AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ଶିକ୍ଷକଙ୍କ ଠାରୁ ୩୦ ହଜାର ଲାଞ୍ଚ ନେଉଥିଲେ ଅତିରିକ୍ତ ବିଇଓ, ମାଡ଼ି ବସିଲା ଭିଜିଲାନ୍ସ

29/11/2022 at 3:47 PM

ଚଣ୍ଡିଖୋଲ, ୨୯/୧୧: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ ଅଫିସରେ କାର୍ଯ୍ୟରତ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅମୀୟ ଦାସ ଲାଞ୍ଚ ମାମଲାରେ ଧରିିଛି ଭିଜିଲାନ୍ସ । ଜଣେ ଶିକ୍ଷକଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ଭିଜିଲାନ୍ସ ମାଡ଼ ବସିଛି । ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ସହ ବିଓ ଅଫିସର ଦୁଇ ଜଣ କର୍ମଚାରୀଙ୍କୁ ମଧ୍ୟ ଉଠାଇ ନେଇଛି ଭିଜିଲାନ୍ସ ଟିମ୍‌ ।

ଦୁଇ ଜଣିଆ ଭିଜିଲାନ୍ସ ଟିମ ବିଓ ଅଫିସରେ ପହଂଚି ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ଲାଞ୍ଚ ଟଙ୍କା ନେଉଥିବା ବେଳେ ଧରିଥିଲେ । ଅନ୍ୟପଟେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କ କଡେଇ ସ୍ଥିତ ବାସ ଭବନରେ ଭିଜିଲାନ୍ସ ଟିମ ଚଢ଼ାଉ କରି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଯାଞ୍ଚ କରୁଛି । ଆୟବହିର୍ଭୂତ ସମ୍ପତ୍ତି କାଳେ ଥାଇ ପରେ ସେ ନେଇ ଭିଜିଲାନ୍ସ ଟିମ ଯାଞ୍ଚ କରୁଛି । ତେବେ କେଉଁ କାରଣ ପାଇଁ ଲାଞ୍ଚ ନେଉଥିଲେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

   Related Posts