ଆଜବେଷ୍ଟସ ଛାତ ଭାଙ୍ଗି ଜନସେବା କେନ୍ଦ୍ରରୁ ଲୁଟ୍, ସିସି ଟିଭିରେ କଏଦ ହେଲା ଚୋରଙ୍କ କାରନାମା

Published By : Prameya-News7 Bureau | September 25, 2022 IST

ଦେବଗଡ: ଶନିବାର ମଧ୍ୟରାତ୍ରିରେ ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ବଡଡଙ୍ଗାଘାଟ ଗ୍ରାମରେ ଥିବା  ଜନସେବା କେନ୍ଦ୍ରରୁ ଲ୍ୟାପଟପ, ଲେମିନେସନ ମେସିନ, ନଗଦ ଟଙ୍କା ସହ ଅନ୍ୟାନ୍ୟ ଜିନିଷ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଆଉ ଚୋରି ବେଳର ସମସ୍ତ ଭିଡିଓ ସିସି ଟିଭିରେ କଏଦ ହୋଇଛି ।

{"id":688432,"sizeSlug":"full","linkDestination":"none"}

ଶନିବାର ରାତି ପ୍ରାୟ ଦୁଇଟା ଅଠର ମିନିଟ୍ ସମୟରେ ଚୋର ଜନ ସେବା କେନ୍ଦ୍ରର ଆଜବେଷ୍ଟସ ଛାତ ଭାଙ୍ଗି ଦୋକାନ ମଧ୍ୟରେ ପ୍ରବେଶ କରିଥିଲା। ଦୋକାନ ମଧ୍ୟରେ ଥିବା ଲ୍ୟାପଟପ, ଲେମିନେସନ ମେସିନ ବାହାରେ ଥିବା ଅନ୍ୟ ଚୋରକୁ ଧରାଇଥିଲେ। ପରେ ଦୋକାନ ମଧ୍ୟରେ ଥିବା ଡ୍ରୟରରୁ ଚୋର ନଗଦ ତିନି ହଜାର ଟଙ୍କା ନେଇଯାଇଥିଲା । ଏହି ସମୟରେ ସିସି ଟିଭିର ବିଦ୍ୟୁତ ସଂଯୋଗ ବାହାର କରିଦେଇଥିବା ଯୋଗୁଁ ପରବର୍ତ୍ତୀ ଦୃଶ୍ୟ ଆଉ ରେକର୍ଡିଂ  ହୋଇପାରି ନଥିଲା ।

{"id":688430,"sizeSlug":"full","linkDestination":"none"}

ରବିବାର ସକାଳୁ ଜନସେବା କେନ୍ଦ୍ର ପରିଚାଳକ ତାଲା ଖୋଲିବା ସମୟରେ ସେଠାରୁ ଚୋରି ଯାଇଥିବା ଦେଖିବାକୁ ପାଇଥିଲେ।  ଏନେଇ କେନ୍ଦ୍ର ର ମାଲିକ ସୁବାସ ସାହୁ ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ରିଆମାଳ ଥାନା ଆଇଆଇସି ଲଳିତା ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଛନ୍ତି । ଚୋରି ସମୟର ସିସି ଟିଭି ଫୁଟେଜ କୁ ଦେଖି ପୋଲିସ ଅଭିଯୁକ୍ତ ର ପରିଚୟ ଜାଣିବାକୁ ଚେଷ୍ଟା କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.