ମହିଳାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଧରାହେଲେ ଏଏସ୍‌ଆଇ: କାନ ଧରି ଉଠ୍ ବସ୍ କରାଇଲେ ଗ୍ରାମବାସୀ

Published By : Prameya-News7 Bureau | December 01, 2020 IST

ପାଟନା ୦୧/୧୨ : ବିହାର ସୁପୌଲକୁ ଏକ ଏମିତି ମାମଲା ସାମ୍ନାକୁ ଆସିଛି ଯାହା ଆଇନ ବ୍ୟବସ୍ଥାର କଳା କାରନାମାକୁ ଉଜାଗର କରିଛି। ଲଜ୍ଜାଜନକ ଏହି ଘଟଣାରେ ଆଇନର ରକ୍ଷକ ଅଏସ କରୁଥିବାବେଳେ ଧରାପଡ଼ିଛନ୍ତି। ଧରାପଡ଼ିବା ପରେ ଲୋକଙ୍କ ଠାରୁ ମାଡ ମଧ୍ୟ ଖାଇଛନ୍ତି। ମାଡ ମାରିବା ସହ ଲୋକେ ତାଙ୍କୁ ଉଠ୍ ବସ୍ ମଧ୍ୟ କରାଇଥିଲେ। ଘଟଣାର ଏକ ଭିଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି। ସୁପୌଲ ଜିଲ୍ଲା ଭୀମପୁର ଅଞ୍ଚଳର ଏକ ଗାଁରେ ଏଏସଆଇ ଜଣେ ମହିଳାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଧରାପଡ଼ିଛନ୍ତି। ଧରାପଡ଼ିବା ପରେ ଗ୍ରାମବାସୀ ରଙ୍ଗୀନ ମିଜାଜ ଏଏସଆଇଙ୍କୁ ମାଡ ମାରିବା ସହ କାନ ଧରି ଉଠ୍ ବସ୍ କରାଇଥିଲେ।

ଏଏସଆଇ ଘରେ ପଶି ମହିଳାଙ୍କ ସହ ଜୋର୍ ଜବରଦସ୍ତି କରିଥିବା ଅଭିଯୋଗ ହୋଇଛି। ଘଟଣା ସୋମବାର ବିଳମ୍ବିତ ରାତିରେ ଘଟିଥିଲା। ଘଟଣାର ଭିଡିଓ ମଙ୍ଗଳବାର ଦିନ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଛି। ଭିଡିଓ ଭାଇରାଲ୍ ହେବାପରେ ଏସପି ମନୋଜ କୁମାର କହିଛନ୍ତି ଯେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଏଏସଆଇ ସଞ୍ଜୟ ଶୁକ୍ଲାଙ୍କୁ ନିଲମ୍ବନ କରାଯାଇଛି। ମାମଲାର ତଦନ୍ତ ଜାରି ରହିଛି। ଏଏସଆଇ ଦୋଷୀ ସାବ୍ୟସ୍ତ ହେଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇପାରେ।

ସୂଚନା ଅନୁଯାୟୀ, ଷୋମବାର ରାତିରେ ଭୀମପୁର ୧୦ ନମ୍ବର ୱାର୍ଡରେ ସାମା ଛକରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ଚାଲିଥିଲା। ଏଏସଆଇ ସଞ୍ଜୟ ଶୁକ୍ଲା ସେଠାରେ ପହଞ୍ଚିଥିଲେ ଏବଂ କିଛି ସମୟ ପରେ ନିଜ ମୋବାଇଲ ଆଉ ଜଣକୁ ଦେଇ ବାହାରି ଯାଇଥିଲେ। ସେଠାରୁ ସେ ସିଧା ଯାଇ ଜଣେ ମହିଳାଙ୍କ ଘରେ ପଶିଥିଲେ। ଗ୍ରାମବାସୀ ସନ୍ଦେହ କରି ତାଙ୍କ ପଛେ ପଛେ ଯାଇଥିଲେ ଓ ମହିଳାଙ୍କ ଘର ପଛପଟୁ ପଶିଥିଲେ। ଏଏସଆଇଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।

କିଛି ସମୟରେ ସେଠାରେ ଲୋକ ଭିଡ ଜମିଥିଲା। ଏଏସଆଇଙ୍କ ଏହି କାର୍ଯ୍ୟକଳାପ ପାଇଁ ଗ୍ରାମବାସୀ ଉତକ୍ଷିପ୍ତ ହୋଇଯାଇଥିଲେ। ଉତକ୍ଷିପ୍ତ ଗ୍ରାମବାସୀ ଏଏସଆଇଙ୍କୁ ମାଡ ମାରିଥିଲେ ଓ କାନ ଧରି ଉଠ୍ ବସ୍ କରାଇଥିଲେ। ଏସପି ତ୍ରିବେଣୀଗଂଜ ଏସଡିପିଓଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦେଇଛନ୍ତି। ଘଟଣାକୁ ନେଇ ପୋଲିସ ବିଭାଗର ଖୁବ ନିନ୍ଦା ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.