suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବିଜେପି ସହ ସମ୍ପର୍କ କାଟିଲା ଅକାଳୀ ଦଳ : ଛାଡିଲା ଏନଡିଏ, ବିବାଦୀୟ କୃଷି ବିଲ୍ ପାଇଁ ଏକ ଦୀର୍ଘ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ !

26/09/2020 at 10:40 PM

ନୂଆଦିଲ୍ଲୀ,୨୬/୦୯ :  ଏନଡିଏ ସହ ସମ୍ପର୍କ ତୁଟାଇଛି ଅକାଳୀ ଦଳ । ଦୀର୍ଘ ବର୍ଷ ଧରି ଏନଡିଏ ସହ ଥିବା ଅକାଳୀ ଦଳ ଏନଡିଏ ହାତ ଛାଡିଛି । କୃଷି ବିଲକୁ ନେଇ ବିଜେପି ଓ ଅକାଳୀ ଦଳ ମଧ୍ୟରେ ମତାନ୍ତର ଦେଖାଦେଇଥିଲା ।

କିଛିଦିନ ପୂର୍ବରୁ କୃଷି ସମ୍ବନ୍ଧରେ ଅଧ୍ୟାଦେଶ ଆଣିବାକୁ ପ୍ରସ୍ତୁତ ହେଉଥିବା ମୋଦୀ ସରକାରଙ୍କୁ ଝଟକା ଲାଗିଥିଲା। ବିଜେପିର ସହଯୋଗୀ ଶିରୋମଣି ଅକାଳୀ ଦଳ ଅଧ୍ୟାଦେଶକୁ ବିରୋଧ କରିବା ସହ କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ବାଦଲ କ୍ୟାବିନେଟ୍‌ରୁ ଇସ୍ତଫା ଦେଇଥିଲେ। ଯେଉଁଦିନ ବିଧେୟକ ଲୋକସଭାରେ ଉପସ୍ଥାପିତ ହେଲା ଶିରୋମଣି ଅକାଳି ଦଳର ସାଂସଦ ସୁଖବୀର ସିଂହ ବାଦଲ ଏହାର ବିରୋଧ କରିଥିଲେ। ସେ ସରକାରଙ୍କୁ ବଡ ଝଟକା ଦେଇ କହିଥିଲେ ଯେ, ହରସିମରତ କୌର ବାଦଲ ମନ୍ତ୍ରୀପଦରୁ ଇସ୍ତଫା ଦେବେ। ଏବେ କୌର କ୍ୟାବିନେଟ୍‌ରୁ ଇସ୍ତଫା ଦେଇଥିଲେ।

ହରସିମରତ କୌର ବାଦଲ ଟ୍ଵିଟ୍‌ରେ ଇସ୍ତଫାର ସୂଚନା ଦେଇ କହିଥିଲେ ଯେ,, ସେ କୃଷକ ବିରୋଧୀ ଅଧ୍ୟାଦେଶ ଏବଂ ଆଇନର ବିରୋଧରେ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। କୃଷକଙ୍କ ସହିତ ସେମାନଙ୍କର ଝିଅ ଓ ଭଉଣୀ ଭାବେ ଛିଡା ହୋଇଥିବାରୁ ଗର୍ବିତ।

ଏହା ପୂର୍ବରୁ ପଞ୍ଜାର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ବାଦଲ ଓ ଶିରୋମଣି ଅକାଳି ଦଳ ସଭାପତି ସୁଖବୀର ସିଂହ ବାଦଲଙ୍କୁ ଏନଡିଏ ମେଣ୍ଟ ଛାଡିବାକୁ ଚ୍ୟାଲେଞ୍ଜ କରିଥିଲେ। ଗୁରୁବାର ନିଜର ପ୍ରତିକ୍ରିୟାରେ କ୍ୟାପଟେନ ଅମରିନ୍ଦର ସିଂହ କହିଛନ୍ତି ବାଦଲ ପରିବାର ଏବେ ମଧ୍ୟ ସରକାରଙ୍କ ସହିତ ଅଠା ପରି ଲାଗି ରହିଛନ୍ତି। ଅନ୍ୟପଟେ ମୋଦୀ ସରକାର କୃଷକଙ୍କ ବିରୋଧରେ ବିଧେୟକ ଆଣୁଛି।

କୃଷି ଅଧ୍ୟାଦେଶକୁ ନେଇ ଅଧିକାଂଶ ରାଜନୈତିକ ଦଳ କୃଷକଙ୍କ ସମର୍ଥନରେ ଅଛନ୍ତି। କଂଗ୍ରେସ ଓ ପଞ୍ଜାବ ସରକାର କୃଷକଙ୍କ ସମର୍ଥନରେ ଅଛନ୍ତି। ଶିରୋମଣି ଅକାଳୀ ଦଳ ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିରୋଧରେ ଛିଡା ହୋଇଛି।

   Related Posts