ବଜାରକୁ ଆସିଲା Airtelର ଦମ୍‌ଦାର ପ୍ଲାନ୍, ପ୍ରତିଦିନ ମିଳିବ ଏତିକି ଡାଟା

Published By : Prameya-News7 Bureau | January 03, 2020 IST

ନୂଆଦିଲ୍ଲୀ ୦୩।୦୧: ଭାରତର ଟେଲିକମ ବଜାରକୁ ଦମଦାର ପ୍ଲାନ ଆଣିଛି ଭାରତୀୟ ଟେଲିକମ ସଂସ୍ଥା ଏୟାରଟେଲ । ଟେଲିକମ ସଂସ୍ଥା ଏୟାରଟେଲ ମାତ୍ର ୨୭୯ ଓ ୩୭୯ଟଙ୍କାର ଦୁଇଟି ପ୍ରିପେଡ ପ୍ଲାନ ଆଣିଛି । ଦୁଇଟି ପ୍ଲାନ ଦ୍ବାରା କିଣିବା ଦ୍ବାରା ଆପଣମାନଙ୍କୁ ଜୀବନ ବୀମା ସହ କ୍ୟାସବ୍ୟାକ ଭଳି ଅଫର ରହିଛି । ଦୁଇଟି ପ୍ରିପେଡ୍ ପ୍ଲାନ ଏୟାରଟେଲର ଓ୍ବେବସାଇଟ୍‌ରେ ଉପଲବ୍ଧ ରହିଛି ।

{"id":206133,"sizeSlug":"large"}

୨୭୯ ଟଙ୍କାର ପ୍ଲାନରେ ଅସୀମିତ କଲ୍ ସହ ୧୦୦ଟି ଏସଏମଏସ ପ୍ରତିଦିନ ରହିଛି । ସେହିପରି ପ୍ରତିଦିନ ୧.୫ଜିବିର ଡାଟା ମଧ୍ୟ ଉପଲବ୍ଧ ଅଛି । ପ୍ଲାନରେ ୪ଲକ୍ଷ ଟଙ୍କାର HDFC ଲାଇଫ ଇନ୍‌ସୁରାନ୍ସର ରହିଛି । ଏହାର ବୈଧତା ୨୮ ପର୍ଯ୍ୟନ୍ତ ରହିବ। Airtel Xstream, Wynk Music, Shaw Academy କୋର୍ସ ଭଳି କ୍ୟାସବ୍ୟାକ ଅଫର ରହିଛି । ଫାସ ଟ୍ୟାଗ୍ କିଣିବା ଦ୍ବାରା ୧୦୦ଟଙ୍କାର କ୍ୟାସବ୍ୟାକ ଅଫର ସାମିଲ ରହିଛି ।

{"id":206134,"width":572,"height":381,"sizeSlug":"large"}

୩୭୯ ଟଙ୍କାର ପ୍ଲାନରେ ଏୟାରଟେଲ ଗ୍ରାହକମାନଙ୍କୁ ଅସୀମିତ ସ୍ଥାନୀୟ ଓ ଏସଟିଡି ଭଏସ କଲ୍ର ସୁବିଧା ମିଳୁଛି । ପ୍ଲାନରେ ମୋଟ ୬ଜିବି ଡାଟା ସହ ୯୦୦ ଏସଏମଏସର ସୁବିଧା ରହିଛି । ପ୍ଲାନର ବୈଧତା ୮୪ଦିନ ରହିଛି । ଏକ ରିପୋର୍ଟ ମୁତାବକ, ଫାସଟାଗ୍‌ କିଣିବା ଦ୍ବାରା Airtel Xstream, Wynk Music ସହିତ ୧୦୦ଟଙ୍କାର କ୍ୟାସ୍‌ବ୍ୟାକ୍‌ । ଏହାସହିତ Shaw Academyର କୋର୍ସ ମଧ୍ୟ ସାମିଲ ଅଛି ।

{"id":206139,"width":576,"height":324,"sizeSlug":"large"}

ଗତବର୍ଷ ଏୟାରଟେଲ୍ ୨୪୯ଟଙ୍କାରେ ଏକ ପ୍ଲାନ ବଜାରକୁ ଆଣିଥିଲା । ଯାହାଦ୍ବାରା HDFC ଲାଇଫ ଇନ୍‌ସୁରାନ୍ସର ଅଫର ରହିଥିଲା । ପ୍ଲାନର ବୈଧତା ୨୮ଦିନ ରହିଥିବା ବେଳେ ୨ଜିବି ଡାଟା , ଅସୀମିତ କଲ୍‌ ଓ ୧୦୦ ଏସଏମଏସ୍‌ ରହିଥିଲା । ସେହପରି କମ୍ପାନୀ ଏହି ପରି ଅଫର ଥିବା ୫୯୯ଟଙ୍କାର ଏକ  ପ୍ଲାନ ଲଞ୍ଚ କରିଥିଲା । ଏହି ପ୍ଲାନରେ ଗ୍ରାହକମାନଙ୍କୁ ୪ଲକ୍ଷ ଟଙ୍କାର ଲାଇଫ ଇନସୁରାନ୍ସ ସହ ପ୍ରତିଦିନ ୨ଜିବି ଡାଟା, ଯେକୌଣସି ନେଟଓ୍ବାର୍କକୁ ଅସୀମିତ କଲ୍, ପ୍ରତିଦିନ ୧୦୦ ଏସଏମଏସ୍ ସାମିଲ ଥିଲା । ପ୍ଲାନର ବୈଧତା ୮୪ଦିନ ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.