ଭିଜିଲାନ୍ସ ଜାଲରେ ବଲାଙ୍ଗିରର ଆସିଷ୍ଟାଣ୍ଟ କମର୍ସିଆଲ ଟାକ୍ସ ଅଫିସର
Published By : Prameya-News7 Bureau | October 11, 2018 IST
ବଲାଙ୍ଗିର ୧୧|୧୦: ଭିଜିଲାନ୍ସ ଜାଲରେ ଏସିଟିଓ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିରର ଆସିଷ୍ଟାଣ୍ଟ କମର୍ସିଆଲ ଟାକ୍ସ ଅଫିସର ଧୀରେନ୍ଦ୍ର ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ତାଙ୍କ ବଲାଙ୍ଗିର ମହାଲକ୍ଷ୍ମୀନଗର ସ୍ଥିତ ଘରେ ଚଢାଉ ହୋଇଛି । ବଲାଙ୍ଗିର ଭିଜିଲାନ୍ସ ସହ ବରଗଡ, ସୋନପୁର ଓ ସମ୍ବଲପୁର ଭିଜିଲାନ୍ସ ଟିମ୍ ମିଳିତ ଭାବରେ ଚଢାଉ କରିଥିଲେ । ତେବେ ଧୀରେନ୍ଦ୍ରଙ୍କ ଘରୁ ନଗଦ ୪ ଲକ୍ଷ ୭୧ ହଜାର ଟଙ୍କା ସହ ବ୍ୟାଙ୍କ୍ ପାସବୁକ୍, ଏଟିଏମ୍ ଓ ବିଭିନ୍ନ ଏଲଆଇସି ଇନ୍ସୁରାନ୍ସ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ଟିମ୍ । ତେବେ ଚଢଉ ଜାରି ରଖିଥିବା ବେଳେ ଗୋଟିଏ ଟଙ୍କାର ସମ୍ପତ୍ତି ରହିଥିବାର ଆକଳନ କରୁଛି ଭିଜିଲାନ୍ସ।