ଛଟେଇ ନେଇ ଆମାଜନର ସଫେଇ: କାହାକୁ ବାହାର କରାଯାଉ ନାହିଁ, ନିଜ ଇଚ୍ଛାରେ ଚାକିରି ଛାଡ଼ୁଛନ୍ତି କର୍ମଚାରୀ

Published By : Prameya-News7 Bureau | November 25, 2022 IST

ନୂଆଦିଲ୍ଲୀ: ଟ୍ୱିଟର ଓ ଫେସ୍‌ବୁକ୍‌ରେ ଛଟେଇ ପରେ ଆମାଜନରେ ବି ଛଟେଇ ନେଇ ଖବର ଆସିଥିଲା। ହେଲେ କମ୍ପାନୀ ଏହାକୁ ଖଣ୍ଡନ କରିଛି। କର୍ମଚାରୀମାନେ ନିଜ ଇଚ୍ଛାରେ ଚାକିରି ଛାଡ଼ୁଛନ୍ତି ବୋଲି କମ୍ପାନୀ କହିଛି। ଜାତୀୟ ଗଣମାଧ୍ୟମ ଏନ୍‌ଟିଭିରେ ଏହି ଖବର ପ୍ରକାଶ ପାଇଛି।  

ଏନ୍‌ଡିଟିଭିରେ ୱେବ୍‌ସାଇଟ୍‌ରେ ପ୍ରକାଶିତ ଖବର ଅନୁସାରେ ଆମାଜନ କହିଛି ଯେ କମ୍ପାନୀ କୌଣସି କର୍ମଚାରୀଙ୍କୁ ଛଟେଇ କରି ନାହିଁ। କିନ୍ତୁ କିଛି କର୍ମଚାରୀ ସ୍ୱ-ଇଚ୍ଛାରେ ଚାକିରି ଛାଡ଼ୁଛନ୍ତି। ଭଲ୍ୟୁଣ୍ଟାରୀ ଡିସ୍‌ଏନ୍‌ଗେଜ୍‌ମେଣ୍ଟ ପ୍ରୋଗ୍ରାମରେ ସେମାନେ ଚାକିରି ଛାଡ଼ୁଛନ୍ତି। ସରକାରୀ ସୂତ୍ରରୁ ଏଭଳି ଖବର ପ୍ରକାଶ କରିଛି ବୋଲି ଏନ୍‌ଡିଟିଭି କହିଛି।  

ଗତ ସପ୍ତାହରେ ଭାରତରେ ଚାକିରି ଛଟେଇ ନେଇ ଘୋଷଣା ପରେ କେନ୍ଦ୍ର ଶ୍ରମମନ୍ତ୍ରାଳୟ କମ୍ପାନୀକୁ ନୋଟିସ୍ କରିଥିଲା। ବୁଧବାର ଶୁଣାଣି ବେଳେ ପ୍ରତିନିଧିଙ୍କୁ ଉପସ୍ଥିତ ରହିବାକୁ ମନ୍ତ୍ରାଳୟ କହିଥିଲା। ଗତ ସପ୍ତାହରେ ପୂରା ବିଶ୍ୱସ୍ତରରେ କମ୍ପାନୀ ୧୦ ହଜାର କର୍ମଚାରୀ କାଢ଼ିବା ନେଇ ଘୋଷଣା କରିଥିଲା। ଭାରତର କର୍ମଚାରୀଙ୍କୁ ସ୍ୱେଚ୍ଛାକୃତ ଚାକିରି ଛାଡ଼ିବାକୁ ଅନୁରୋଧ କରିଥିଲା କମ୍ପାନୀ। ଯାହାକୁ ନେଇ କେନ୍ଦ୍ର ସରକାର ନୋଟିସ୍ କରିବା ପରେ ଆଜାମ ଏପରି ଉତ୍ତର ରଖିଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.