ଶ୍ରୀଲଙ୍କାରେ ଖେଳାଯିବ ନାହିଁ ଏସିଆ କପ୍, ୟୁଏଇ ସହ ଭାରତ ରହିଛି ଦାବିଦାର

Published By : Prameya-News7 Bureau | July 20, 2022 IST

ନୂଆଦିଲ୍ଲୀ: ଜାରି ଆର୍ଥିକ ଏବଂ ରାଜନୈତିକ ସଙ୍କଟ କାରଣରୁ ଶ୍ରୀଲଙ୍କାରେ ଏସିଆ କପ୍ ୨୦୨୨ ଆୟୋଜନ  ହେବ ନାହିଁ। ଶ୍ରୀଲଙ୍କା କ୍ରିକେଟ୍(ଏସଏଲସି) ଏନେଇ ନିଜର ଅସମର୍ଥତା ପ୍ରକାଶ କରିଛି। ବୋର୍ଡ କହିଛି ଦେଶରେ ସାଂପ୍ରତିକ ସ୍ଥିତି ଯୋଗୁଁ ସେ ଏସିଆ କପ୍ ଆୟୋଜନ କରିବା ସ୍ଥିତିରେ ନାହିଁ। ଏପରିକି ଏସଏଲସି ଲଙ୍କା ପ୍ରିମିୟର ଲିଗ୍‌ର ତୃତୀୟ ସିଜିନ ମଧ୍ୟ ସ୍ଥଗିତ ରଖିଛି।

ଏସିଆ କ୍ରିକେଟ୍ ପରିଷଦ(ଏସିସି) ଅନୁଯାୟୀ, ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଦେଶରେ ସାଂପ୍ରତିକ ସ୍ଥିତି କାରଣରୁ ଛଅ ଦେଶକୁ ନେଇ ବଡ ପ୍ରତିଯୋଗିତା କରିବାକୁ ଅସମର୍ଥତା ପ୍ରକାଶ କରିଛି। ଅଧିକାରୀ କହିଛନ୍ତି ଶ୍ରୀଲଙ୍କା ବୋର୍ଡ ଏହି ଟୁର୍ଣ୍ଣାମେଣ୍ଟକୁ ୟୁଏଇ କିମ୍ବା ଅନ୍ୟ ଦେଶରେ ଆୟୋଜନ କରାଯାଉ  ବୋଲି କହିଛି।

ଅଷ୍ଟ୍ରେଲିଆରେ ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ଵ କପ୍ ପୂର୍ବରୁ ଅଗଷ୍ଟ-ସେପ୍ଟେମ୍ବରରେ ଏସିଆ କପ୍ ୨୦୨୨ ଆୟୋଜନ କରାଯାଇପାରେ। ଆଗାମୀ କିଛି ଦିନରେ ଏହାର ଘୋଷଣା ହେବାର ସମ୍ଭାବନା ରହିଛି। ତେବେ ୟୁଏଇ ଅନ୍ତିମ ବିକଳ୍ପ ନୁହେଁ । ଭାରତରେ ମଧ୍ୟ ଆୟୋଜନ କରାଯାଇପାରେ ବୋଲି ବୋଲି ଅଧିକାରୀ କହିଛନ୍ତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.