ପ୍ରଥମଥର ପାଇଁ ରୋଡ୍‌ ଟ୍ରିପ୍‌ରେ ଯିବେ ବଲିଉଡର ତିନି ହଟ୍‌ ଅଭିନେତ୍ରୀ: ରିଲିଜ୍ ହେଲା ପ୍ରଥମ ପୋଷ୍ଟର …

Published By : Prameya-News7 Bureau | August 11, 2021 IST

ମୁମ୍ବାଇ, ୧୧/୦୮ : ପ୍ରଥମ ଥର ପାଇଁ ଏକାଠି ଦେଖିବାକୁ ମିଳିବ ବଲିଉଡ୍ ଦିଭା । ରୋଡ ଟ୍ରିପରେ ଯିବେ ଅଭିନେତ୍ରୀ ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫ୍ ଓ ପ୍ରିୟଙ୍କା ଚୋପ୍ରା । ସାଙ୍ଗ ହୋଇ କରିବେ ଆଉଟିଂ । ଏଥି ସହ ପାର୍ଟି ସାଙ୍ଗକୁ ମଉଜ ମସ୍ତି ମଧ୍ୟ ।

ବାସ୍ତବରେ ଦୀର୍ଘ ସମୟ ପରେ ଫରାହନ ଅଖତର ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି । ଫରହାନଙ୍କ ଅପକମିଂ ଫିଲ୍ମରେ ଏହି ତିନି ଜଣଙ୍କୁ ଏକାଠି ଦେଖିବାକୁ ମିଳିବ ।  ଫିଲ୍ମ ଦିଲ ଚାହତା ହୈ ର ଫିମେଲ୍ ଭର୍ସନ । "ଜି ଲେ ଜରା" ଫିଲ୍ମରେ ଏମାନେ ଆସିବେ । ତେବେ ଏନେଇ ଅଫିସିଆଲ୍‌ ଭାବେ ଘୋଷଣା କରାଯାଇଛି । ଫିଲ୍ମର ନାମ ସହ ଏହାର ପୋଷ୍ଟର ମଧ୍ୟ ରିଲିଜ୍ କରାଯାଇଛି । ଏହି ପୋଷ୍ଟରରେ ଏକ ଗାଡି ଦେଖିବାକୁ ମିଳୁଛି । ଯାହା ଉପରେ ଅନେକ ଲୋକେସନ ମଧ୍ୟ ଦର୍ଶାଯାଇଛି । ପୋଷ୍ଟରଟିକୁ ତିନି ଜଣ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, କ୍ୟାଟ୍ରିନା କୈଫ ଓ ଆଲିଆ ଭଟ୍ଟ ମଧ୍ୟ ସେୟାର କରିଛନ୍ତି ।

ସୂଚନା ଅନୁଯାୟୀ, ଫିଲ୍ମଟି ରୋଡ୍ ଟ୍ରିପ ଏବଂ ବନ୍ଧୁତା ଉପରେ ଆଧାରିତ । ଏହା ପୂର୍ବରୁ ଫରହାନ ଅଖତର ବନ୍ଧୁତା ଉପରେ ଫିଲ୍ମ ଜିନ୍ଦେଗି ନା ମିଲେଗି ଦୋବାରା ଏବଂ ଦିଲ ଚାହତା ହୈ ପ୍ରସ୍ତୁତ କରି ସାରିଛନ୍ତି । ଫିଲ୍ମ ଜି ଲେ ଜରାର କାହାଣୀ ଜୋୟା ଅଖତର ଲେଖିଛନ୍ତି । ଏହାକୁ ଏକ୍ସେଲ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ କରାଯାଉଛି । ପ୍ରଥମ ଥର ପାଇଁ ଏହି ଫିଲ୍ମରେ ଏକାଠି ଦେଖିବାକୁ ମିଳିବ ତିନି ହଟ୍‌ ଅଭିନେତ୍ରୀଙ୍କୁ । ଅନ୍ୟପଟେ ଏହି ଫିଲ୍ମକୁ ନେଇ ଫ୍ୟାନ୍ସମାନେ ମଧ୍ୟ ଖୁବ୍ ଏକ୍ସସାଇଟେଡ୍ ଅଛନ୍ତି । ଫିଲ୍ମଟି ୨୦୨୩ରେ ରିଲିଜ୍ କରାଯିବ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.