କାନଶିରାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ଅଖିଳେଶ, ମାୟାବତୀ କଲେ ଟାର୍ଗେଟ୍‌

Published By : Prameya-News7 Bureau | April 03, 2023 IST

ନୂଆଦିଲ୍ଲୀ ୦୩/୦୪; ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସୋମବାର ଦିନ ରାଏବରେଲିରେ ବହୁଜନ ସମାଜବାଦୀ ପାର୍ଟୀ ମୁଖ୍ୟ କାନଶିରାମଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ଏସପି ନେତା ସ୍ୱାମୀ ପ୍ରସାଦ ମୋର୍ଯ୍ୟା ଟ୍ବିଟ୍‌ କରି ଏ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଅଖିଳେଶ ଯାଦବ ରାଏବରେଲିରେ ଏକ ଜନ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ, ଯାହାକି କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ଲୋକସଭା ନିର୍ବାଚନମଣ୍ଡଳୀ ମଧ୍ୟରେ ରହିଛି। ଅଖିଳେଶଙ୍କ ଏହି ପଦକ୍ଷେପକୁ ନେଇ ସତର୍କ ହୋଇଯାଇଛନ୍ତି ବିଏସପି ମୁଖ୍ୟ ମାୟାବତୀ। ଅଖିଳେଶଙ୍କୁ ଟାର୍ଗେଟ୍‌ କରି ସେ କହିଛନ୍ତି ସାପା ଏବେ ଦଳିତ ଏବଂ ପଛୁଆ ବର୍ଗଙ୍କୁ ଧରି ଭୋଟ ହାତେଇବାକୁ ଚାହୁଁଛି।

ଏଥିସହ “ବିଏସପି ପଛରେ ଦଳିତ ଭୋଟର ଥିବା ବେଳେ। ଦଳିତଙ୍କୁ ନିଜ ପଟକୁ ନେବାକୁ ଅଖିଳେଶ ଯାଦବ ଏଭଳି ପ୍ରୟାସ କରୁଛନ୍ତି। ସେ ଆହୁରି କହିଛନ୍ତି, ଦଳିତ, ପଛୁଆ ବର୍ଗ, ବାବା ସାହେବ ଆମ୍ବେତକର ଏବଂ କାନଶିରାମଙ୍କ ପ୍ରତି ସପାର ବେଇମାନିର ଏକ ଲମ୍ବା ଫର୍ଦ୍ଦ ରହିଛି। ପଛୁଆ ବର୍ଷ ଏବଂ ମୁସଲ୍‌ମାନଙ୍କ ପାଇଁ ଛଳନା କରିବା ସପାର ଅଭ୍ୟାସ। ବିରୋଧୀର ସଂକୀର୍ଣ୍ଣ ରାଜନୀତି ଏବଂ ଗରିବଙ୍କ ପ୍ରତି ଛଳନା ପାଇଁ ସପା-ବସପାର ମେଣ୍ଟ ଭାଙ୍ଗିଲା। ଯଦି ସପା ୧୯୯୫ରେ ଗେଷ୍ଟ ହାଉସ୍‌ କାମ କରିନଥାନ୍ତା ତେବେ ଏହି ମେଣ୍ଟ ଏବେ ସାରା ରାଜ୍ୟରେ ରାଜୁତି କରିଥାନ୍ତା।

ସେ ଆହୁରି କହିଛନ୍ତି, ସପା ଶାସନରେ ମହାନ ଦଳିତ , ସନ୍ଥ ଏବଂ ଗୁରୁଙ୍କ ବିରୋଧରେ କାମ କରିଛି। ସପା ସୃଷ୍ଟି କରିଥିବା ଜାତିଗତ ବିଦ୍ବେଶ ଭାବନାକୁ କେହି ଭୁଲି ପାରିବେ ନାହିଁ। ଏଥିପାଇଁ ଲୋକେ କେବେ କ୍ଷମା କରିବେ ନାହିଁ। ପୂର୍ବରୁ ପଛୁଆବର୍ଗ ସପାଠୁ ସତର୍କ ଥିଲେ ଏବଂ ମୁସଲମାନ ମାନେ ମଧ୍ୟ ତାଙ୍କ କଥାରେ ପ୍ରଭାବିତ ହେବେ ନାହିଁ।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.