ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅର୍ଚ୍ଚନା ନାଗ। ବିଗତ ଦିନରେ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ମିଛରେ ଫସାଇ ଅତ୍ୟାଚାର କରାଯାଇଥିବା ଅଭିଯୋଗ ଆଣି ଅର୍ଚ୍ଚନା ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଥିଲେ।
ଅର୍ଚ୍ଚନା କହିଛନ୍ତି ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ଯେଉଁମାନେ ହଇରାଣ କରିବା ସହ ନିର୍ଯାତନା ଦେଇଛନ୍ତି ସେମାନଙ୍କ ବିରୋଧରେ ସମସ୍ତ ତଥ୍ୟ ପ୍ରମାଣ ସହ ଲିଖିତ ଆକାରରେ ଅଭିଯୋଗ କରିଛନ୍ତି l ଅନ୍ୟପକ୍ଷେ ଅର୍ଚ୍ଚନା ରାଜ୍ୟର କିଛି ପ୍ରଭାବଶାଳୀ ଲୋକ ଏହି ଘଟଣା ପଛରେ ମୁଖ୍ୟ ଭୂମିକାରେ ଥିବା ଅଭିଯୋଗ କରିବା ସହ ଆଗାମୀ ଦିନରେ ସେମାନଙ୍କ ଅସଲ ମୁଖା ରାଜ୍ୟବାସୀ ଦେଖିବେ ବୋଲି କହିଛନ୍ତି।
ସୂଚନାଥାଉକି, ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଅର୍ଚ୍ଚନାଙ୍କ ସମେତ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସଂପୃକ୍ତି ମଧ୍ୟ ଅଭିଯୋଗ ହୋଇଥିଲା।ତେବେ ନିଜ ସମ୍ପତ୍ତିର ହିସାବ ଦେଇ ନ ପାରିବାରୁ ଅର୍ଚ୍ଚନା, ଜଗବନ୍ଧୁଙ୍କ ଆଲିସାନ ବଙ୍ଗଳା ସମେତ ଖଗେଶ୍ୱରଙ୍କ କୋଠାକୁ ବି ଜବତ କରିଥିଲା ଇଡି।