ଗୋଟିଏ ସ୍ଥାନରେ ପହଞ୍ଚିଲେ ସବୁ ଟ୍ୟାକ୍ସି, ହ୍ୟାକ୍ସର ଯୋଗୁଁ ଟ୍ରାଫିକ ଜାମରେ ଫସି ରହିଲା ସହର

Published By : Prameya-News7 Bureau | September 04, 2022 IST

ନୂଆଦିଲ୍ଲୀ: ମୋବାଇଲ ଆପରେ ଟ୍ୟାକ୍ସି ବୁକ୍ କରିବା ଆଜିର ସମୟରେ ସହଜ ହୋଇଛି । ଯାତ୍ରା କରିବା ପାଇଁ ଯେକୌଣସି ସ୍ଥାନକୁ ଟ୍ୟାକ୍ସି ବୁକ କରି ଡାକିପାରିବେ । ତେବେ, ଏହିପରି ଏକ ଆପକୁ ହ୍ୟାକ କରି ବଡ଼ ଟ୍ରାଫିକ ଜାମ୍‌ର ମାମଲା ସାମନାକୁ ଆସିଛି । ରୁଷର ରଜଧାନୀ ମସ୍କୋରେ ଘଟିଛି ଏପରି ଘଟଣା । ରୁଷର ରାଇଡ୍ ବୁକିଂ ଆପ ୟାନଡେକ୍ସ ଟ୍ୟାକ୍ସିକୁ ହ୍ୟାକ କରି ପରିବା ପରେ ହ୍ୟାକର ଗୋଟିଏ ସମୟରେ ଗୋଟିଏ ସ୍ଥାନକୁ ବହୁ ସଂଖ୍ୟାରେ ଟ୍ୟାକ୍ସି ଡକାଇଥିଲେ । ସେପ୍ଟେମ୍ୱର ୧ରେ କୁତୁଜୋବକ୍ସିରେ ଏହି ଘଟଣା ଘଟିଥିଲା।

ୟାନଡେକ୍ସ ଟ୍ୟାକ୍ସି ରୁଷର ସମ୍ୱାଦ ସରବରାହ ସଂସ୍ଥା ଟାସକୁ ପ୍ରତିକ୍ରିୟା ଦେଇ କହିଛି, 'ସେପ୍ଟେମ୍ୱର ୧ରେ ୟାନଡେକ୍ସ ଟ୍ୟାକ୍ସିର ସେବାକୁ ଟାର୍ଗେଟ କରି ହ୍ୟାକର ଫିଲି ଅଞ୍ଚଳରେ ଡର୍ଜନ ଡର୍ଜନ ଡ୍ରାଇଭରଙ୍କୁ ବ୍ଲକ ଅର୍ଡର କରିଥିଲେ । କମ୍ପାନି କହିଛି, ପ୍ରାୟ ୪୦ ମିନିଟ୍ ଯାଏଁ ଟ୍ରାଫିକ ଜାମ୍ ସ୍ଥିତି ଦେଖିବାକୁ ମିଳିଥିଲା । କମ୍ପାନି ଦାବି କରିଛି ଯେ, ଭବିଷ୍ୟତରେ ଏପରି ହ୍ୟାକିଂ କରି ରୋକିବା ପାଇଁ ଆବଶ୍ୟକୀୟ ପରିବର୍ତ୍ତନ କରାଯାଇଛି'।

wp:html /wp:html

ଏହି ସାଇବର ଆଟାକ୍ ପଛରେ କିଏ ରହିଛି ତାହ ଉପରେ ୟାନଡେକ୍ସ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ। ତେବେ ଏନାନିମସ ନାମକ ଏକ ହ୍ୟାକର ଗ୍ରୁପ ଏହି ଟ୍ରାଫିକ ଜାମ ପାଇଁ ନିଜକୁ ଦାୟୀ କରିଛି। ରିପୋର୍ଟ ଅନୁସାରେ, ଏହି ଗ୍ରୁପ ୟୁକ୍ରେନ ସେନାର ଆଇଟି ଟିମ ସହ ମିଶି କାମ କରୁଛି। ରୁଷର ଆକ୍ରମଣ ପରେ ୟୁକ୍ରେନର ଉପ-ପ୍ରଧାନମନ୍ତ୍ରୀ ମିଖାଇଲୋ ଫେଡୋରୋଭଙ୍କ ସହାୟତାରେ ତିଆରି କରାଯାଇଥିଲା। ପୂର୍ବରୁ ଏହି ହ୍ୟାକିଂ ଗ୍ରୁପ ରୁଷ ବିରୋଧରେ ସାଇବର ଯୁଦ୍ଧର ଚେତାବନୀ ଦେଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.