କରୋନା ଯୋଗୁ ବିପୁଳ କ୍ଷତିର ସମ୍ମୁଖୀନ ହେବ ଦେଶର ଏଭିଏସନ ସେକ୍ଚର: CRISIL

Published By : Prameya-News7 Bureau | May 08, 2020 IST

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ ଯୋଗୁ  ସରକାର ଲକଡାଉନ୍‌ ସମ୍ପ୍ରସାରଣ କରିଚାଲିଛନ୍ତି । ଏହାର ସିଧା ପ୍ରଭାବ ଏବେ ବିଭିନ୍ନ କ୍ଷେତ୍ର ଉପରେ ପଡୁଥିବା ବେଳେ ଦେଶର ଏଭିଏସନ ସେକ୍ଟର ବିପୁଳ କ୍ଷତିର ସମ୍ମୁଖୀନ ହେବ ବୋଲି ମାନକ ସଂସ୍ଥା କ୍ରିସିଲ ଏକ ରିପୋର୍ଟରେ ସୂଚିତ କରିଛନ୍ତି। କ୍ରିସିଲ ଇନଫ୍ରାଷ୍ଟ୍ରକ୍ଚର ଆଡଭାଇଜରୀଙ୍କ ରିପୋର୍ଟ ଅନୁସାରେ ବିମାନ କମ୍ପାନୀମାନେ ଚଳିତ ଆର୍ଥିକ ବର୍ଷରେ ୨୪ରୁ ୨୫ ହଜାର କୋଟି ଟଙ୍କାର କ୍ଷତିରେ ପଡି ପାରନ୍ତି ବୋଲି ଆକଳନ କରାଯାଇଛି। 

{"id":266591,"sizeSlug":"large"}

ଏହି କ୍ଷତିର ୭୦ ପ୍ରତିଶତ ପ୍ରଭାବ ଏୟାରଲାଇନ୍ସମାନଙ୍କ ଉପରେ ପଡିବାକୁ ଥିବା ବେଳେ ବିମାନ ବନ୍ଦର ସଞ୍ଚାଳକ୫ ହଜାରରୁ ୫ହଜାର ୫୦୦ କୋଟି, ଖୁଚୁରା ବ୍ୟବସାୟୀ ୧ହଜାର ୭୦୦ରୁ ୧ ହଜାର ୮୦୦ କୋଟି ଟଙ୍କା କ୍ଷତିରେ ପଡିବେ ବୋଲି ରିପୋର୍ଟରୁ ଜଣାପଡିଛି। ଏଥିରେ ନୂଆଦିଲ୍ଲୀ, କୋଲକାତା ଓ ଚେନ୍ନାଇ ବିମାନ ବନ୍ଦର ଅଧିକ ସମୟ ବନ୍ଦ ରହିଲେ କ୍ଷତିର ପରିମାଣ ଆହୁରି ଅଧିକ ହେବ ବୋଲି ମଧ୍ୟ ସତର୍କ କରାଇଦେଇଛନ୍ତି।

{"id":266593,"sizeSlug":"large"}

ସେହିପରି ବିମାନ କ୍ଷେତ୍ରକୁ ପୂର୍ବ ଭଳି ସ୍ୱଭାବିକ କରିବା ଲାଗି ୧୮ରୁ ୨୪ମାସ ସମୟ ଲାଗିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ଏଥିରେ କ୍ରିସିଲ ନିର୍ଦ୍ଦେଶକ ଜଗନାରାୟାଣ ପଦ୍ମନାଭନ ଯଦି ଲକଡାଉନ ପ୍ରଥମ ତ୍ରୈମାସିକରୁ ଆଗକୁ ବଢେ ତେବେ ଏହି କ୍ଷତି ଆହୁରି ବି ଅଧିକ ହୋଇପାରେ। ସେହିପରି ସଡକ ଓ ରାଜମାର୍ଗ ନେଇ କ୍ରିସିଲ କରିଥିବା ଆକଳନରେ ଲକଡାଉନ ଯୋଗୁ ମାର୍ଚ୍ଚରୁ ଜୁନ ମାସ ମଧ୍ୟରେ ୩ହଜାର ୪୫୦ରୁ ୩ହଜାର ୭୦୦ କୋଟି ଟଙ୍କାର ରାଜସ୍ୱ ହାନୀ ହେବାର ଆଶଙ୍କା କରାଯାଇଛି।

{"id":266594,"width":579,"height":324,"sizeSlug":"large"}

ଏହି ଅବଧିରେ ଭାରତୀୟ ରାଜମାର୍ଗ ପ୍ରାଧିକରଣ ୨ ହଜାର ୧୦୦ରୁ ୨ହଜାର ୨ଶହ କୋଟି ଟଙ୍କା ପର୍ଯ୍ୟନ୍ତ ରାଜସ୍ୱ ହରାଇପାରନ୍ତି।  ପଦ୍ମନାଭନ ଏହା ମଧ୍ୟ କହିଛନ୍ତି ଯେ ଦେଶରେ କୋବିଡ-୧୯ ପରେ ପ୍ରାୟ ସବୁ କ୍ଷେତ୍ରରେ ଆମୂଳଚୁଳ ପରିବର୍ତ୍ତନ ହେବ। ଏଥିରେ ଏଭିଏସନ ସେକ୍ଟରରେ ଢାଞ୍ଚାଗତ ପରିବର୍ତ୍ତନ ନେଇ ମଧ୍ୟ ସେ ଆଶଙ୍କା ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.