‘ତୁମ ଜନ୍ମ କିପରି ହୋଇଥିଲା ଭୁଲନି’, BSFର ପ୍ରଶଂସା କରି ବାଂଲାଦେଶକୁ ୧୯୭୧ର କାହାଣୀ ମନେ ପକାଇ ଦେଲେ ଶାହ

Published By : Prameya-News7 Bureau | May 23, 2025 IST

ନୂଆଦିଲ୍ଲୀ: ଚୀନ କଥାରେ ଡେଉଁଥିବା ବାଂଲାଦେଶକୁ କଡ଼ା ସନ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ । କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ ଚେତାବନୀ ଦେଇ କହିଛନ୍ତି ଯେ ପଡ଼ୋଶୀ ଦେଶ ମନେ ରଖିବା ଦରକାର, ତାର ଜନ୍ମ କିପରି ହୋଇଥିଲା । ଏବଂ ତାର ନିର୍ମାଣରେ ଭାରତର ସୀମା ସୁରକ୍ଷା ବଳର ଭୂମିକା କ’ଣ ଥିଲା । ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ପଡ଼ୋଶୀ ଦେଶ ୧୯୭୧ର ମୁକ୍ତି ସଂଗ୍ରାମ ବେଳେ ତାରା ନିର୍ମାଣରେ ବିଏସଫର ଭୂମିକାକୁ ଅଣଦେଖା ନକରୁ ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଶୁକ୍ରବାର ୨୨ତମ ବିଏସଏଫ୍ ଅଳଙ୍କରଣ ସମାରୋହରେ ସାମିଲ ହୋଇ ବିଏସଏଫ୍ ଯବାନଙ୍କ ଶୌର୍ଯ୍ୟ କଥା ମନେ ପକାଇଛନ୍ତି । ଶାହ କହିଛନ୍ତି ଯେ ଅପରେସନ ସିନ୍ଦୂର ବେଳେ ପାକିସ୍ତାନ ସ୍ଥିତ ଅତଙ୍କବାଦୀ ସଂଗଠନ ଉପରେ ଭାରତ ସୈନ୍ୟ କାର୍ଯ୍ୟାନୁଷ୍ଠାନ ନେଇଥିଲା । ଆତଙ୍କବାଦୀଙ୍କ ସମର୍ଥନରେ ପାକିସ୍ତାନ ପଟୁ ଆକ୍ରମଣ ସାରା ଦୁନିଆରେ ତାର ମୁଖା ଖୋଲି ଦେଇଛି । 

ଏହି କାର୍ଯ୍ୟକ୍ରମରେ ବିଏସଏଫ ଯବାନଙ୍କୁ ପ୍ରଶଂସା କରି ଗୃହମନ୍ତ୍ରୀ ଅମିତ ଶାହ ପଡ଼ୋଶୀ ଦେଶ ବାଂଲାଦେଶକୁ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି । ଅମିତ ଶାହ କହିଛନ୍ତି ଯେ ୧୯୭୧ ଯୁଦ୍ଧରେ ବିଏସଅ୍‌ଏଫ୍‌ର ସାହସିକତା ଏବଂ ବାଂଲାଦେଶ ସୃଷ୍ଟିରେ ଏହାର ଅବଦାନକୁ ଭାରତ ଭୁଲିପାରିବ ନାହିଁ ଏବଂ ବାଂଲାଦେଶ ମଧ୍ୟ ଏହାକୁ କେବେ ଭୁଲିବା ଉଚିତ୍ ନୁହେଁ । ଅନ୍ୟାୟ ବିରୁଦ୍ଧ ଲଢ଼େଇରେ ସଶସ୍ତ୍ର ବାହିନୀ ସହିତ କାନ୍ଧକୁ କାନ୍ଧ ମିଶାଇ ବିଏସ୍‌ଏଫ୍ ସାହସିକତାର ଅନୁକରଣୀୟ ମାନଦଣ୍ଡ ସ୍ଥାପନ କରିଥିଲା । ଗୃହମନ୍ତ୍ରୀ କହିଛନ୍ତି ଯେ ୨.୭୫ ଲକ୍ଷ କର୍ମଚାରୀଙ୍କ ସଂଖ୍ୟା ସହିତ ବିଏସଏଫ ଭୌଗୋଳିକ ଚ୍ୟାଲେଞ୍ଜ ସବ ଜଡିତ ସବୁଠାରୁ କଠିନ ପରିସ୍ଥିତିରେ କାର୍ଯ୍ୟ କରୁଛି । ଉଲ୍ଲେଖଯୋଗ୍ୟ ଯେ ସୀମା ସୁରକ୍ଷା ବାହିନୀ ୧୯୬୫ ମସିହାରେ ଗଠିତ ହୋଇଥିଲା । ୧୯୬୫ରେ ଗଠିତ ଏହି ସଶସ୍ତ୍ର ବାହିନୀ ପାକିସ୍ତାନ ଏବଂ ବାଂଲାଦେଶ ସହିତ ୬,୦୦୦ କିଲୋମିଟର ଲମ୍ବା ଭାରତୀୟ ସୀମାକୁ ସୁରକ୍ଷା ଦେଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.