ନିର୍ଦ୍ଦେଶକ ଆୟାନ୍‌ଙ୍କ ଖୁଲାସା: ରଣବୀରଙ୍କ ଯୋଗୁଁ 'ବ୍ରହ୍ମାସ୍ତ୍ର' ପ୍ରସ୍ତୁତ କରିବାକୁ ଲାଗିଥିଲା ଏତେ ବର୍ଷ

Published By : Prameya-News7 Bureau | June 16, 2022 IST

ମୁମ୍ବାଇ୧୬।୦୬: ରଣବୀର କୁପର ଏବଂ ଆଲିଆ ଭଟ୍ଟଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଟ୍ରେଲର ରିଲିଜ୍‌ ହୋଇଛି। ଉଭୟ ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଏକାଠି ଦେଖିବାକୁ ମିଳିବେ। ଏହି ଫିଲ୍ମ ଟ୍ରେଲର ଆଲିଆ ଭଟ୍ଟ ଏବଂ ନିର୍ଦ୍ଦେଶକ ଆୟନ ମୁଖାର୍ଜୀ ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଫିଲ୍ମର ଟ୍ରେଲର ବେଶ୍‌ ଦମଦାର ରହିଥିବା ବେଳେ ଭିଏଫ୍‌ଏକ୍ସ ମଧ୍ୟ ଜବରଦସ୍ତ ରହିଛି। ଟ୍ରେଲର ଦେଖିବା ମାତ୍ରେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢି ଯାଇଛି। ଫିଲ୍ମଟି ଆୟାନ୍ ମୁଖାର୍ଜୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଏହି ଚଳଚ୍ଚିତ୍ରକୁ ନିର୍ମାଣ ପାଇଁ ତାଙ୍କୁ ଅନେକ ବର୍ଷ ଲାଗିଥିଲା। ଏହାର କାରଣ ମଧ୍ୟ ଆୟାନ୍ ନିଜେ ଖୁଲାସା କରିଛନ୍ତି।

wp:html
/wp:html

ନିକଟରେ ଅୟାନ୍‌ କହିଥିଲର କି ଫିଲ୍ମ 'ବ୍ରହ୍ମାସ୍ତ୍ର'କୁ ନିର୍ମାଣ କରିବା ପାଇଁ ୯ ବର୍ଷ ସମୟ ଲାଗିଗଲା । ଫିଲ୍ମ ବିଳମ୍ବ ହେବାର କାରଣ ହେଉଛି ରଣବୀର କପୁର ନିଜେ । କାହିଁକି ନା ଯେତେବେଳେ ମୁଁ ବ୍ରହ୍ମାସ୍ତ୍ର ପାଇଁ ପ୍ରସ୍ତୁତି ଆରମ୍ଭ କଲି, ରଣବୀରଙ୍କୁ ସଞ୍ଜୁ ଅଫର୍ କରାଯାଇଥିଲା। ସେ ମୋ ସହ ପ୍ରସ୍ତୁତି ଆରମ୍ଭ କରିବାକୁ ଯାଉଥିଲେ କିନ୍ତୁ ସେ ପ୍ରଥମେ ସଞ୍ଜୁ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ମୁଁ ବହୁତ ରାଗି ଯାଇଥିଲି । ମୁଁ ଖୁସି ଥିଲି କି ସେ ରାଜ ହିରାନୀଙ୍କ ସହ କାମ କରୁଛନ୍ତି କିନ୍ତୁ ମୋ ପ୍ରୋଜେକ୍ଟର କଣ ହେବ ?

ଏହା ବ୍ୟତୀତ ଆୟାନ୍‌ ଆହୁରି ମଧ୍ୟ କହିଛନ୍ତି ଯେ ସେ ଭାବିଲେ କି ରଣଜୀର ସଞ୍ଜୁଙ୍କୁ ଫିଲ୍ମକୁ ହଁ କରି ସଠିକ୍ ନିଷ୍ପତ୍ତି ନେଇଛନ୍ତି। କାରଣ କିଛି ବର୍ଷ ପରେ ସଞ୍ଜୁଙ୍କୁ ସୁଟ୍ କରାଯାଇଥିଲା, ଏଡିଟ୍ କରାଯାଇଥିଲା ଏବଂ ରିଲିଜ୍ ପାଇଁ ପ୍ରସ୍ତୁତ ଥିଲା କିନ୍ତୁ ମୋର ପ୍ରି-ପ୍ରଡକ୍ସନ୍ ସମ୍ପୂର୍ଣ୍ଣ ହୋଇନଥିଲା । ଯଦି ରଣବୀର ମୋ ପାଇଁ ଅପେକ୍ଷା କରିଥାନ୍ତେ, ତେବେ ଏହା ବହୁତ ସମୟ ଲାଗିଥାନ୍ତା।

wp:html
/wp:html

କହବାକୁ ଗଲେ ଆୟାନ୍ ଏବଂ ରଣବୀର ତୃତୀୟ ଥର ପାଇଁ ଏକାଠି କାମ କରୁଛନ୍ତି। ଏହାପୂର୍ବରୁ ଉଭୟ ୱେକ୍ ଅପ୍ ସିଡ୍ ଏବଂ ୟେ ଜୱାନୀ ହୈ ଦେୱାନୀରେ କାମ କରିଥିଲେ। ବ୍ରହ୍ମାସ୍ତ୍ର ଫିଲ୍ମରେ ଅମିତାଭ ବଚ୍ଚନ, ନାଗାର୍ଜୁନ ଏବଂ ମୋନି ରୟଙ୍କ ବ୍ୟତୀତ ରଣବୀର ଏବଂ ଆଲିଆଙ୍କ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରଟି  ୯ ସେପ୍ଟେମ୍ବରରେ ରିଲିଜ୍‌ ହେବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.