ଆଦାନୀ ଗ୍ରୁପ ପାଇଁ ଖୁସିଖବର, ୨୦,୦୦୦ ହଜାର କୋଟି ଟଙ୍କା ଏକାଠି କରିବାକୁ ମିଳିଲା ମଞ୍ଜୁରୀ

Published By : Prameya-News7 Bureau | October 09, 2022 IST

ନୂଆଦିଲ୍ଲୀ: ଅମ୍ୱୁଜା ସିମେଣ୍ଟ ଲିମିଟେଡ୍ ଶନିବାର କହିଛି ଏହାର ଅସାଧାରଣ ସଧାରଣ ବୈଠକ(extraordinary general meeting )ରେ ଆଗତ କରାଯାଇଥିବା ସମସ୍ତ ପ୍ରସ୍ତାବକୁ ସେୟାରଧାରକଙ୍କ ମଞ୍ଜୁରୀ ମିଳିଛି । କମ୍ପାନି ସେୟାର ବଜାରକୁ ଏହି ସୂଚନା ଦେଇଛି । କମ୍ପାନି କହିଛି ଇଜିଏମରେ ଆଦାନୀ ଗ୍ରୁପର କମ୍ପାନି ହାର୍ମେନିଆ ଟ୍ରେଡ ଆଣ୍ଡ ଇନଭେଷ୍ଟମେଣ୍ଟ ଲମିଟେଡକୁ ସିକ୍ୟୁରିଟି ଜାରି କରି ୨୦,୦୦୦ କୋଟି ଟଙ୍କା ଏକାଠି କରିବାର ଏକ ସ୍ୱତନ୍ତ୍ର ପ୍ରସ୍ତାବ ମଧ୍ୟ ପାରିତ କରିଛି । ଏହି ପ୍ରସ୍ତାବ ପକ୍ଷରେ ୯୧.୩୭ ପ୍ରତିଶତ ସେୟାରଧାରକଙ୍କ ସମର୍ଥନ ରହିଛି ।

ଏହାସହ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ପୁଅ କରଣ ଆଦାନୀ ଏବଂ ଅନ୍ୟ ଦୁଇ ନିର୍ଦ୍ଦେଶକ ତଥା ଚାରି ସ୍ୱତନ୍ତ୍ର ନିର୍ଦ୍ଦେଶକଙ୍କୁ ଅମ୍ୱୁଜା ସିମେଣ୍ଟସର ନିର୍ଦ୍ଦେଶକ ମଣ୍ଡଳରେ ନିଯୁକ୍ତି ଦେବା ସମ୍ପର୍କିତ ପ୍ରସ୍ତାବକୁ ସେୟାରଧାରକଙ୍କ ମଞ୍ଜୁରୀ ମିଳିଛି । ଇଜିଏମରେ ଗୌତମ ଆଦାନୀ ଉପସ୍ଥିତ ନଥିଲେ ଏବଂ ତାଙ୍କ ସ୍ଥାନରେ ତାଙ୍କ ପୁଅ କରଣ ଆଦାନୀ ବୈଠକର ଅଧ୍ୟକ୍ଷତା କରିଥିଲେ ।

ଚଳିତ ସପ୍ତାହ ଆରମ୍ଭରେ ସଂସ୍ଥାଗତ ନିବେଶକ ପରାମର୍ଶ କମ୍ପାନି ଆଇଆଇଏଏ ସେୟାରଧାରକଙ୍କୁ ୨୦,୦୦୦ କୋଟି ଟଙ୍କା ଏକାଠି କରିବା ପ୍ରସ୍ତାବ ବିରୋଧରେ ମତ ଦେବାକୁ ପରାମର୍ଶ ଦେଇଥିଲା । ଇଜିଏମରେ ମୋଟ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଆଦାମୀ ଗ୍ରୁପ ଗତ ସପ୍ତାହରେ ଅମ୍ୱୁଜା ଏବଂ ଏସିସି ସିମେଣ୍ଟର ଅଧିଗ୍ରହଣ ନେଇ ଘୋଷଣା କରିଥିଲା । ପ୍ରାୟ ୫୩,୮୦୦ କୋଟି ଟଙ୍କାର ବୁଝାମଣାରେ ଏହି ଦୁଇ ସିମେଣ୍ଟ ଉତ୍ପାଦନ କରୁଥିବା କମ୍ପାନିରେ ହୋସ୍ଲିନର ଅଂଶଧନକୁ ଆଦାନୀ ଗ୍ରୁପ କିଣିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.