ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଫ୍ୟାମିଲି କୋର୍ଟରେ ବର୍ଷା-ଅନୁଭବ ମାମଲା : ୨ ଦିନ ଚାଲିବ ସାକ୍ଷ୍ୟ ଗ୍ରହଣ, ପ୍ରଥମ ଦିନରେ ବର୍ଷାଙ୍କୁ ଅନୁଭବ ଦେଲେ ଭଗବତ ଗୀତା

4/07/2022 at 3:39 PM

କଟକ ୦୪/୦୭: ବର୍ଷା ଅନୁଭବ ବିବାହ ବିଚ୍ଛେଦ ମାମଲା । କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଛନ୍ତି ଅନୁଭବ । ୫ ଓ ୬ ତାରିଖ ଯାଏଁ ଚାଲିବ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ।

ବର୍ଷା ଅନୁଭବ ବିବାହ ବିଚ୍ଛେଦ ମାମଲା ଉପରେ ସୋମବାର ଫ୍ୟାମିଲି କୋର୍ଟ କଟକ ଶୁଣାଣି କରିଛନ୍ତି । ଅନୁଭବଙ୍କ ପକ୍ଷରୁ ଦାୟର ହୋଇଥିବା ଛାଡପତ୍ର ଆବେଦନ ଉପରେ ସେ ନିଜେ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ । ପ୍ରତିପକ୍ଷ ଓକିଲ ଅନୁଭବଙ୍କୁ ଜେରା କରିଛନ୍ତି । ଏହି ପ୍ରକ୍ରିୟା ଆସନ୍ତା ଦୁଇ ଦିନ ଧରି ଚାଲିବ ।

ଏହି ସମୟରେ ପତ୍ନୀ ବର୍ଷାଙ୍କ ଉଦ୍ଦେଶ୍ୟରେ ଶ୍ରୀମଦ୍ ଭଗବତ ଗୀତା ପ୍ରଦାନ କରିଛନ୍ତି ସାଂସଦ ଅନୁଭବ ମହାନ୍ତି। ବର୍ଷାଙ୍କ ଓକିଲଙ୍କ ଜରିଆରେ ସେ ଏହି ପବିତ୍ର ପୁସ୍ତକ ପ୍ରଦାନ କରିଛନ୍ତି । ଯାହାର ଉଦ୍ଦେଶ୍ୟ ହେଉଛି , ବର୍ଷା ଗୀତା ଅନୁଗାମୀ ହୁଅନ୍ତୁ ଏବଂ ସଠିକ୍ ନିଷ୍ପତ୍ତି ନିଅନ୍ତୁ । ଆଜି କଟକ ଫାମିଲି କୋର୍ଟରେ ହାଜର ହୋଇଥିଲେ ଅନୁଭବ । ତାଙ୍କ ଦ୍ବାରା ଦାୟର କରାଯାଇଥିବା ଛାଡପତ୍ର ଆବେଦନ ଉପରେ କୋର୍ଟ ଶୁଣାଣୀ କରିଛନ୍ତି । ତା ସହ ପ୍ରତିପକ୍ଷ ଓକିଲ ଅନୁଭବଙ୍କ ଜେରା ମଧ୍ୟ କରିଛନ୍ତି । ଏହି ପ୍ରକ୍ରିୟା ଆସନ୍ତା ବୁଧବାର ଯାଏଁ ଚାଲିବ ।

ବର୍ଷାଙ୍କୁ ଛାଡପତ୍ର ଦେବାଲାଗି ପ୍ରଥମେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ମାମଲା ଦାୟର କରିଥିଲେ ଅନୁଭବ । ପରେ ଏହି ମାମଲା କଟକ ସ୍ଥାନାନ୍ତର ହୋଇଛି । ତେବେ ଏହି ଚର୍ଚ୍ଚିତ ଷ୍ଟାର ଦମ୍ପତ୍ତି ଗତ କେଇ ମାସ ହେବ ଖବରର ଶିରୋନାମା ସାଜିଛନ୍ତି । ଉଭୟ ଉଭୟଙ୍କ ବିରୋଧରେ ଏକାଧିକ ମାମଲା ଦାୟର କରି ଏହା ପ୍ରମାଣିତ କରିଛନ୍ତି ଯେ , ଉଭୟଙ୍କ ଭିତରେ ସୃଷ୍ଟି ହୋଇଥିବା ବିବାଦର ଆଉ ସମାଧାନ ହୋଇପାରିବ ନାହିଁ । ଏପରି ସ୍ଥିତିରେ ଆଜି ଅନୁଭବ ପତ୍ନୀଙ୍କ ଲାଗି ଧର୍ମ ପୁସ୍ତିକା ପ୍ରଦାନ କରିବା ପଛର ପ୍ରକୃତ ଉଦ୍ଦେଶ୍ୟ କଣ ତାହା କହିବାଟା ମୁସ୍କିଲ।

   Related Posts