ମୋ ସ୍ୱାମୀ ଦିନରେ ପୁରୁଷ ରାତିରେ ନାରୀ, କହିଥିଲେ ଇଞ୍ଜିନୟର ବାହାରିଲେ ଲେବର: ପତ୍ନୀଙ୍କ ସଂଗୀନ ଅଭିଯୋଗ

Published By : Prameya-News7 Bureau | November 07, 2022 IST

ସୋର: ଇଞ୍ଜିନିୟର କହି ବାହା କରାଇ ଦେଲେ। ହେଲେ ଜାଣିଲା ବେଳକୁ ସ୍ୱାମୀ ଜଣେ ସମଲିଙ୍ଗୀ। ଇଞ୍ଜିନିୟର ନୁହେଁ, ବରଂ ସାଧାରଣ ଲେବର। ଚଳାଉଥିଲେ ସେକ୍ସ ରାକେଟ୍। ସ୍ୱାମୀଙ୍କ କଳାକାରନାମାର ଗଦା ଗଦା ଫଟୋ ଦେଖି ହତବାକ ସ୍ତ୍ରୀ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳରୁ ଏମିତି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସ୍ୱାମୀ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସ୍ତ୍ରୀ।

ସୋର ଥାନା ମୂଳିସିଂହ ଗ୍ରାମର ଚିରଞ୍ଜୀତ ଖିଲାର। ନିଜକୁ ଇଞ୍ଜିନିୟର କହି ୨୦୧୯ ମାର୍ଚ୍ଚ ୮ରେ  ଖଇରା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ବିବାହର ୬ ମାସ ଠିକ୍‌ଠାକ୍ ଚାଲିବା ପରେ ଚିରଞ୍ଜିତଙ୍କ ଅସଲ ପରିଚୟ ଜଣାପଡ଼ିଥିଲା। ଚିରଞ୍ଜିତ କାମ କରୁଥିବା ସହର ସୁରତକୁ ଯାଇଥିଲେ ପୀଡ଼ିତା ମହିଳା।

ସେଠି ଯାଇ ଯାହା ଜାଣିଲେ ତାଙ୍କ ପଦ ତଳୁ ମାଟି ଖସିଗଲା। ସ୍ୱାମୀ ଯେ ଜଣେ ସମଲିଙ୍ଗୀ ଜାଣିପାରିଥିଲେ ପତ୍ନୀ। ଦିନରେ ପୁଅ ରାତିରେ ଝିଅ ବେଶ। ତା ସହ ଚଳାଉଛନ୍ତି ସେକ୍ସ ରାକେଟ। ଏକଥା ଜାଣିବା ପରେ ବିରୋଧ କରିଥିଲେ ପତ୍ନୀ। ହେଲେ ତା ବଦଳରେ ମିଳିଥିଲା ଅକଥନୀୟ ଅତ୍ୟାଚାର। ଦେହ ବ୍ୟବସାୟରେ ସାମିଲ ହେବାକୁ ପତ୍ନୀକୁ ଜୋର ଜବରଦସ୍ତ ବାଧ୍ୟ କରିଥିଲେ ଚିରଞ୍ଜିତ। ଆଉ ସ୍ୱାମୀ ଚିରଞ୍ଜିତଙ୍କ ସବୁ କାରନାମାରେ ଶାଶୂ ଶ୍ୱଶୁର ଓ ନଣଦ ସାମିଲ୍ ଅଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ପୀଡ଼ିତ ମହିଳା।

ଅତ୍ୟାଚାର ସହି ନପାରି ସୁରତରେ ଥାନାର ଦ୍ୱାରସ୍ଥ ହୋଇଥିଲେ ମହିଳା। ହେଲେ ଚିରଞ୍ଜିତ ମିଠା ମିଠା କଥା କହି ଭୂଆଁ ବୁଲାଇ ପତ୍ନୀଙ୍କୁ ଘରକୁ ପଠାଇ ଦେଇଥିଲେ। କିନ୍ତୁ ତଥାପି ସୁଧରିଲେନି ଚିରଞ୍ଜିତ କି ବଦଳିଲାନି ତାଙ୍କ ସ୍ୱଭାବ। । ଏବେ ଖଇରା ଥାନାରେ ଦ୍ୱାରସ୍ଥ ହୋଇ ନ୍ୟୟ ମାଗିଛନ୍ତି ପୀଡ଼ିତା। ତେବେ ଏନେଇ ଚିରଞ୍ଜିତଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.