୫ ଦିନ ପାଇଁ ପ୍ରଭାବିତ ହେବ ବ୍ୟାଙ୍କ କାମ: ୨୦ ତାରିଖ ପୂର୍ବରୁ ସାରି ଦିଅନ୍ତୁ ସମସ୍ତ ବ୍ୟାଙ୍କ କାମ

Published By : Prameya-News7 Bureau | December 15, 2018 IST

ଭୁବନେଶ୍ୱର ୧୫/୧୨ : ଯଦି ଆପଣଙ୍କର କିଛି ବ୍ୟାଙ୍କ କାମ ଅଛି ତାହେଲେ ୨୦ ତାରିଖ ଭିତରେ ସବୁ କାମ ସାରି ଦିଅନ୍ତୁ | ଯଦି ୨୦ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ କାମ ନ ସାରିଛନ୍ତି ତାହେଲେ ଆପଣଙ୍କୁ ୫ଦିନ ଅପେକ୍ଷା କରିବାକୁ ପଡିବ | କାରଣ ଡିସେମ୍ବର ୨୧ ତାରିଖରୁ ୨୬ ତାରିଖ ଯାଏଁ ବ୍ୟାଙ୍କ ବନ୍ଦ ରହିବ | ଭାରତୀୟ ବ୍ୟାଙ୍କ ସଂଘର ବିଭାଜନକାରୀ ହାବଭାବ ଏବଂ ଦରମା ସମସ୍ୟା ନେଇ ଆସନ୍ତା ୨୧ ତାରିଖରୁ ବ୍ୟାଙ୍କ ବନ୍ଦ ରହିବ | ଏନେଇ ୟୁନାଇଟେଡ଼ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ ଘୋଷଣା କରିଛି | ୨୪ ତାରିଖରେ ବ୍ୟାଙ୍କ ଖୋଲା ରହିବ | ପୁଣି ବଡଦିନ ପାଇଁ ଡିସେମ୍ବର ୨୫ ତାରିଖରେ ବ୍ୟାଙ୍କ ବନ୍ଦ ରହିବ | ପୁଣି ୨୬ ତାରିଖରେ ୟୁନାଇଟେଡ଼ ଫୋରମର ଆଉ ଏକ ଧର୍ମଘଟ ରହିଛି | ୫ ଦିନ ପାଇଁ ବ୍ୟାଙ୍କରେ କାରବାର ପ୍ରଭାବିତ ହେବ |

{"id":63963}


ଗତ ଶୁକ୍ରବାର ଦିନ ହଜରତଗଞ୍ଜ ବ୍ୟାଙ୍କ ଅଫ ଇଣ୍ଡିଆ ପରିସରରେ ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସର ନେତୃତ୍ୱରେ ୟୁନାଇଟେଡ଼ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସର ଅଧିକାରୀମାନେ ବିରୋଧ ପ୍ରଦର୍ଶନ କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.