ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏକ୍ସ ବୟଫ୍ରେଣ୍ଡ ସଲ୍ଲୁ ମିଆଁଙ୍କ କ୍ରୋଧର ଶିକାର ହୋଇଥିଲେ ବିଶ୍ୱ ସୁନ୍ଦରୀ, ଖୋଲି କହିଥିଲେ ମନର କଥା

1/11/2022 at 8:24 AM

ମୁମ୍ୱାଇ ୦୧/୧୧: ବଚ୍ଚନ ପରିବାରର ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ବଲିଉଡର ନାମୀଦାମୀ ଅଭିନେତ୍ରୀ । ଜୁନିୟର ବଚ୍ଚନ ତଥା ଅଭିଷେକଙ୍କ ପତ୍ନୀ । ଏହି ଦମ୍ପତ୍ତିଙ୍କର ଝିଅଟିଏ ବି ଅଛି । ଅଭିଷେକ ବଚ୍ଚନଙ୍କୁ ବିବାହ କରିବା ପୂର୍ବରୁ ଐଶ୍ ଥିଲେ ସଲମାନଙ୍କ ପ୍ରେମିକା । କେବଳ ସଲମାନ ନୁହେଁ ବିବେକ ଓବରାଏଙ୍କ ଗର୍ଲଫ୍ରେଣ୍ଡ ବି ଥିଲେ । ହେଲେ ସଲମାନ ଖାନଙ୍କ ସହ ତାଙ୍କ ପ୍ରେମ ସଂପର୍କ ନେଇ ଜୋରଦାର ହୋଇଥିଲା ଗସିପ୍ ।

ଐଶ୍ୱର୍ଯ୍ୟା-ସଲମାନଙ୍କ ଯୋଡିକୁ ବହୁତ ପସନ୍ଦ କରୁଥିଲେ ଫ୍ୟାନ୍ସ । କୁହାଯାଉଥିଲା ଦୁହେଁ ଖୁବଶୀଘ୍ର ବିବାହ କରିବେ । ହେଲେ ବେଶି ଦିନ ତିଷ୍ଠିନଥିଲା ଉଭୟଙ୍କର ପ୍ରେମ ସମ୍ପର୍କ । ଅନେକ ଦିନର ପ୍ରେମରେ ପଡିଥିଲା ଭଟ୍ଟା । ଦୁହିଁଙ୍କର ବ୍ରେକଅପ୍ ହୋଇଥିଲା । ଏହାର କାରଣ ଥିଲା ସଲମାନଙ୍କ ରାଗ । କୁହାଯାଏ କି ସଲମାନ ତାଙ୍କ ପ୍ରେମିକା ଐଶ୍ୱର୍ଯ୍ୟାଙ୍କୁ ଦେଉଥିଲେ ନିର୍ଯାତନା । ମାଡ ମାରୁଥିଲେ । ଯାହାକି ଅସହ୍ୟ ହୋଇପଡିଥିଲା ଐଶଙ୍କ ପାଇଁ । ସେଥିପାଇଁ ସମ୍ପର୍କକୁ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ ଐଶ ।
ଐଶ୍ୱର୍ଯ୍ୟା ସଲମାନଙ୍କ ପ୍ରେମ କାହାଣୀ:
ଐଶ୍ୱର୍ଯ୍ୟା ରାୟ ଏବଂ ସଲମାନ ଖାନଙ୍କ ପ୍ରେମ କାହାଣୀ ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ‘ହମ ଦିଲ ଦେ ଚୁକେ ସନମ’ର ସେଟରୁ ଆରମ୍ଭ ହୋଇଥିଲା । ପ୍ରଶଂସକମାନେ ଏହି ଦୁଇ କଳାକାରଙ୍କ କେମେଷ୍ଟ୍ରିକୁ ଭଲ ପାଉଥିଲେ । ଏହା ମଧ୍ୟ କୁହାଯାଇଥିଲା ଯେ ପ୍ରଥମେ ଐଶ୍ୱର୍ଯ୍ୟା ରାୟ ତାଙ୍କ ପିତାମାତାଙ୍କ ବିନା ଅନୁମତିରେ ଏହି ସମ୍ପର୍କ ଗଢିଥିଲେ । କିନ୍ତୁ ପରେ କିଛି ଘଟିଲା ଯାହା ଐଶ୍ୱର୍ଯ୍ୟା ଏବଂ ସଲମାନ ଅଲଗା ହୋଇଗଲେ ।
ସଲମାନଙ୍କ କ୍ରୋଧର ଶିକାର ହୋଇଥିଲେ:
କୁହାଯାଏ ଯେ ସଲମାନ ଖାନ ଐଶ୍ୱର୍ଯ୍ୟାଙ୍କୁ ମାନସିକ ଓ ଶାରୀରିକ ଭାବେ ନିର୍ଯାତନା ଦେଉଥିଲେ । ଯଦିଓ ସଲମାନ ଏସବୁକୁ ଅସ୍ୱୀକାର କରିଛନ୍ତି । କିନ୍ତୁ ଐଶ୍ୱର୍ଯ୍ୟା ସର୍ବସାଧାରଣରେ, ଏକ ସାକ୍ଷାତକାରରେ, ଏହା ବିଷୟରେ ଆଶ୍ଚର୍ଯ୍ୟଜନକ ସୂଚନା ଦେଇଥିଲେ । ସେ ସ୍ପଷ୍ଟ କରିଥିଲେ କି ସେ କିପରି ସଲମାନଙ୍କ କ୍ରୋଧର ଶିକାର ହୋଇଥିଲେ ।

