୬ମାସରେ ହରାଇଥିଲେ ବାପା-ଭାଇଙ୍କୁ, ଏବେ ବିଦେଶୀ ଖେଳାଳିଙ୍କ ଭାଙ୍ଗିଲେ ଅଣ୍ଟା

Published By : Prameya-News7 Bureau | February 24, 2024 IST

ରାଞ୍ଚି ୨୪/୦୨: ଡେବ୍ୟୁ ମ୍ୟାଚରେ ଚମକିଲେ ଆକାଶଦୀପ । ରାଞ୍ଚି ଟେଷ୍ଟରେ ଦମଦାର ପ୍ରଦର୍ଶନ । ଘାତକ ବୋଲିଂରେ ଘାଇଲା ବିଦେଶୀ ଟିମ୍ । ଆରମ୍ଭରୁ ମାଟି କାମୁଡ଼ିଛି ଭ୍ରମଣକାରୀ ଦଳ । ପ୍ରଥମ ସ୍ପେଲ୍‌ରେ ୩ ଓ୍ବିକେଟ୍ । ଭୁଶୁଡ଼ିଗଲା ବେନ୍ ଷ୍ଟୋକ୍ସଙ୍କ ବ୍ୟାଟିଂ ଲାଇନ୍ । ଡେବ୍ୟୁ କ୍ୟାପ୍ ପରେ ମା’ଙ୍କ ଠାରୁ ଆଶୀର୍ବାଦ ନେଇ ପଡ଼ିଆକୁ ଓହ୍ଲାଇଥିଲେ ଯୁବ ପେସ୍ ବୋଲର । ବିହାରୀ ବାବୁ ଦେଖାଇଚାଲିଥିଲେ ଗୋଟିଏ ପରେ ଗୋଟିଏ ଜଲଓ୍ୱା । ଗୋଟିଏ ଓଭରରେ ହାତେଇଥିଲେ ଦୁଇଟି ଓ୍ୱିକେଟ୍ । ପରେ ଆଉ ଗୋଟିଏ ଓଭରରେ ଓ୍ୱିକେଟ ନେଇ ୩ ଖେଳାଳିଙ୍କୁ ପଠାଇଥିଲେ ପାଭିଲିୟନ ।

ମୈଦାନରେ ଆଜି ସେ ଷ୍ଟାର ସତ । କିନ୍ତୁ ସେହି ସଫଳତା ପାଇବାକୁ କରିବାକୁ ପଡିଛି ଅନେକ ସଂଘର୍ଷ । ୨୦୨୫ ଥିଲା ଆକାଶ ପାଇଁ ଅଭିଶପ୍ତ ବର୍ଷ । ୬ ମାସ ମଧ୍ୟରେ ଡକାଡକି ହୋଇ ଚାଲିଯାଇଥିଲେ ବାପା-ଭାଇ । ସତ ବାଧାବିଘ୍ନ ପାର୍ କରି ଖେଳିଥିଲେ ଘରୋଇ କ୍ରିକେଟ । ନିକଟରେ ଟେଷ୍ଟ ଦଳ ପାଇଁ ସିଲେକ୍ଟ ହେଲେ । ଜଣ ବନ୍ଧୁଙ୍କ ସହାୟତାରେ ସେ ପାଇଥିଲେ ସଫଳତା । ପଶ୍ଚିମବଙ୍ଗ ଦୁର୍ଗାପୁରରେ ଥିବା କ୍ଲବରେ ଖେଳିବାର ସୁଯୋଗ ପାଇଥିଲେ ଆକାଶ । ସେଠାରେ ଟେନିସ୍ ବଲରୁ ଆରମ୍ଭ ହୋଇଥିଲା ତାଙ୍କର ରୋଜଗାର ।

wp:html /wp:html

ବିହାରରେ କ୍ରିକେଟ ଖେଳିବାକୁ ନଥିଲା କୌଣସି ବଡ ପ୍ଲାଟଫର୍ମ । କାରଣ ଆକାଶଙ୍କ ଜନ୍ମସ୍ଥାନରେ କ୍ରିକେଟ ଖେଳିବା ଅପରାଧ ସହ ସମାନ । ଏମିତିକି ଆକାଶଙ୍କର କୌଣସି ସାଙ୍ଗ ସାଥୀ ନଥିଲେ । ପିଲାଙ୍କୁ ତାଙ୍କ ସାଙ୍ଗରେ ମିଶିବାକୁ ବାରଣ କରୁଥିଲେ ପାଖ ପଡୋଶୀ । କହୁଥିଲେ ପାଠ ପଢି ମଣିଷ ହୁଏ, ବାଜ୍ୟ ପିଲାଙ୍କ ସଙ୍ଗତରେ ପଢି ନଷ୍ଟ କରନି ସମୟ । ନିକଟରେ ଆକାଶ ସାକ୍ଷାତକାରରେ ଖୁଲ୍ଲାସା କରିଥିଲେ ଆକାଶ । ଠିକ୍ ସେହିଭଳି ବାପା ବି ଚାହୁଁନଥିଲେ ପୁଅ ହେଉ କ୍ରିକେଟର । ବାପାଙ୍କ କଥା ରଖି ପୋଲିସ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ କରୁଥିଲେ । ହେଲେ ପରୀକ୍ଷା ବେଳେ ଖାତାରେ ଉତ୍ତର ନଲେଖି ଚାଲିଆସୁଥିଲେ ।

ପରେ ବାପା-ଭାଇ ଯିବା ପରେ ବଢିଯାଇଥିଲା ପରିବାରର ବୋଝ । ୨୦୧୯ରେ ଘରୋଇ କ୍ରିକେଟ, ପରେ ଲିଷ୍ଟ ଏରେ T-20 ଡେବ୍ୟୁ କରିଥିଲେ । ଏଇଠୁ ଆରମ୍ଭ ହୋଇଥିଲା ସଫଳତାର ଯାତ୍ରା । ଆଇପିଏଲ୍‌ରେ ଖେଳିବାକୁ ଫିଟିଗଲା ରାସ୍ତା । RCB ପାଇଁ ୨୦୨୨ ଏବଂ ୨୦୨୩ ଖେଳିଛନ୍ତି । ଏଥର ବି ଖେଳିବାର ରହିଛି ଯଥେଷ୍ଟ ସମ୍ଭାବନା ।

wp:embed {"url":"https://www.prameyanews7.com/ind-vs-eng-akash-deep-leads-inds-sensational-start-in-ranchi/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ind-vs-eng-akash-deep-leads-inds-sensational-start-in-ranchi/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.