ଝଡ଼ୁଥିବା ବାଳ ପାଇଁ ଲାଭଦାୟକ ଘିଁକୁଆରୀ: ଜାଣନ୍ତୁ କିପରି

Published By : Prameya-News7 Bureau | January 12, 2019 IST

ଘିଁକୁଆରୀ ଔଷଧୀୟ ଗୁଣରେ ଭରପୂର ହୋଇଥାଏ। ଘିଁକୁଆରୀର ଜେଲ୍ ଏବଂ ଏହାର ରସ ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ତ୍ବଚାରେ ଲଗାଇବା ଦ୍ବାରା ତ୍ବଚାରେ ଚମକ ଆସିଥାଏ। ଏହା ଆପଣଙ୍କ ପେଟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଆସନ୍ତୁ ଜାଣିବା ଘିଁକୁଆରୀର କେତେକ ଔଷଧୀୟ ଗୁଣ ବିଷୟରେ

wp:gallery {"ids":[73042]} /wp:gallery

ଚର୍ମ-କୁଞ୍ଚନ ଥବା ସମସ୍ୟାକୁ ମଧ୍ୟ ଘିଁକୁଆରୀ ସମ୍ପୂର୍ଣ୍ଣ ଭାବେ ଦୂର କରିଥାଏ। ଘିଁକୁଆରୀରେ ଭିଟାମିନ୍ ସି ଏବଂ ଇ ର ମାତ୍ରା ପ୍ରଚୁର ପରିମାଣରେ ଥାଏ। ଏହା ଦ୍ବାରା ତ୍ବଚାରେ ଚମକ ଆସିଥାଏ ଏବଂ ଆପଣଙ୍କ ତ୍ବଚା ଦୃଢ଼ ଓ ମସୃଣ ହୋଇଥାଏ।

wp:gallery {"ids":[73043]} /wp:gallery

ଓଜନ କମିବାରେ ସହାୟକ ହେଉଥିବା ଘିଁକୁଆରୀ ରସ ଆପଣଙ୍କ ଶରୀରରୁ ଅନାବଶ୍ୟକ ଚର୍ବିକୁ କମ୍ କରିବାର କାମ କରିଥାଏ  ଏହା ଦ୍ବାରା ଆପଣଙ୍କ ଓଜନ କମିଥାଏ। ଘିଁକୁଆରୀର ଜୁସ୍ ମେଟାବଲିଜିମ୍ ପ୍ରକ୍ରିୟା ସହ ଶରୀରକୁ ବିଷାକ୍ତରହିତ କରି ଓଜନ କମାଇବାର ପ୍ରକ୍ରିୟାକୁ ବଢ଼ାଇଥାଏ।

wp:gallery {"ids":[73044]} /wp:gallery

ଏହା ହୃଦରୋଗ ପାଇଁ ଲାଭଦାୟକ ହୋଇଥାଏ। ନିୟମିତ ଘିଁକୁଆରୀ ଖାଇବା ଦ୍ବାରା ଶରୀରରେ ରକ୍ତ ବୃଦ୍ଧି ହୋଇଥାଏ ଏବଂ ଏହା ଦ୍ବାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇଥାଏ। ହୃଦରୋଗ ହେବାର ସମ୍ଭାବନା କମଯାଇଥାଏ।

wp:gallery {"ids":[73045]} /wp:gallery

ଏହା ଝଡ଼ୁଥିବା ବାଳ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଘିଁକୁଆରୀରେ ପ୍ରୋଟେୟଲିକ୍ ଏନଜାଇମର ମାତ୍ରା ପ୍ରଚୁର ପରିମାଣରେ ଥାଏ ଯାହା ଆପଣଙ୍କ ମୁଣ୍ଡରେ ଥିବା ମୃତ କୋଷକୁ ସଜାଡ଼ିଥାଏ । ଏହା ଦ୍ବାରା ଆପଣଙ୍କ ବାଳ ଝଡ଼ିବା ସମସ୍ୟା ଦୂର ହୋଇଥାଏ। ଘିଁକୁଆରୀ ଏକ କଣ୍ଡିସନରର କାମ କରିଥାଏ। ଏହା ଦ୍ବାରା ବାଳରେ ଚମକ ଆସିଥାଏ।

wp:gallery {"ids":[73049]} /wp:gallery wp:gallery /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.