୨୦୦୨ରେ, ଯେତେବେଳେ ଐଶ୍ୱର୍ଯ୍ୟା ଏବଂ ସଲମାନ ସେମାନଙ୍କର ସମ୍ପର୍କ ବ୍ରେକ ଅପ୍ ହେଲା, ସେହି ବର୍ଷ ଐଶ୍ୱର୍ଯ୍ୟା ସାକ୍ଷାତକାରରେ କହିଥିଲେ ସେମାନଙ୍କ ସମ୍ପର୍କ ବିଷୟରେ । ଐଶ୍ୱର୍ଯ୍ୟା କହିଥିଲେ ଯେ ସେ ଏବଂ ସଲମାନ ଭାଙ୍ଗି ପଡିଛନ୍ତି । କିନ୍ତୁ ସଲମାନ ଏହାକୁ ଗ୍ରହଣ କରିବାରେ ଅସମର୍ଥ । ଐଶ କହିଥିଲେ ବ୍ରେକଅପ୍ ପରେ ମଧ୍ୟ ସଲମାନ ତାଙ୍କୁ ଛାଡି ନଥିଲେ। ଶାହରୁଖ ଖାନଙ୍କ ଠାରୁ ଅଭିଷେକ ବଚ୍ଚନ ପର୍ଯ୍ୟନ୍ତ ସମସ୍ତଙ୍କ ସହ ତାଙ୍କ ସମ୍ପର୍କ ଥିବା ନେଇ ଅଭିଯୋଗ କରିଥିଲେ ।

ପରେ ଐଶଙ୍କ ନା ବିବେକ ଓବରାୟଙ୍କ ସହ ଯୋଡି ହୋଇଥିଲା । କୁହାଯାଉଥିଲା ଯେ, ବିବେକ ଓବରାଏଙ୍କୁ ବିବାହ କରିବେ ଐଶର୍ଯ୍ୟା । କିନ୍ତୁ ସବୁ ବାଦ ବିବାଦରେ ପୂର୍ଣ୍ଣ ଛେଦ ପକାଇ ଅଭିଷେକଙ୍କୁ ବିବାହ କରିଥିଲେ ବିଶ୍ୱ ସୁନ୍ଦରୀ । ଆଜି ତାଙ୍କର ଜନ୍ମଦିନ । ୪୯ ବର୍ଷରେ ପାଦ ଥାପିଛନ୍ତି ଏହି ଅଭିନେତ୍ରୀ ।

   Related Posts