ଚୁଲି ଭଙ୍ଗା ଘଟଣାକୁ ଖଣ୍ଡନ କଲେ ପରିଚାଳନା କମିଟି ସଦସ୍ୟ, କହିଲେ ଚାଲିଛି ମରାମତି

Published By : Prameya-News7 Bureau | July 02, 2022 IST

ପୁରୀ ୦୨/୦୭: ଶ୍ରୀଗୁଣ୍ଡିଚା ମନ୍ଦିର ଚୁଲି ଭଙ୍ଗା ଘଟଣାରେ ସ୍ପଷ୍ଟୀକରଣ ରଖିଲେ ପରିଚାଳନା କମିଟି ସଦସ୍ୟ । ଗୁଣ୍ଡିଚା ମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣାକୁ ଖଣ୍ଡନ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡି । ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଘରେ ଚୁଲି ଭଙ୍ଗା ଯାଇନାହିଁ । ଏନେଇ ସୂଚନା ଦେଇଛନ୍ତି ଅନନ୍ତ ତିଆଡି ।

ଶ୍ରୀଗୁଣ୍ଡିଚା ପୂର୍ବ ଦିନରୁ ଗୁଣ୍ଡିଚା ମନ୍ଦିରର ସମସ୍ତ ୨୪୦ ଟି ଟୁଲିକୁ ଭଙ୍ଗା ଯାଇଥାଏ । ଏହି ମରାମତି କାର୍ଯ୍ୟ ଦୁଇ ଦିନ ଧରି ଚାଲିଥାଏ । ବ୍ୟକ୍ତିଗତ କାରଣ ଦୃଷ୍ଟିରୁ ଯଦି କୌଣସି କ୍ଷତିଗ୍ରସ୍ତ ହୋଇଥାଏ ତାହା ନିଜସ୍ୱ । ପରମ୍ପରା ଅନୁସାରେ ଠାକୁରଙ୍କ ସଂଧ୍ୟା ଦର୍ଶନ ପରେ ଚୁଲି ମରାମତି ହୋଇଥାଏ ବୋଲି ସେ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.