨୩: ରବିବାର ହେତୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ ।
- ୨୦ ଜୁନ୍ ୨୦୨୩: ରଥଯାତ୍ରା ପାଇଁ ଓଡିଶାରେ ବ୍ୟାଙ୍କ ବନ୍ଦ ରହିବ ।
- ୨୪ ଜୁନ୍ ୨୦୨୩: ଚତୁର୍ଥ ଶନିବାର ହେତୁ ବ୍ୟାଙ୍କ ବନ୍ଦ ରହିବ ।
- ୨୫ ଜୁନ୍ ୨୦୨୩: ରବିବାର ହେତୁ ସାରା ଦେଶରେ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ ।
- ୨୬ ଜୁନ୍ ୨୦୨୩: ଖର୍ଚ୍ଚି ପୂଜା ପାଇଁ ତ୍ରିପୁରାରେ ବ୍ୟାଙ୍କ ବନ୍ଦ ରହିବ ।
- ୨୮ ଜୁନ୍ ୨୦୨୩: Eid Ul Azha ଲାଗି ମହାରାଷ୍ଟ୍ର, ଜମ୍ମୁ, କାଶ୍ମୀର, କେରଳରେ ବ୍ୟାଙ୍କ ବନ୍ଦ ରହିବ ।
- ୨୯ ଜୁନ୍ ୨୦୨୩: Eid-Ul-Adha ପାଇଁ ମହାରାଷ୍ଟ୍ର, ସିକିମ୍, ଓଡ଼ିଶା ଓ କେରଲକୁ ଛାଡି ପ୍ରାୟତଃ ଦେଶର ସମସ୍ତ ରାଜ୍ୟରେ ବ୍ୟାଙ୍କ ସେବା ବନ୍ଦ ରହିବ ।
- ୩୦ ଜୁନ୍ ୨୦୨୩: ରିମା ଇଦ୍ ଉଲ୍ ଅଜାହ ପାଇଁ ମିଜୋରାମ ଓ ଓଡିଶାରେ ବ୍ୟାଙ୍କ ବନ୍ଦ ରହିବ ।
ତେବେ ବ୍ୟାଙ୍କ ବନ୍ଦ ହେବା ସତ୍ତ୍ୱେ ଗ୍ରାହକମାନେ ଡିଜିଟାଲ୍ ମାଧ୍ୟରେ ନିଜର ସମସ୍ତ କାର୍ଯ୍ୟ ଶେଷ କରିପାରିବେ । UPI, ମୋବାଇଲ୍ ବ୍ୟାଙ୍କିଙ୍ଗ୍, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଭଳି ଡିଜିଟାଲ୍ ସେବା ଉପରେ ବ୍ୟାଙ୍କ ଛୁଟିର କୌଣସି ପ୍ରଭାବ ପଡିବ ନାହିଁ ।
You Can Read: