ଏୟାର ଏସିଆ ବିମାନର ଜରୁରୀ ଅବତରଣ, ବେଙ୍ଗାଲୁରୁରୁ ଲକ୍ଷ୍ନୌ ଯାଉଥିବାବେଳେ ଦେଖାଦେଇଥିଲା ଯାନ୍ତ୍ରିକ ତ୍ରୁଟି

Published By : Prameya-News7 Bureau | March 11, 2023 IST

ନୂଆଦିଲ୍ଳୀ, ୧୧/୦୩: ବେଙ୍ଗାଲୁରୁରୁ ଲକ୍ଷ୍ନୌ ଯାଉଥିବା ଏୟାର ଏସିଆର ଏକ ବିମାନର ଜରୁରୀ ଅବତରଣ। ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହାକୁ ଜରୁରୀ ଅବତରଣ କରାଯାଇଥିଲା। ସୂଚନା ଅନୁଯାୟୀ, ଶନିବାର ଏୟାର ଏସିଆର ଏଆଇଏକ୍ସ କନେକ୍ଟ ବିମାନ ଉଡ଼ାଣ ଭରିବାର ୧୦ ମିନିଟ୍‌ ପରେ କେମ୍ପେଗୋଡ଼ା ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରଠାରେ ଜରୁରୀ ଅବତରଣ କରିଛି। ଏନେଇ ସୂଚନା ଦେଇଛନ୍ତି ଏୟାର ଏସିଆର ଅଧିକାରୀ।

ମିଳିଥିବା ସୂଚନା ଅନୁଯାୟୀ, ବିମାନ ଆଇ୫-୨୪୭୨ ଶନିବାର ସକାଳ ପ୍ରାୟ ୬.୪୫ ସମୟରେ ଉଡ଼ାଣ ଭରିଥିଲା ଏବଂ ଏହାକୁ ଲକ୍ଷ୍ନୌରେ ସକାଳ ୯ ଟାରେ ଅବତରଣ କରିଥିଲା। କିନ୍ତୁ ଉଡ଼ାଣ ଭରିବାର କିଛି ମିନିଟ୍‌ ପରେ ଏହାକୁ ଅବତରଣ କରିବାକୁ ପଡ଼ିଥିଲା।

ଘଟଣା ବିଷୟରେ ସୂଚନା ଦେଇ ଏଆଇଏକ୍ସ କନେକ୍ଟର ପ୍ରବକ୍ତା କହିଛନ୍ତି, ‘ବେଙ୍ଗାଲୁରୁରୁ ଲକ୍ଷ୍ନୌରୁ ଯାଉଥିବା ବିମାନ ଆଇ୫-୨୪୭୨ ରେ ଯାନ୍ତ୍ରିକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା। ଏହି କାରଣରୁ ବିମାନ ବେଙ୍ଗାଲୁରୁ ଫେରିଆସିଥିଲା। ପ୍ରବକ୍ତା ଆଗକୁ କହିଛନ୍ତି, ‘ପ୍ରଭାବିତ ଯାତ୍ରୀଙ୍କ ପାଇଁ ବୈକଳ୍ପିକ ବ୍ୟବସ୍ଥା କରାଯାଇଥିଲା। ସେହିଭଳି ବିମାନ ଠିକ୍ କରିବାକୁ ପ୍ରୟାସ ଜାରି ରହିଛି।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.