ପ୍ରଧାନମନ୍ତ୍ରୀଙ୍କ ସହ ଫୋନ୍‌ରେ କଥା ହେଲେ ମୁଖ୍ୟମନ୍ତ୍ରୀ, ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଅବଗତ କଲେ ନବୀନ

Published By : Prameya-News7 Bureau | June 04, 2023 IST

ଭୁବନେଶ୍ୱର ୦୪।୦୬ : ବାହାନଗା ଟ୍ରେନ୍‌ ଟ୍ରାଜେଡି । ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ରେନ୍‌ ଟ୍ରାଜେଡିର ସଂପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏହାସହିତ ବର୍ତ୍ତମାନର ସ୍ଥିତି ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ।

ଖବର ଅନୁଯାୟୀ, ଶୁକ୍ରବାର ଦିନ ବାଲେଶ୍ୱର ବାହାନଗା ଷ୍ଟେସନ ନିକଟରେ ଟ୍ରେନ୍‌ ଦୁର୍ଘଟଣା ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ତେବେ ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାସ୍ଥଳକୁ ପରିଦର୍ଶନ କରିଥିଲେ । ଏହାପରେ ସଂଧ୍ୟା ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟ ବାହାନଗାକୁ ଗସ୍ତ କରିଥିଲେ । ସେଠାରେ ଚାଲିଥିବା ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିବା ସହ ରେଳଓ୍ୱେର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।  

ସୂଚନାଯୋଗ୍ୟ ଯେ, ବାହାନଗା ଟ୍ରେନ୍ ଟ୍ରାଜେଡିରେ ୩ ଶହ ଟପିଛି ମୃତ୍ୟୁ ସଂଖ୍ୟା । ଚାପି ହୋଇ ରହିଥିବା ବଗି ତଳୁ ମିଳିଛି ଆଉ ୧୩ ମୃତଦେହ । କ୍ରେନ୍ ସହାୟତାରେ ବଗି ଉଠିଲା ପରେ ମୃତଦେହ ମିଳିଛି । ପ୍ରଥମେ ୬ଟି ମୃତଦେହ ମିଳିଥିଲା । ପରେ ଆଉ ୭ ଜଣ ମୃତଦେହ ଉଦ୍ଧାର କରାଯାଇଛି। NDRF ଟିମ୍ ଏହି ମୃତଦେହ ଉଦ୍ଧାର କରିଛନ୍ତି । ଏବେବି ଜାରି ରହିଛି ଅପରେସନ ।

You Can Read :

wp:embed {"url":"https://www.prameyanews7.com/mobile-phone-overheating-problem-how-to-solve-mobile-phone-overheating-problem-know-the-tips/","type":"wp-embed","providerNameSlug":"prameya-news-7"}
https://www.prameyanews7.com/mobile-phone-overheating-problem-how-to-solve-mobile-phone-overheating-problem-know-the-tips/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.