ପୁରୀ ୫।୮: ବାଡ଼ଗ୍ରାହୀଙ୍କ ପୁଅଙ୍କ ଦାଦାଗିରି । ହୋଟେଲ ଭିତରେ ପ୍ରଭୁ ବଳଭଦ୍ରଙ୍କ ବାଡଗ୍ରାହୀଙ୍କ ବଡ଼ପୁଅଙ୍କ ଦାଦାଗିରି । ପୁରୀ ଚକ୍ରତୀର୍ଥ ରୋଡ ସ୍ଥିତ ଏକ ହୋଟେଲରେ ନାଇଟ୍ ମ୍ୟାନେଜର ତ୍ରିଲୋଚନ ବାରିକଙ୍କ ସହିତ ସୁରକ୍ଷାକର୍ମୀ ପ୍ରସନ୍ନ ମାଛୁଆ ଓ ଅନ୍ୟ ଚାରି ଜଣ ହୋଟେଲ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ପ୍ରଭୁ ବଳଭଦ୍ର ବାଡଗ୍ରାହୀଙ୍କ ବଡ ପୁଅ । ଘଟଣାକୁ ନେଇ ସମୁଦ୍ର କୂଳ ଥାନାରେ ଆକ୍ରମଣର ଶିକାର ହୋଇଥିବା ହୋଟେଲ ମ୍ୟାନେଜର ଓ କର୍ମଚାରୀ ଅଭିଯୋଗ କରିଛନ୍ତି ।
ତେବେ ହସ୍ତଗତ ହୋଇଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ, କଳା ରଙ୍ଗର ଟି-ସାର୍ଟ ପିନ୍ଧିଥିବା ଯୁବକ ଜଣକ ହେଉଛନ୍ତି ପ୍ରଭୁ ବଳଭଦ୍ରଙ୍କ ବାଡଗ୍ରାହୀଙ୍କ ବଡ଼ ପୁଅ । ସୋମବାର ବିଳମ୍ବିତ ରାତିରେ ବାଡଗ୍ରାହୀଙ୍କ ବଡ଼ ପୁଅ ଓ ଅନ୍ୟ ଜଣେ ସେବାୟତ ହୋଟେଲ ଭିତରେ ପଶି ଏଭଳି ଉନ୍ମତ୍ତକାଣ୍ଡ ଘଟାଇଛନ୍ତି । ଏ ସମସ୍ତ ଘଟଣା ହୋଟେଲରେ ଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ବିନା କାରଣରେ ହୋଟେଲ ନାଇଟ୍ ମ୍ୟାନେଜରଙ୍କ ସହ ପ୍ରତିବାଦ କରିଥିବା ଅନ୍ୟ ୪ ଜଣ ହୋଟେଲ କର୍ମଚାରୀଙ୍କୁ ମାଡ ମାରିଥିବା ଥାନାରେ ଅଭିଯୋଗ ହୋଇଛି । ତେବେ ସମୁଦ୍ର କୂଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କୁ ଥାନାକୁ ଉଠାଇ ନେଇଥିବା ବେଳେ ପଚରାଉଚରା କରି ସେମାନଙ୍କୁ ଛାଡ଼ି ଦେଇଥିବା ଜଣାପଡିଛି ।
You Can Read:
ଅପାରଗ ଅଧିକାରୀଙ୍କ ତଥ୍ୟ ମାଗିଲେ ରାଜ୍ୟ ସରକାର, ଆସନ୍ତା ୭ ସୁଦ୍ଧା ତଥ୍ୟ ଦେବାକୁ ନିର୍ଦ୍ଦେଶ