oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଫିଲ୍ମ ବୟକଟ୍‌ ନାରାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଅକ୍ଷୟ କୁମାର; କହିଲେ, ଦୁଷ୍ଟ ଲୋକମାନେ ଏପରି କରନ୍ତି

8/08/2022 at 5:05 PM

ନୂଆଦିଲ୍ଲୀ: ବର୍ତ୍ତମାନ ହିନ୍ଦୀ ସିନେମା ବୟକଟ୍‌କୁ ନେଇ ଆନ୍ଦୋଳନ ତୀବ୍ର ହେଉଛି। ଅମୀର ଖାନ୍‌ଙ୍କର ଫିଲ୍ମ ଲାଲ୍‌ ସିଂହ ଚଡ୍ଡା ଓ ଆଲିଆ ଭଟ୍ଟଙ୍କର ‘ଡାର୍ଲିଂ’କୁ ବୟକଟ୍‌ କରାଯାଉ ବୋଲି ସୋସିଆଲ୍‌ ମିଡିଆରେ ଅଭିଯାନ ଜାରି ରହିଛି। ଏହି ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବଲିଉଡ୍‌ର ଖିଲାଡ଼ି କୁମାର ଅକ୍ଷୟ କୁମାର। ଦୁଷ୍ଟ ଲୋକମାନେ ଫିଲ୍ମ ବୟକଟର ନାରା ଦିଅନ୍ତି ବୋଲି ଅକ୍ଷୟ କୁମାର କହିଛନ୍ତି।

ନିଜ ଫିଲ୍ମ ‘ରକ୍ଷା ବନ୍ଧନ’କୁ ପ୍ରମୋଟ୍ କରିବା ଆସିଥିବା ଅକ୍ଷୟ କୁମାର ମିଡିଆକୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି। ସେ କହିଛନ୍ତି “ଭାରତ ଏକ ମୁକ୍ତ ରାଷ୍ଟ୍ର, ତେଣୁ ଯିଏ ଯାହା ଚାହିଁବି କରିପାରିବ।” ତେବେ ଫିଲ୍ମ ବୟକଟ ନ କରିବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି।  

ଅକ୍ଷୟ କୁମାରଙ୍କ ପରବର୍ତ୍ତୀ ଫିଲ୍ମ ‘ରକ୍ଷା ବନ୍ଧନ’ ଖୁବ୍‌ଶୀଘ୍ର ପରଦା ଉପରକୁ ଆସିବାକୁ ଯାଉଛି। ଆନନ୍ଦ ଏଲ୍‌ ରାୟଙ୍କର ନିର୍ଦ୍ଦେଶିତ ଏହି ଫିଲ୍ମଟି ଟାଇଟଲରୁ ସମ୍ପୂର୍ଣ୍ଣ ପାରିବାରିକ ବୋଲି ଜଣାପଡ଼ୁଛି। ଜଣେ ଭାଇ ଓ ୪ ଭଉଣୀଙ୍କୁ ନେଇ ଏହାର କାହାଣୀ ଆଧାରିତ। ଏହି ଫିଲ୍ମର ପ୍ରମୋସନ୍‌ରେ ଯୋଗ ଦେଇ ଅକ୍ଷୟ କୁମାର ହିନ୍ଦୀ ସିନେମା ବୟକଟ୍‌ର ନାରା ଉପରେ ନିଜର ଅସନ୍ତୋଷ ଝାଡ଼ିଛନ୍ତି।  

ଫିଲ୍ମ ବୟକଟ୍‌ର ନାରା ଦେବା ତାଙ୍କୁ ଦୁଃଖ ଦିଏ ବୋଲି ଅକ୍ଷୟ କହିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅକ୍ଷୟ କହିଛନ୍ତି “କିଛି ଲୋକ ଏଭଳି କାର୍ଯ୍ୟ କରନ୍ତି। ସେମାନେ ବଦମାସି କରୁଛନ୍ତି। ଠିକ୍‌ ଅଛି ଭାରତ ଏକ ମୁକ୍ତ ଦେଶ, ଯିଏ ଯାହା ଚାହିଁବ କରିପାରିବ। ତେବେ ଫିଲ୍ମର ଆୟ ଭାରତର ଅର୍ଥନୀତିରେ ଯୋଗଦାନ ଦିଏ। ତେଣୁ ବୟକଟ କରିବାର କୌଣସି କାରଣ ସୃଷ୍ଟି ହେଉ ନାହିଁ। ଆମେ ସମସ୍ତେ ଆମ ଦେଶକୁ ସବୁଠାରୁ ମହାନ ଏବଂ ଶ୍ରେଷ୍ଠ କରି ଗଢ଼ି ତୋଳିବା ପାଇଁ ଚେଷ୍ଟା କରୁଛୁ। ମୁଁ ସେମାନଙ୍କୁ ଅନୁରୋଧ କରୁବି ଯେ ସେମାନେ ଏଥିରେ ବାଧା ସୃଷ୍ଟି ନ କରନ୍ତୁ। ତା ସହ ଏଭଳି କଥାକୁ ଗୁରୁତ୍ୱ ନଦେବାକୁ ମୁଁ ସମସ୍ତଙ୍କୁ  କହିବାକୁ ଚାହିଁବି। ଏହା ଆମ ଦେଶ ପାଇଁ ଭଲ ହେବ।”

ସୂଚନା ଥାଉକି ଅକ୍ଷୟଙ୍କର ପରବର୍ତ୍ତୀ ଫିଲ୍ମ ‘ରକ୍ଷା ବନ୍ଧନ’କୁ ଆନନ୍ଦ ଏଲ୍ ରାୟ ନିର୍ଦ୍ଦେଶନା ଦେଇଥିବା ବେଳେ ଏଥିରେ ଅକ୍ଷୟ କୁମାର, ଭୂମୀ ପେଦନାକର, ସାଦିଆ ଖତୀବ, ଶହିଜମୀନ କୌର, ସ୍ମୃତି ଶ୍ରୀକାନ୍ତ ଏବଂ ଦୀପିକା ଖାନ୍ନା ମୁଖ୍ୟ ଭୂମିକାର ଅଭିନୟ କରିଛନ୍ତି। ଏହି ଫିଲ୍ମଟି ଅଗଷ୍ଟ ୧୧ ତାରିଖରେ ମୁକ୍ତିଲାଭ କରିବାକୁ ଥିବା ବେଳେ ଏହା ଅମୀର ଖାନ୍‌ଙ୍କର ଫିଲ୍ମ ଲାଲ୍‌ ସିଂହ ଚଡ୍ଡାକୁ ଟକ୍କର ଦେବ। ରକ୍ଷା ବନ୍ଧନ ଫିଲ୍ମକୁ ମିଳିତ ଭାବେ ଜି ଷ୍ଟୁଡିଓ, କଲର୍ସ ୟେଲୋ ପ୍ରଡକ୍ସନ ଏବଂ କ୍ୟାପ ଅଫ ଗୁଡ୍ ଫିଲ୍ମସ୍ ପ୍ରଯୋଜନା କରିଛନ୍ତି।  

   Related Posts