ଅର୍ଚ୍ଚନା ନାଗ୍‌ଙ୍କୁ ବେଲ୍, ସର୍ତ୍ତମୂଳକ ଜାମିନ ଦେଲେ ହାଇକୋର୍ଟ

Published By : Prameya-News7 Bureau | April 11, 2023 IST

ଭୁବନେଶ୍ୱର ୧୧/୦୪: ବ୍ଲାକମେଲିଂ କୁଇନ୍ ଅର୍ଚ୍ଚନା ନାଗ୍‌ଙ୍କୁ ମିଳିଲା ଜାମିନ୍ । ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ । ତେବେ ସର୍ତ୍ତରେ କୁହାଯାଇଛି ଯେ, ତଦନ୍ତରେ ସହଯୋଗ କରିବେ । ଏହାସହ କେଉଁଆଡେ ବାହାରକୁ ନଯିବାକୁ ହାଇକୋର୍ଟ କଡ୍ଡା ନିର୍ଦ୍ଦେଶ ଦେଇଛନ୍ତି । ନୟାପଲ୍ଲୀ ଥାନା ମାମଲାରେ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ ।

ଓଲିଉଡ ଫିଲ୍ମ ନିର୍ମାତା ଅକ୍ଷୟ ପରିଜାଙ୍କୁ ଅର୍ଚ୍ଚନା ବ୍ଲାକମେଲିଂ କରୁଥିବା ନେଇ ନୟାପଲ୍ଲୀ ଥାନାରେ ଦାୟର କରିଥିଲେ ମାମଲା । ପରବର୍ତ୍ତୀ ସମୟରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କୁ ହାଇକୋର୍ଟରୁ କେବଳ ଗୋଟିଏ ମାମଲାରେ ଜାମିନ ମିଳିଛି । ତେବେ ଅର୍ଚ୍ଚନାଙ୍କ ନାଁରେ ଏକାଧିକ ମାମଲା ଥିବାରୁ ଜେଲ୍‌ରୁ ବାହିରିବେ ନାହିଁ ବୋଲି ସୂଚନା ମିଳିଛି । ସ୍ୱାମୀ ଜଗବନ୍ଧୁଙ୍କ ପରି ଅର୍ଚ୍ଚନାଙ୍କ କ୍ଷେତ୍ରରେ ଘଟିଛି ସମାନ ଘଟଣା ।

ସୂଚନା ଥାଉକି, ଗତ ମାର୍ଚ୍ଚ ମାସରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ମିଳିଥିଲା ଜାମିନ୍‌ । ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ ଦେଇଥିଲେ ହାଇକୋର୍ଟ । ୩ଟି ମାମଲାରୁ ଗୋଟିଏ ମାମଲାରେ ଜାମିନ ମିଳିଥିଲା । ଯାହାଫଳରେ ଜଗବନ୍ଧୁଙ୍କୁ ଜାମିନ୍‌ ମିଳିଥିଲେ ବି ସେ ଜେଲ୍‌ରେ ରହିଛନ୍ତି । ଏଠାରେ କହି ରଖୁଯେ, ବ୍ଲାକମେଲିଂ ଓ ଆର୍ଥିକ ହେର୍‌ଫେର୍‌ ମାମଲାରେ ଗିରଫ ହୋଇଥିଲେ ଅର୍ଚ୍ଚନା ।

also read

wp:embed {"url":"https://www.prameyanews7.com/jagabandhu-granted-bail-by-highcourt/","type":"wp-embed","providerNameSlug":"prameya-news-7"}
https://www.prameyanews7.com/jagabandhu-granted-bail-by-highcourt/
/wp:embed

ତାପରେ ତାଙ୍କ ସହଯୋଗ କରିବା ଅଭିଯୋଗରେ ସ୍ୱାମୀ ଜଗବନ୍ଧୁ ଏବଂ ଖଗେଶ୍ୱରଙ୍କୁ ଗିରଫ କରିଥିଲା ପୋଲିସ । ସେବେଠାରୁ ସମସ୍ତ ଜେଲ୍‌ରେ ଅଛନ୍ତି । ଏହିକ୍ରମରେ ଆର୍ଥିକ ହେରଫେର୍‌ ନେଇ ଇଡି ମଧ୍ୟ ତଦନ୍ତ କରୁଛି । ସେହିପରି ନିକଟରେ ଅର୍ଚ୍ଚନାଙ୍କ ଜାମିନ୍‌ ଆବେଦନ ଖାରଜ କରିଥିଲେ ମାନ୍ୟବର ହାଇକୋର୍ଟ । ଆଉ ଏବେ ମଙ୍ଗଳବାର ଅର୍ଥାତ୍ ଏପ୍ରିଲ ୧୧ରେ ଅର୍ଚ୍ଚନାଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ ।

ସୋମବାର ସିବିଆଇ ୱାନ କୋର୍ଟରେ ହାଜର ହୋଇଥିଲେ ଅର୍ଚ୍ଚନା ନାଗ । ତାଙ୍କ ସହିତ ହାଜର ହୋଇଥିଲେ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ଇଡି ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅର୍ଚ୍ଚନାଙ୍କୁ ହାଜର କରାଯାଇଥିଲା । କୋର୍ଟରେ ଅର୍ଚ୍ଚନା ତାଙ୍କ ପକ୍ଷ ରଖି କହିଥିଲେ ଆମ ବିରୋଧରେ ମାମଲା ରୁଜ୍ଜୁ କରିଥିବା ଶ୍ରଦ୍ଧାଞ୍ଜଳି ଗଲେ କୁଆଡେ । ନୟାପଲ୍ଲୀ କେଶ ମାମଲାରେ ଆମେ ଜଦି ଗିରଫ ହେଲୁ ଶ୍ରଦ୍ଧାଞ୍ଜଳି ଗଲେ କୁଆଡେ । ସେହି ଏକା ମାମଲାର ଅଭିଯୁକ୍ତ ହୋଇବି କାହିଁକି ଶ୍ରଦ୍ଧାଞ୍ଜଳିଙ୍କୁ ଗିରଫ କରାଯାଇନାହି ବୋଲି ପ୍ରଶ୍ନ କରିଥିଲେ ଅର୍ଚ୍ଚନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.