ଆସୁଛି ବଡ଼ ବର୍ଷା, ନଭେମ୍ବର ୧୪ରେ ଲଘୁଚାପ !

Published By : Prameya-News7 Bureau | November 11, 2023 IST

ଭୁବନେଶ୍ୱର ୧୧।୧୧ : ଶୀତ ଦିନରେ ଆସୁଛି ବଡ଼ ବର୍ଷା । ଆସନ୍ତା ୧୪ନଭେମ୍ବର ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ୧୬ତାରିଖ ବେଳକୁ କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ଏକ ଅବପାତର ରୂପ ନେବାର ସମ୍ଭାବନା ରହିଛି। .

wp:html /wp:html

ସୂଚନାଯୋଗ୍ୟ ଯେ, ଶୀତର ପ୍ରକୋପ ବଢୁଛି। ରାଜ୍ୟରେ ୧୫ ଡିଗ୍ରୀ ତଳେ ୬ ସହରର ରାତି ତାପମାତ୍ରା ରହିଛି। କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ରାତି ତାପମାତ୍ରା ୧୧.୪ ଡିଗ୍ରୀ ସହ ସବୁଠୁ ଥଣ୍ଡା ସହର ଭାବେ ରେକର୍ଡ କରିଛି। ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। କୋରାପୁଟରେ ୧୧.୭ ଡିଗ୍ରୀ, ସେମିଳିଗୁଡ଼ାରେ ୧୨ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୧୩.୫ ଡିଗ୍ରୀ, କିରେଇରେ ୧୪.୫ ଡିଗ୍ରୀ, ଫୁଲବାଣୀରେ ୧୫ ଡିଗ୍ରୀ ରେକର୍ଡ ହୋଇଛି।

wp:embed {"url":"https://www.prameyanews7.com/sourav-ganguly-spoke-about-rohit-sharmas-captaincy/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sourav-ganguly-spoke-about-rohit-sharmas-captaincy/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.