scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଯାଉ ଯାଉ ବଞ୍ଚିଗଲା ଜୀବନ, ସୁସ୍ଥ ହୋଇ ସ୍ୱାଧୀନ ବଖାଣିଲେ ଛାତିଥରା କାହାଣୀ

7/06/2023 at 2:29 PM

ଭଦ୍ରକ ୦୭।୦୬ :  ମୃତ୍ୟୁ ମୁଖରୁ ଆସିଲେ ଫେରି । ଆଉ ପାଇଲେ ନୂଆ ଜୀବନ । ବାହାନଗା ଟ୍ରେନ୍‌ ଟ୍ରାଜେଡିରେ ସାମ୍ନାକୁ ଆସିଛି ସ୍ୱାଧୀନ ବିଶ୍ୱାଳଙ୍କ ଲୋମଟାଙ୍କୁରା କାହାଣୀ । ଆସନ୍ତୁ ଜାଣିବା…

ଭାଉଜ ମେଡିକାଲରେ ଅଛନ୍ତି । ଝିଆରୀ ହୋଇଛି । ଝିଆରୀକୁ ଦେଖିବାକୁ ପାଇଁ କଲିକତାରୁ ଧରିଥିଲେ କରମଣ୍ଡଳ ଏକ୍ସପ୍ରେସ୍‌ । ବାପା କହୁଥିଲେ ରଜକୁ ଆସିବୁ ଆଉ ଝିଆରୀକୁ ଦେଖିବୁ । ଗାଁରେ ବୁଲାବୁଲି କରିକି ଯିବୁ । କିନ୍ତୁ ମନ ଥୟ ଧରିଲା ନାହିଁ । ଝିଆରୀକୁ ଦେଖିବାକୁ ପାଇଁ ଘରକୁ ଆସିଥିଲେ ଭଦ୍ରକ ଜିଲ୍ଲା ଅର୍ଜୁନପୁର ତରେଇସାହିର ସ୍ୱାଧୀନ ବିଶ୍ୱାଳ ।

ତେବେ କିଛି ବାଟ ଆସିବା ପରେ ହଠାତ୍‌ ଏକ ଶବ୍ଦ ହୋଇଥିଲା । ଆଉ ସବୁ କିଛି ଓଲଟପାଲଟ ହୋଇଗଲା । କରମଣ୍ଡଳ ଏକ୍ସପ୍ରେସ୍‌ର ଦୁର୍ଘଟଣା ଘଟିଲା । ସ୍ୱାଧୀନ ଏହି ଦୁର୍ଘଟଣାରେ ଏକ ବଗି ତଳେ ଚାପି ହୋଇଗଲେ । ବେହୋସ ବି ହୋଇଯାଇଥିଲା । କିନ୍ତୁ ଚେତା ଆସିବା ପରେ ପାଖରେ ଥିବା ସାଙ୍ଗକୁ ଡାକିଥିଲେ । ସେତେବେଳକୁ ତାଙ୍କ ପାଖରେ କୌଣସି ସାଙ୍ଗ ନଥିଲେ ।

ଶେଷରେ ବହୁ କଷ୍ଟରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ ।ମେଡିକାଲରୁ ସଂପୂର୍ଣ୍ଣ ସୁସ୍ଥ ହୋଇ ନିଜ ଜୀବନ ଆଉ ମୃତ୍ୟୁ ସହିତ କରିଥିବା ସଂଗ୍ରାମ ବିଷୟରେ କହିଛନ୍ତି ।

   Related Posts