ଆସିକାରେ ଋଷିକୂଲ୍ୟା ନଦୀର ବନ୍ୟା ପାଣି; ରାସ୍ତା ଘାଟ ଓ କଲୋନୀରେ ନଦୀ ସୁଅ ଭଳି ପାଣି

Published By : Prameya-News7 Bureau | October 12, 2018 IST

ଗଂଜାମ ୧୨/ ୧୦ : ବର୍ଷା ଯୋଗୁଁ ଆସିକାରେ ବନ୍ୟା ଦେଖାଦେଇଛି । ଆସିକାର ସମସ୍ତ ଅଞ୍ଚଳ ଜଳମଗ୍ନ ।  ଋଷିକୂଲ୍ୟା ନଦୀ ଓ ବଡ଼ନଦୀର ଜଳସ୍ତର ବଢିବା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଗତ ରାତିରେ ଜଳସ୍ତର ଵଢିଥିଲା । ଆସିକା ସୁନାମ୍ବ ସାହି, ତହସିଲ ଅଫିସ, ବ୍କକ ଅଫିସ, ଆସିକା ସଵଜେଲ, ବାଣୀବିହାର, ମେଡ଼ିକାଲ ଅଞ୍ଚଳ, ଆସିକା ବସଷ୍ଟାଣ୍ଡ ସମେତ ଅନ୍ୟାନ୍ୟ ଅଞ୍ଚଳ ମଧ୍ୟ ଜଳଵନ୍ଦୀରେ ରହିଛନ୍ତି ।  ଆସିକା ସୋରଡା , ଆସିକା ଭୁବନେଶ୍ୱର, ଆସିକା ଭଞ୍ଜ ନଗର ପ୍ରମୁଖ ରାସ୍ତା ଜଳବନ୍ଦୀ ଯାତାୟତରେ ଵ୍ୟାଘାତ ରହିଛି ।  ଆସିକା ସମେତ ଶେରଗଡ଼, କଵିସୂର୍ଯ୍ୟନଗର ପ୍ରମୁଖ ଅଞ୍ଚଳ ମଧ୍ୟ ଜଳଵନ୍ଦୀରେ ରହିଛି । ଅନେକ ବସ୍ତି ଅଞ୍ଚଳର ଲୋକମାନେ ନାହିଁ ନଥିବା ଅସୁବିଧାରେ ରହିଥିବା ବେଳେ ଆଉ କିଛି ଲୋକ ଆଶ୍ରୟ ସ୍ଥଳିରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.