ଏହି OTTରେ ଷ୍ଟ୍ରିମ୍‌ ହେବ ଆୟୁଷ୍ମାନ୍‌ଙ୍କ ଫିଲ୍ମ ‘ଡକ୍ଟର ଜି’, ଜାଣନ୍ତୁ କେବେ…

Published By : Prameya-News7 Bureau | December 06, 2022 IST

ମୁମ୍ଵାଇ ୦୬।୧୧: ବଲିଉଡ୍‌ର ଜଣାଶୁଣା ଅନ୍ୟତମ ଅଭିନେତା ଆୟୁଷ୍ମାନ ଖୁରାନା । ନିକଟରେ ତାଙ୍କର ଫିଲ୍ମ 'ଡକ୍ଟର ଜି' ରିଲିଜ୍‌ ହୋଇଥିଲା। ଏଥିରେ ଆୟୁଷ୍ମାନ ସହ ରକୁଲ ପ୍ରୀତ ସିଂ ନଜର ଆସିଥିଲେ। ଏହା ୧୪ ଅକ୍ଟୋବରରେ ହଲ୍‌ରେ ରିଲିଜ୍‌ ହୋଇଥିଲା। ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଅଧିକ ପ୍ରଭାବିତ କରିପାରି ନଥିଲା, କିନ୍ତୁ ଫିଲ୍ମର କାହାଣୀ ଲୋକଙ୍କୁ ବହୁତ ପ୍ରଭାବିତ କରିଛି ।

wp:html
/wp:html

‘ଡକ୍ଟର ଜି’ଙ୍କ କାହାଣୀ ଜଣେ ମେଡିକୋ ବିଷୟରେ। ଯିଏ ଅର୍ଥୋପେଡିକ୍ସରେ ବିଶେଷଜ୍ଞ ହେବାକୁ ଚାହାଁନ୍ତି, କିନ୍ତୁ ସ୍ତ୍ରୀ ରୋଗ ଅର୍ଥାତ୍‌ ଗାଏନେକୋଲିଜ୍ଟରେ ଆଡମିଶନ ପାଆନ୍ତି । ଏହି ଚଳଚ୍ଚିତ୍ରରେ ଶେଫାଲୀ ଶାହା ଏବଂ ଶିବା ଚଢା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ଏଥି ବ୍ୟତୀତ ରକୁଲ ପ୍ରୀତଙ୍କ ଚରିତ୍ର ମଧ୍ୟ ବହୁତ ମଜାଳିଆ ଅଟେ । ପ୍ରେକ୍ଷାଳୟରେ ଯଦି ଆପଣ ଫିଲ୍ମ ଦେଖିପାରି ନାହାନ୍ତି। ତେବେ ଏହା ଖୁବ୍‌ ଶୀଘ୍ର ଓଟିଟିରେ ଦେଖିପାରିବେ। ସିନେମାର ଟ୍ୱିଟର ଆକାଉଣ୍ଟରେ 'ଡକ୍ଟର ଜି'ର OTT ରିଲିଜ୍ ତାରିଖ ଘୋଷଣା କରାଯାଇଛି। ଏହି ଫିଲ୍ମ ୧୧ ଡିସେମ୍ବରରେ ନେଟଫ୍ଲିକ୍ସ ଇଣ୍ଡିଆରେ ଷ୍ଟ୍ରିମ୍ ହେବ। ଯାହା ଆସନ୍ତା ରବିବାର ଦିନ ଦେଖିପାରିବେ।

'ଅନ୍ଧାଧୁନ୍' ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ବ୍ୟତୀତ 'ଡକ୍ଟର ଜି'ରେ ଶେଫାଲୀ ଶାହାଙ୍କ ସମେତ ତିନିଜଣ ଚମତ୍କାର ମହିଳା କଳାକାର ଅଛନ୍ତି। ଶେଫଲି ଫିଲ୍ମ ମେଡିକାଲ କଲେଜର ସଂଯୋଜକ ଭୂମିକାରେ ଥିବାବେଳେ ରକୁଲ ଆୟୁଷ୍ମାନଙ୍କ ହୋଇଛନ୍ତି । ଏହା ବ୍ୟତୀତ କେମିଡି ଡ୍ରାମାରେ ଶିବା ଚଢା ତାଙ୍କ ମାଆ ଭୂମିକାରେ ଅଭିନୟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.