scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏହି ସହରରେ ରହିବା ଖାଇବା ସବୁ ଫ୍ରି, କେବଳ ମାନିବାକୁ ପଡ଼ିବ ଏହି ସବୁ ସର୍ତ୍ତ

13/08/2023 at 5:40 PM

ନୂଆଦିଲ୍ଲୀ13/08 : ଭାରତ ନିଜ ବିବିଧତା ପାଇଁ ଜଣାଶୁଣା। ଏଠାରେ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ଓ ନିୟମ।   ଆଜି ଆମେ ଆପଣଙ୍କୁ ଭାରତର ଏପରି ଏକ ସହର ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ  ରହିବାକୁ ଖାଇବା ସବୁ ମାଗଣା। ବାସ୍ କାଲି ମାନିବାକୁ ହେବ ଗୋଟିଏ ସର୍ତ୍ତ । ତେବେ ଆସନ୍ତୁ ସେମିତି ଏକ ସହ ବିଷୟରେ।

ଆମେ ଯେଉଁ ଅନନ୍ୟ ସହର କଥା କହୁଛୁ ତାର ନାଁ ହେଉଛି ଅରିଭିଲେ। ଚେନ୍ନାଇଠାରୁ ମାତ୍ର 150କିଲୋମିଟର ଦୂରରେ ଥିବା ଭିଲୁପୁରମ୍ ଜିଲ୍ଲାରେ ଏହା ରହିଛି।  ଭାରତରେ ଏହି ସହରକୁ କୁହାଯାଏ ସନ୍ ଅଫ୍ ଡାଉନ୍ । ଏହି ସହର ପ୍ରତିଷ୍ଠା ପଛରେ ଦିଆଯାଇଥିବା ତର୍କ ହେଉଛି ଏହି ସହର ଏପରି ଭାବରେ ନିର୍ମିତ ହୋଇଛି ଯେଉଁଠାରେ ପ୍ରତ୍ୟେକ ଜାତି ଏବଂ ଧର୍ମର ଲୋକମାନେ କୌଣସି ଭେଦଭାବ ବିନା, ଆରମରେ ରହିପାରିବେ।

ଅନେକ ଗବେଷଣା ପରେ ଜଣା ପଡ଼ିଥିଲା ଯେ,  ଅରୋଭିଲେ ସହର 1968 ମସିହାରେ ମୀରା ଅଲଫାଜାଙ୍କ ଦ୍ୱାରା ସ୍ଥାପନ ହୋଇଥିଲା।  1914 ମସିହାରେ, ମୀରା ଶ୍ରୀ ଅରୋବିନ୍ଦୋଙ୍କ ଆଧ୍ୟାତ୍ମିକ ସଭାରେ ଯୋଗଦେବା ପାଇଁ ପୁଡୁଚେରୀକୁ ଆସିଥିଲେ।  ସେତେବେଳେ ସେ ଏହି ସ୍ଥାନକୁ ବହୁତ ପସନ୍ଦ କରିଥିଲେ। ୟଦିଓ ତାପରେ  ସେ ଜାପାନ ଚାଲି  ଯାଇଥିଲେ। ହେଲେ ପରବର୍ତ୍ତୀ ସମୟରେ  ସେ 1924 ମସିହାରେ ଏହି ସ୍ଥାନକୁ ଫେରିଥିଲେ।  ଏହା ପରେ ସେ ଏହିଠାରେ ହିଁ ରହିଗଲେ। ଆଉ ଅରୋଭିଲେ ପ୍ରତିଷ୍ଠା କରିଥିଲେ।  

 ତେବେ ଆପଣଙ୍କ ମନରପେ ପ୍ରଶ୍ନ  ଆସୁଥିବ, ସେ ସର୍ତ୍ତଟି କଣ। ଯେଉଁଥିପାଇଁ ଆପଣ ଏହି ସହରରେ ମାଗଣାରେ ରହିପାରିବେ ଆଉ ମାଗଣାରେ ଖାଇ ବି ପାରିବେ।  ପ୍ରକୃତରେ  ଏହି ସହରକୁ ୟୁନିଭର୍ସାଲ୍ ସିଟି ମଧ୍ୟ କୁହାଯାଏ ।  ଏହାର କାରଣ ଭିନ୍ନ ଭିନ୍ନ ଦେଶର ଲୋକ ଏଠାରେ ରହିବାକୁ ଆସନ୍ତି ।  ତେବେ ସେଠାରେ ଯଦି କେହି ମାଗଣାରେ ରହିବାକୁ ଚାହୁଁଛନ୍ତି, ତାହେଲେ ସେଠାରେ ସେବକ ହୋଇ ରହିବାକୁ ପଡ଼ିବ। ଆଉ ଲୋକଙ୍କ ସେବା କରିବାକୁ ପଡ଼ିବ। ତେବେ ଯାଇ ଏଠାରେ ରହିବହା ଖାଇବା ସମ୍ପୂର୍ଣ୍ଣ ମାଗଣା।

Also Read- ପୂରଣ ହେଲା ୧୦ବର୍ଷର ଝିଅର ଶେଷ ଇଚ୍ଛା, ନିଜ ବେଷ୍ଟଫ୍ରେଣ୍ଡ୍ କୁ  ବିବାହ କରି ଏ ଦୁନିଆରୁ ନେଲେ ବିଦାୟ

   Related Posts