AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ଢାକାରେ ଏକାଠି ହେଲେ ହଜାର ହଜାର ପ୍ରଦର୍ଶନକାରୀ, ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବି

10/12/2022 at 5:35 PM

ନୂଆଦିଲ୍ଲୀ: ବାଂଲାଦେଶ ସରକାର ବିରୋଧରେ ଶନିବାର ସକାଳଠୁ ପ୍ରଦର୍ଶନ ଆରମ୍ଭ ହୋଇଛି । ବିରୋଧୀ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ନେତୃତ୍ୱରେ ଡାକରା ଦିଆଯାଇଥିବା ରାଲିରେ ହଜାର ହଜାର ଲୋକେ ସାମିଲ ହୋଇଥିଲେ । ବାଂଲାଦେଶୀ ମିଡିଆ ଅନୁସାରେ ଢାକାର ସୈୟଦାବାଦରେ ଗୋପାଳବାଗ ମୈଦାନ ଲୋକଙ୍କ ଭିଡ ଜମିଥିଲା । ଲୋକେ ଏଠାରେ ଏକାଠି ହୋଇ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବି କରିଥିଲେ । ବିଏନପିର ଦାବି ବାଂଲାଦେଶରେ ତତ୍କାଳ ନିର୍ବାଚନ ନେଇ ଘୋଷଣା କରାଯାଉ।

ହସିନା ସରକାର ପକ୍ଷରୁ ଏହି ପ୍ରଦର୍ଶନ ଉପରେ ତମାମ କଟକଣା ଲଗାଯିବା ପରେ ଏତେ ବଡ଼ ସଂଖ୍ୟାରେ ଲୋକେ ଏକାଠି ହେବା ଏକ ବଡ଼ ଘଟଣାକ୍ରମ । ଅନ୍ୟପଟେ ଏହି ପ୍ରଦର୍ଶନ ସମୟରେ ବିଏନପିର ସାତ ସାଂସଦ ନିଜ ଇସ୍ତଫା ନେଇ ଘୋଷଣା କରିଛନ୍ତି ।

ଦେଶରେ କ୍ଷମତାରେ ଥିବା ଆବାମୀ ଲିଗ ପରିବର୍ତ୍ତେ ଏକ କାର୍ଯ୍ୟକାରୀ ସରକାର ଅଧିନରେ ନିର୍ବାଚନ କରାଇବା ପାଇଁ ପ୍ରଧାନମନ୍ତ୍ରୀ ହସିନାଙ୍କ ଇସ୍ତଫା ଦାବି କରୁଛି ବିଏନପି । ପାର୍ଟିର ସନ୍ଦେହ ଯେ ଶେଖ ହସିନା ପ୍ରଶାସନ ନିର୍ବାଚନରେ ଜାଲିଆତି କରିପାରେ। ଉଲ୍ଲେଖଯୋଗ୍ୟ ଯେ 2024ରେ ବାଂଲାଦେଶରେ ସାଧାରଣ ନିର୍ବାଚନ ହେବ ।     

   Related Posts