ନାଗ ଦମ୍ପତି ଓ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା, ଇଡି ହାତରେ ଲାଗିଲା ବିସ୍ଫୋରକ ତଥ୍ୟ

Published By : Prameya-News7 Bureau | December 18, 2022 IST

ଭୁବନେଶ୍ୱର,୧୮/୧୨: ନାଗ ଦମ୍ପତିଙ୍କ ସହିତ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା । ଶନିବାର ତୃତୀୟ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ ଶ୍ରଦ୍ଧାଞ୍ଜଳି ବେହେରା । ତାଙ୍କୁ ଅର୍ଚ୍ଚନା ନାଗ ଓ ଜଗବନ୍ଧୁଙ୍କ ସହ ମୁହାଁମୁହିଁ ଜେରା କରାଯାଇଥିଲା । ୧୦ ଘଣ୍ଟା ଜେରା ସମୟରେ ବହୁ ବିସ୍ଫୋରକ ତଥ୍ୟ ଇଡି ହାତରେ ଲାଗିଛି । ଜେରା ସମୟରେ ଅପ୍ରିତିକର ପରିସ୍ଥିତ ସୃଷ୍ଟି ହୋଇଥିବା ଜଣାପଡ଼ିଛି । ଯାହାକୁ ନେଇ ଇଡି ଅଧିକାରୀମାନେ ନାକେଦମ ହୋଇଥିଲେ ।

ଅର୍ଚ୍ଚନା ଯେବେଠାରୁ ବ୍ଲାକ୍ ମେଲିଂ ଦୁନିଆ ଆରମ୍ଭ କରିଥିଲେ ସେବେ ଠାରୁ ତାଙ୍କ ସହ ଥିଲେ ଶ୍ରଦ୍ଧାଞ୍ଜଳି । ଏମିତିକି ଶ୍ରଦ୍ଧାଞ୍ଜଳି ମାଧ୍ୟମରେ ଅର୍ଚ୍ଚନା ଅନେକ ଲୋକଙ୍କୁ ବ୍ଲାକମେଲ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ଏମିତି ଶେଷ ଥର ପାଇଁ ଏହି ଦୁଇ ଜଣ ମିଶି ଓଲିଉଡ୍ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକ୍ ମେଲିଂ କରି ୩ କୋଟି ଟଙ୍କା ମାଗିଥିଲେ । ତେବେ ଏହାର କିଛି ଦିନ ପରେ ଅର୍ଚ୍ଚନା ବିରୋଧରେ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ ଶ୍ରଦ୍ଧାଞ୍ଜଳି । ଅର୍ଚ୍ଚନା ଗିରଫ ହୋଇଥିଲେ । ପରେ ମାମଲା ଇଡି ହାତକୁ ଯାଇଥିଲା । ଇଡିର ଅଧିକାରୀମାନେ ଅର୍ଚ୍ଚନ ଓ ତାଙ୍କ ସ୍ୱାମୀଙ୍କୁ ରିମାଣ୍ଡରେ ନେଇ ଜେରା କରିଥିଲେ । ମାତ୍ର ବେଶୀ କିଛି ତଥ୍ୟ ମିଳି ନଥିଲା । ପରେ ଇଡି ଅଧିକାରୀମାନେ ଶ୍ରଦ୍ଧାଞ୍ଜଳିକୁ ଅସ୍ତ୍ର କରି ଏମାନଙ୍କ ଠାରୁ ତଥ୍ୟ ଆଦାୟ ପାଇଁ ଯୋଜନା କରିଥିଲେ । ଦୁଇ ଥର ଜେରା ହୋଇଥିବା ଶ୍ରଦ୍ଧାଞ୍ଜଳିଙ୍କୁ ପୁଣି ନୋଟିସ୍ କରିଥିଲା ଇଡି ।

ଶନିବାର ସକାଳ ସାଢ଼େ ୧୦ଟା ବେଳେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଶ୍ରଦ୍ଧାଞ୍ଜଳି । ଅର୍ଚ୍ଚନା ସହ ତାଙ୍କୁ ମୁହାଁ ମୁହିଁ ଜେରା କରାଯାଇଥିଲା । ଉଭୟ ମିଶି କାହା କାହା ଠାରୁ ଟଙ୍କା ଆଦାୟ କରିଛନ୍ତି ସେ ବିଷୟରେ ପ୍ରଶ୍ନ କରିଥିଲେ ଇଡିର ଅଧିକାରୀମାନେ । ରାଷ୍ଟ୍ରାୟତ୍ତ ବ୍ୟାଙ୍କର ୨ ମହିଳା କର୍ମଚାରୀ ବି ଜେରାବେଳେ ଉପସ୍ଥିତ ଥିଲେ । ଜେରା ସମୟରେ ଅର୍ଚ୍ଚନା ଦେହ ଖରାପର ନାଟକ କରିଥିଲେ । ଡାକ୍ତରୀ ଟିମ୍ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ପରେ ଅର୍ଚ୍ଚନାଙ୍କ ମିଛ ଧରାପଡ଼ିଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ଜେରା ବେଳେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲେ । ସ୍ଥିତି ଏମିତି ହୋଇଥିଲା ଯେ ଏମାନଙ୍କୁ ଜଣେ ମହିଳା କର୍ମଚାରୀ ଆୟତ୍ତ କରି ପାରିନଥିଲେ । ତେବେ ଜେରା ବେଳେ ଯାହା ମିଳି ନଥିଲା ଝଗଡାରୁ ବହୁ ତଥ୍ୟ ପାଇଥିଲା ଇଡି । ରାତି ୯ ଟା ବେଳେ ଶ୍ରଦ୍ଧାଞ୍ଜଳି ଇଡି ଅଫିସ୍ରୁ ବାହାରିଥିଲା । ଉଭୟଙ୍କୁ ପୁଣି ଜେରା କରାଯିବ ବୋଲି ଜଣାପଡିଛି ।

ସେପଟେ ଜନପଥରେ ଥିବା ଦୁଇ ବଡ଼ ବଡ଼ ସୁନା ସୋରୁମ୍‌ର ମ୍ୟାନେଜରଙ୍କୁ ପଚରାଉଚରା କରିଥିଲା ଇଡି । ୨୦୨୧ ଶେଷ ଓ ୨୦୨୨ ମାର୍ଚ୍ଚରେ ଅର୍ଚ୍ଚନା ଏହି ଦୁଇ ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର କିଣିଥିଲେ । ହେଲେ ଏମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ଏହି ଦୁଇ ସୋ’ରୁମରୁ ଅର୍ଚ୍ଚନା ନଗଦ ଆକାରରେ ସୁନା କିଣିଥିଲେ । ମାଲିକଙ୍କ ସହ ଉତ୍ତମ ସମ୍ପର୍କ ଥିବାରୁ ତାଙ୍କୁ ଅଧିକ ରିହାତି ମିଳିଥିଲା ବୋଲି ଜଣାପଡିଛି । ତା’ଛଡା ଅଡି କାର୍ ସୋ ରୁମ୍‌ରେ ମ୍ୟାନେଜର ମଧ୍ୟ ଇଡିରେ ହାଜର ହୋଇଥିଲେ । ଅଡି ସୋ’ରୁମ୍ ସହ ଅର୍ଚ୍ଚନା ଆର୍ଥିକ କାରବାର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.