ବାଲେଶ୍ୱର/ଭୁବନେଶ୍ୱର ୦୪।୦୬ : ବାହାନଗା ଟ୍ରେନ୍ ଟ୍ରାଜେଡି । ଟ୍ରାକରୁ ହଟିଲା ୨୧ଟି ବଗି । ରାତି ସାରା ଉଦ୍ଧାର କାର୍ଯ୍ୟ ଜାରି ରଖି ଶେଷରେ ୨୧ଟି ବଗିକୁ ଟ୍ରାକରୁ ହଟାଇଛନ୍ତି ରେସକ୍ୟୁ ଟିମ୍ । ଏବେ ଟ୍ରାକ ମରାମତି ସହ ବିଦ୍ୟୁତ ମରାମତି କର୍ଯ୍ୟ ଜାରି ରହିଛି । ଟ୍ରାକରେ ଟ୍ରେନ ଚଳାଚଳ ସ୍ବାଭାବିକ କରିବାକୁ ଯଥାସମ୍ଭବ ଉଦ୍ୟମ କରାଯାଉଛି ।
{"id":797787,"sizeSlug":"full","linkDestination":"none"}ସେପଟେ ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା । ଭୁବନେଶ୍ବର ଏମସ୍ ଯାଇ ଆହତଙ୍କୁ ଭେଟିବା ସହ ଚିକିତ୍ସା ନେଇ ଅଧିକାରୀଙ୍କ ସହ କରିବେ ଆଲୋନା। ପରେ କଟକ ଏସସିବି ମେଡିକାଲ ପରିଦର୍ଶନରେ ମଧ୍ୟ ଯାଇପାରନ୍ତି କେନ୍ଦ୍ରମନ୍ତ୍ରୀ । ସେଠାରେ ମଧ୍ୟ ଚାଲିଥିବା ଚିକିତ୍ସା ବ୍ୟବସ୍ଥାର ତଦାରଖ କରିପାରନ୍ତି ମନ୍ତ୍ରୀ ।
{"id":797792,"sizeSlug":"full","linkDestination":"none"}ସୂଚନାଯୋଗ୍ୟ ଯେ, ବାହାନଗା ଟ୍ରେନ୍ ଟ୍ରାଜେଡିରେ ୩ଶହ ଟପିଲା ମୃତ୍ୟୁ ସଂଖ୍ୟା । ଚାପି ହୋଇ ରହିଥିବା ବଗି ତଳୁ ମିଳିଛି ଆଉ ୧୩ ମୃତଦେହ । କ୍ରେନ୍ ସହାୟତାରେ ବଗି ଉଠିଲା ପରେ ମୃତଦେହ ମିଳିଛି । ପ୍ରଥମେ ୬ଟି ମୃତଦେହ ମିଳିଥିଲା । ପରେ ଆଉ ୭ ଜଣ ମୃତଦେହ ଉଦ୍ଧାର କରାଯାଇଛି। NDRF ଟିମ୍ ଏହି ମୃତଦେହ ଉଦ୍ଧାର କରିଛନ୍ତି । ଏବେବି ଜାରି ରହିଛି ଅପରେସନ ।
You Can Read :
wp:embed {"url":"https://www.prameyanews7.com/snana-yatra-at-puri/","type":"wp-embed","providerNameSlug":"prameya-news-7"} /wp:embed