ବରୌନୀ ୨୦।୬: ସୋନପୁର ରେଳ ମଣ୍ଡଳର କଟିହାର-ବରୌନୀ ରେଳ ଖଣ୍ଡରେ ଶୁକ୍ରବାର ଏକ ଭୀଷଣ ଦୁର୍ଘଟଣା ଘଟିଛି। ବରୌନୀରୁ କଟିହାର ଡାଉନ ଲାଇନରେ ଆସୁଥିବା ୧୫୯୧୦ ଅବଧ-ଆସାମ ଏକ୍ସପ୍ରେସ ଏକ ରେଳବାଇ ଟ୍ରଲିକୁ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ଟ୍ରଲି ମ୍ୟାନର ମୃତ୍ୟୁ ହୋଇଥିବା ବେଳେ ଏଥିରେ ବସିଥିବା ୪ ଜଣ ରେଳବାଇ କର୍ମଚାରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି ରେଳ ଦୁର୍ଘଟଣା ସମ୍ପର୍କରେ ଏଡିଆରଏମ ମନୋଜ କୁମାର ସିଂହ ପୁଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ରେଳବାଇ ଏହି ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି। ଏକ ଚଳନ୍ତା ଟ୍ରେନ ମାର୍ଗକୁ କିପରି ରେଳବାଇ ଟ୍ରଲି ଆସିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଦୁର୍ଘଟଣା ପୁଣି ଥରେ ରେଳ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୁହାଯାଉଛି ଏହି ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆୟାଇଛି।
ଏହି ରେଳ ଦୁର୍ଘଟଣା ଏକ ମାନବକୃତ ତ୍ରୁଟି ନା ବୈଷୟିକ ତ୍ରୁଟି ତାହା ଏବେ ଯାଞ୍ଚ ହେବ, ଯାହା ଦ୍ୱାରା ଭବିଷ୍ୟତରେ ଏପରି ରେଳ ଦୁର୍ଘଟଣାକୁ ଟଳାଯାଇ ପାରିବ। ମୃତକଙ୍କ ପରିଜନ ଓ ଆହତଙ୍କ ନିମନ୍ତେ ଏହା ଏକ ଅସହନୀୟ ସମୟ। ତେବେ ଉଚ୍ଚ ରେଳ କର୍ତ୍ତୃପକ୍ଷ ମୃତାହତଙ୍କ ପରିବାରଙ୍କୁ ସାନ୍ତ୍ୱନା ଜଣାଇଛନ୍ତି। ଏହି ଦୁର୍ଘଟଣା ସମ୍ପୂର୍ଣ୍ଣ ରେଳ ମହକମାକୁ ସ୍ତବ୍ଦ କରିଦେଇଛି। ଟ୍ରେନ ଆସୁଥିବା ଟ୍ରଲି ଡ୍ରାଇଭର କିପରି ଜାଣି ପାରିଲେନି ସେ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।