ଡିସେମ୍ବର ମାସରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ: ଜାଣନ୍ତୁ କେଉଁ କେଉଁ ଦିନ

Published By : Prameya-News7 Bureau | November 30, 2020 IST

ନୂଆଦିଲ୍ଲୀ ୩୦/୧୧ : ଡିସେମ୍ବର ମାସରେ ୧୦ରୁ ଅଧିକ ଛୁଟି ଦିନ ପଡୁଛି । ଏହି ସମୟରେ ବ୍ୟାଙ୍କ କାର୍ଯ୍ୟ ମଧ୍ୟ ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ରିଜର୍ଭ ବ୍ୟାଙ୍କର ଗାଇଡଲାଇନ୍ ଅନୂଯାୟୀ ଡିସେମ୍ବର ମାସରେ ହେବାକୁ ଥିବା ଛୁଟି ଦିନ ଗୁଡିକ ପର୍ବପର୍ବାଣୀ ଅନୁଯାୟୀ ଭିନ୍ନ ରାଜ୍ୟମାନଙ୍କରେ ଭିନ୍ନ ଭିନ୍ନ ରହିଛି ।  କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଛୁଟି ଦିନ ଗୁଡିକ ସମସ୍ତ ପବ୍ଲିକ ଏବଂ ଘରୋଇ ବ୍ୟାଙ୍କଗୁଡିକ ପାଇଁ ଲାଗୁ ହେବ । ଆଞ୍ଚଳିକ ଛୁଟି ଦିନଗୁଡିକ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ଘୋଷଣା କରାଯିବ ।

ଜାଣନ୍ତୁ କେଉ କେଉ ଦିନ ବନ୍ଦ ରହିବ ବ୍ୟାଙ୍କ

ଡିସେମ୍ବର ୧- ଗ୍ରେଟର୍ ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନ

ଡିସେମ୍ବର ୩- କନକଡାସା ଜୟନ୍ତୀ / ସେଣ୍ଟ ଫ୍ରାନ୍ସିସ୍ ଜାଭିୟରଙ୍କ ପର୍ବ

ଡିସେମ୍ବର ୧୨-ଗାରୋ ଜନଜାତି ନେତା ପା-ଟୋଗାନ୍ ନେଙ୍ଗମିନଜା ସାଙ୍ଗମାଙ୍କ ୧୪୫ ତମ ଶ୍ରାଦ୍ଧ ବାର୍ଷିକୀ

ଡିସେମ୍ବର ୧୭-ସିକ୍କିମରେ ଲସୁଙ୍ଗ / ନାମସୁଙ୍ଗ

ଡିସେମ୍ବର ୧୮-ଖାସି କବି ୟୁ ସୋସୋ ଥାମ/ଲୋସୋଙ୍ଗ/ନାମସୋଙ୍ଗଙ୍କ ଶ୍ରାଦ୍ଧ ବାର୍ଷିକୀ

ଡିସେମ୍ର ୧୯-ଗୋଆ ମୁକ୍ତି ଦିବସ

ଡିସେମ୍ବର ୨୪-ଖ୍ରୀଷ୍ଟମାସ

ଡିସେମ୍ବର ୨୫- ଖ୍ରୀଷ୍ଟମାସ

ଡିସେମ୍ବର ୨୬- ଖ୍ରୀଷ୍ଟମାସ ପର୍ବ

ଡିସେମ୍ବର ୩୦-ମେଘାଳୟର ସ୍ୱାଧୀନତା ସଂଗ୍ରାମୀ ୟୁ କିଆଙ୍ଗ ନାଙ୍ଗବାଙ୍କ ଶ୍ରାଦ୍ଧ ବାର୍ଷିକୀ

ଡିସେମ୍ବର ୩୧-ବର୍ଷର ଶେଷ ଦିନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.