୫ ବର୍ଷରେ ବ୍ୟାଙ୍କ୍‌ ଆଦାୟ କରିଛି ୩୫ ହଜାର କୋଟିରୁ ଅଧିକ ଫାଇନ୍‌, ସଂସଦରେ ସରକାର ଦେଲେ ତଥ୍ୟ

Published By : Prameya-News7 Bureau | August 09, 2023 IST

ନୂଆଦିଲ୍ଲୀ, ୦୯/୦୮: ସରକାରୀ ଏବଂ ବେସରକାରୀ ବ୍ୟାଙ୍କ୍‌ମାନେ ୫ ବର୍ଷରେ ବିଭିନ୍ନ ଫାଇନ୍‌ ଏବଂ ସେବା ବାବଦକୁ ଆଦାୟ କରିଛନ୍ତି ୩୫ ହଜାର କୋଟିରୁ ଅଧିକ ଫାଇନ୍‌। ବୁଧବାର ସଂସଦରେ ଏହି ତଥ୍ୟ ଦେଇଛନ୍ତି କେନ୍ଦ୍ର ସରକାର।

ରାଜ୍ୟସଭା ସାଂସଦ ଅମି ୟାଗ୍ନିକଙ୍କ ପ୍ରଶ୍ନର ଉତ୍ତରରେ ରାଷ୍ଟ୍ରମନ୍ତ୍ରୀ ଭାଗବତ କରାଡ କହିଛନ୍ତି, ୨୦୧୮ ପରଠାରୁ ଗତ ୫ ବର୍ଷରେ ଗ୍ରାହକଙ୍କଠାରୁ ୩୫, ୫୮୭ କୋଟି ଟଙ୍କାର ପେନାଲ୍ଟି ଚାର୍ଜ ଆଦାୟ କରିଛନ୍ତି। ଆଦାୟ ହୋଇଥିବା ଏହି ରାଶି ମଧ୍ୟରେ, ସର୍ବନିମ୍ନ ରାଶି ବାବଦକୁ ଲାଗୁଥିବା ପେନାଲ୍ଟି ଚାର୍ଜ, ଅତିରିକ୍ତ ଏଟିଏମ ଟ୍ରାଞ୍ଜାକ୍ସନ ଚାର୍ଜ ଏବଂ ଏସଏମଏସ ରହିଛି।

ଆହୁରି ପଢ଼ନ୍ତୁ: ୧୩ ବର୍ଷର ସର୍ବୋଚ୍ଚ ସ୍ତରରେ ଭାରତୀୟ ସେବା କ୍ଷେତ୍ର, ସର୍ଭେରୁ ଆସିଲା ତଥ୍ୟ

ସେ ଆହୁରି କହିଛନ୍ତି ୨୦୧୮ ପରଠାରୁ ସର୍ବନିମ୍ନ ରାଶି ବାବଦକୁ ୨୧,୦୪୪.୦୪ କୋଟି ଟଙ୍କା, ଅତିରିକ୍ତ ଏଟିଏମ ଟ୍ରାଞ୍ଜାକ୍ସନ ବାବଦକୁ ୮୨୮୯ କୋଟି ଟଙ୍କା ଏବଂ ଏସଏମଏସ ସେବା ଉପଲବ୍ଧ କରିବା ବାବଦରେ ବ୍ୟାଙ୍କ୍‌ ୬୨୫୪.୩୨ କୋଟି ଟଙ୍କା ଆଦାୟ କରିଛନ୍ତି।

ସେହିପରି ଗରିବଙ୍କ ପାଇଁ ବ୍ୟାଙ୍କ୍ ସେବା ନିୟନ୍ତ୍ରଣ କିପରି କରାଯାଇଛି ପ୍ରଶ୍ନରେ ସେ କହିଛନ୍ତି ବେସିକ୍‌ ସେଭିଙ୍ଗ୍ସ ବ୍ୟାଙ୍କ୍‌ ଡିପୋଜିଟ୍‌ ଆକାଉଣ୍ଟ (BSBDA) ଯେଉଁଥିରେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅନୁଯାୟୀ ଖୋଲାଯାଇଥିବା ଆକାଉଣ୍ଟରେ କୌଣସି ଚାର୍ଜ ଆଦାୟ ହୋଇନଥାଏ। ଆଉ ଏହି ଆକାଉଣ୍ଟରେ ସର୍ବନିମ୍ନ ରାଶିର ମଧ୍ୟ ଆବଶ୍ୟକତା ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.