Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଏୟାରବସ୍‌ ପରେ ବୋଇଂ ଠାରୁ ୨୨୦ ବିମାନ କିଣିବ ଏୟାର ଇଣ୍ଡିଆ, ଗୋଟିଏ ଦିନରେ ୪୭୦ଟି ଏୟାରକ୍ରାଫ୍ଟ ଡିଲ୍‌

14/02/2023 at 11:20 PM

ନୂଆଦିଲ୍ଲୀ, ୧୪/୦୨: ଏୟାରବସ୍‌ ପରେ ଏୟାର ଇଣ୍ଡିଆ ୨୨୦ ବୋଇଂ ବିମାନ କଣିବାକୁ ଯାଉଛି। ଏନେଇ ଆମେରିକା ରାଷ୍ଟ୍ରପତି ଭବନ ହ୍ବାଇଟ୍‌ ହାଉସ୍‌ ତରଫରୁ ଏନେଇ ଘୋଷଣା କରାଯାଇଛି। ହୋଇଥିବା ଚୁକ୍ତି ଅନୁଯାୟୀ ଏୟାର ଇଣ୍ଡିଆ ବୋଇଂ ଠାରୁ ୩୪ ବିଲିୟନ ଡଲାରରେ ୨୨୦ ବିମାନ କିଣିବାକୁ ଯାଉଛି। ଏହା ବ୍ୟତୀତ ଆହୁରି ୭୦ ବିମାନ କିଣିବାକୁ ମଧ୍ୟ ବିକଳ୍ପ ରହିବ।

ଏହି ଭଳି ସମୁଦାୟ ଡିଲ୍ ମୂଲ୍ୟ ୪୫.୯ ବିଲିୟନ ଡଲାର ହେବ। ଏହି ଡିଲ୍‌ରେ ୧୯୦ଟି ବି ୭୩୭ ମ୍ୟାକ୍ସ, ୨୦ଟି ବି ୭୮୭ ଏବଂ ୧୦ ଟି ବି୭୭୭ଏକ୍ସ ଏୟାରକ୍ରାଫ୍ଟ ରହିଛି। ଡିଲ୍‌ରେ ଅତିରିକ୍ତ ୫୦ ବୋଇଂ ୭୩୭ ମ୍ୟାକ୍ସ ଏବଂ ୨୦ ବୋଇଂ ୭୮୭ ବିମାନ କିଣିବାକୁ ବିକଳ୍ପ ରହିଛି। ଏହା ବ୍ୟତୀତ ଏୟାର ଇଣ୍ଡିଆ ମଙ୍ଗଳବାର ଏରୋସ୍ପେସ କମ୍ପାନୀ ଏୟାରବସ୍‌ ଠାରୁ ମଧ୍ୟ ୨୫୦ ବିମାନ କଣିବାକୁ ଡିଲ୍‌ କରିଛି।

ଏହି ଡିଲ୍‌କୁ ନେଇ ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଏୟାର ଇଣ୍ଡିଆ-ବୋଇଂ ମଧ୍ୟରେ ଏହି ଡିଲ୍‌ ଘୋଷଣାକୁ ଐତିହାସିକ ବୋଲି କହିଛନ୍ତି ଏବଂ ପିଏମ ମୋଦୀଙ୍କ ସହ ଭାରତ-ଆମେରିକା ସମ୍ବନ୍ଧ ଆହୁରି ପକ୍କା ହୋଇଛି।

ଏୟାର ଇଣ୍ଡିଆ ମଙ୍ଗଳବାର ବୋଇଂ ଏବଂ ଏୟାରବସ୍‌ ଉଭୟକୁ ମିଶାଇ ସମୁଦାୟ ୪୭୦ ବିମାନ କିଣିବା ପାଇଁ ଡିଲ୍‌ କରିଛି। ଏହାକୁ ବ୍ୟବସାୟିକ ବିମାନ ଚଳାଚଳ ଇତିହାସରେ ସବୁଠୁ ବଡ଼ ଡିଲ୍‌ ବୋଲି କୁହାଯାଉଛି।

   Related Posts