ସାଇବର ଅପରାଧ ଯାଞ୍ଚ ଲାଗି ରବୋଟ 'ସାଇବିରା'କୁ ନିଯୁକ୍ତ କରିଛି ପୋଲିସ, ଜାଣନ୍ତୁ କେଉଁଠି

Published By : Prameya-News7 Bureau | November 20, 2019 IST

ବିଶାଖାପାଟଣା : ନାଗରିକଙ୍କ ସହାୟତା ଲାଗି ଆନ୍ଧ୍ରପ୍ରଦେଶ ପୋଲିସ ନେଇଥିବା ପଦକ୍ଷେପ ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ସାଇବର ଅପରାଧ ମାମଲାରେ ଲୋକଙ୍କୁ ତ୍ୱରିତ୍ ନ୍ୟାୟ ପ୍ରଦାନ ଲାଗି ଏକ ରବୋଟକୁ ନିଯୁକ୍ତ କରିଛି। ଏହାର ନାମ ସାଇବର ସିକ୍ୟୁରିଟି ଇଣ୍ଟରଆକ୍ଟିଭ ରବୋଟ ଏଜେଣ୍ଟ ଓରଫ 'ସାଇବିରା'  ରଖାଯାଇଛି। ଏହି ରବୋଟରେ ଥିବା ଅତ୍ୟାଧୁନିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସୀ ଲୋକଙ୍କ ଅଭିଯୋଗର ପଞ୍ଜିକରଣ ଓ ସମାଧାନରେ ପୋଲିସକୁ ସହାୟତା କରୁଛି।

{"id":187331,"sizeSlug":"large"}

ପୋଲିସ ପୋଷାକରେ ସାଇବିରା ଏବେ ମହାରାଣୀପେଟା ଥାନାରେ କାର୍ଯ୍ୟ କରୁଥିବା ଦେଖାଯାଇଛି। ରବୋଟ ପୋଲିସକୁ କୁଶଳ ଢଙ୍ଗରେ ଅଭିଯୋଗର ପଞ୍ଜିକରଣ ସାଙ୍ଗକୁ ଏହାର ସମାଧାନରେ ସହାୟତା କରୁଛି। ଏହି ରବୋଟକୁ ରୋବୋ କେପ୍ଲର ପ୍ରାଇଭେଟ ଲିମିଟେଡ ବିକଶିତ କରିଛନ୍ତି। କମ୍ପାନୀର ସଦସ୍ୟ ଡି.କେ.ଇରାବତ ଏହି ରବୋଟର କାର୍ଯ୍ୟଦକ୍ଷତା ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା ଦେଇଥିବା ବେଳେ ଏହା ସ୍ୱୟଂଚାଳିତ ଭାବେ ଲୋକଙ୍କ ଅଭିଯୋଗ ଗ୍ରହଣ କରିବା ସହ ସମ୍ବଦ୍ଧିତ ବିଭାଗକୁ ତଦନ୍ତ ନିମନ୍ତେ ପ୍ରେରଣ କରିପାରୁଥିବା କହିଛନ୍ତି। 

{"id":187332,"width":579,"height":455,"sizeSlug":"large"}

ଯଦି ବିଭାଗୀୟ ସ୍ତରରେ ସମସ୍ୟାର ସମାଧାନ ହୋଇପାରୁନି ତେବେ ତାକୁ ଉଚ୍ଚଅଧିକାରୀ ତଥା ପ୍ରଧିକରଣକୁ ରବୋଟ ପଠାଇ ଦେଉଛି। ଯଦି ଅଧିକାରୀ ସମସ୍ୟା ସମାଧାନରେ ବିଫଳ ହୁଅନ୍ତି ତେବେ ଅଭିଯୋଗ ସ୍ୱୟଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚାଲିଯିବ। ତେବେ ରବୋଟଟି ଏପର୍ଯ୍ୟନ୍ତ କରିଥିବା ପ୍ରତିଟି କାର୍ଯ୍ୟ ଅତ୍ୟନ୍ତ ନିଖୁଣ ଭାବେ ତୁଲାଇଥିବା ଜଣାପଡିଛି। ଲୋକଙ୍କ ଅଭିଯୋଗକୁ ଦକ୍ଷତାର ସହ ପଞ୍ଜିକରଣ କରିବା ସହ ସମାଧାନ କରିବାରେ ପୋଲିସକୁ ସହାୟତା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.