ଏୟାର ଇଣ୍ଡିଆରେ ପରିସ୍ରା କରିବା ଘଟଣା; ପଟିଆଲା ହାଉସ୍ କୋର୍ଟରେ ଶୁଣାଣି, ଅଭିଯୁକ୍ତ କହିଲେ ‘ମୁଁ କରିନି ସେ କାମ’

Published By : Prameya-News7 Bureau | January 13, 2023 IST

ନୂଆଦିଲ୍ଲୀ: ଏୟାର ଇଣ୍ଡିଆରେ ବୃଦ୍ଧାଙ୍କ ଉପରେ ପରିସ୍ରା କରିବା ଘଟଣାରେ ଶୁକ୍ରବାର କୋର୍ଟରେ ଶୁଣାଣି ହୋଇଛି । ଦିଲ୍ଲୀ ପୋଲିସ ଦ୍ବାରା ଦାୟର ହୋଇଥିଲା ଯାଚିକା ଉପରେ ପଟିଆଲା ହାଉସ କୋର୍ଟ ଶୁଣାଣି କରିଛନ୍ତି । ଶୁଣାଣି ବେଳେ ଆଭିଯୁକ୍ତ ଶଙ୍କର ମିଶ୍ରା ବୃଦ୍ଧାଙ୍କ ଉପରେ ପରିସ୍ରା କରିନାହାନ୍ତି ବୋଲି କହିଛନ୍ତି ।  

ସୂଚନା ଅନୁଯାୟୀ, କୋର୍ଟରେ ଶୁଣାଣି ବେଳେ ଶଙ୍କର ମିଶ୍ରାଙ୍କ ଓକିଲ ଏହାକୁ ସାମାନ୍ୟ ମାମଲା କହିଥିଲେ । ଜାଣିଶୁଣି ଏହାକୁ ଅଜତା ହଙ୍ଗାମା କରାଯାଉଛି । ଘଟଣା ଘଟିବାର ଗୋଟିଏ ମାସ ପରେ ଥାନାରେ ମାମଲା ରୁଜୁ ହୋଇଛି । ସେପଟେ ଅଭିଯୁକ୍ତ ଶଙ୍କର ମିଶ୍ରା ବୃଦ୍ଧାଙ୍କୁ ଉପରେ ପରିସ୍ରା କରିନାହାନ୍ତି ବୋଲି କହିଥିଲେ । ତାଙ୍କ ସିଟ୍ 8B, ପରିସ୍ରା ହୋଇଛି 8A ସିଟ୍‌ରେ । ଯାତ୍ରୀ ବସିବା ପରେ ବିଜନେସ୍ କ୍ଲାସ୍ ବନ୍ଦ ହୋଇଯାଏ । ଆପଣ ବାହାରକୁ ବାହାରି ପରିବେ ନାହିଁ । ମହିଳା ନିଜେ ପରିସ୍ରା କରି ତାଙ୍କ ଉପରେ ମିଥ୍ୟା ଅଭିଯୋଗ ଆଣିଛନ୍ତି ବୋଲି କହିଛନ୍ତି ଶଙ୍କର ମିଶ୍ରା ।  

ପୋଲିସ୍ ଅଭିଯୁକ୍ତ ଶଙ୍କର ମିଶ୍ରାକୁ ରିମାଣ୍ଡ ନେବା ପାଇଁ ଆବେଦନ କରିଥିଲା । ଘଟଣା ଦିନର ପ୍ରକୃତ ସତ ଜାଣିବାକୁ ରିମାଣ୍ଡ ଦେବାକୁ ପୋଲିସ ଗୁହାରି କରିଥିଲା । ପୋଲିସକୁ ଅଭିଯୁକ୍ତ ଶଙ୍କର ମିଶ୍ର ସହଯୋଗ କରୁନଥିଲେ । ହାଜର ହେବାକୁ କୁହାଯାଇଥିଲା ମଧ୍ୟ ବିଭିନ୍ନ ବାହାନା ଦେଖାଇ ଆସିନଥିଲେ । ତେଣୁ ରିମାଣ୍ଡ ଆବଶ୍ୟକ ଅଛି ପୋଲିସ କହିଥିଲା ।

ସେପଟେ ପରିସ୍ରା ସାମ୍ପୂଲ ଯାଞ୍ଚ କରିବାକୁ ପୋଲିସ ଚାହୁଛି କି ପ୍ରଶ୍ନ କରିଥିଲେ ପଟିଆଲା କୋର୍ଟ । ବିମାନ କ୍ରୁମେମ୍ବରଙ୍କୁ ପଚରାଉଚରା କରିଥିଲେ ସେମାନେ ତଥ୍ୟ ଦେଇଥାନ୍ତେ କେତେ ମାଦ ପରସା ଯାଇଥିଲା । ଆପଣ ବୋଲ୍ଡ ଟେଷ୍ଟ କରି ପାରିବେ ନାହିଁ । ଏଠାରେ ଅପରାଧ ହେଉଛି ଅଭିଯୁକ୍ତ ଶଙ୍କର ମହିଳାଙ୍କ ସାମ୍ନାରେ ପିରସ୍ରା କଲେ ଏବଂ ପୁଣି ଥରେ ନିଜ ସିଟ୍‌କୁ ଚାଲିଯାଇଥିଲେ । ବିମାନରେ ଯାତ୍ରା କରିବା ପୂର୍ବରେ ମଦ୍ୟପାନ କରିଥିଲେ ଏହାର କୌଣସି ପ୍ରସଙ୍ଗିକତା ନାହିଁ । ଏହା ଦୁର୍ଭାବନା ମାମଲା ନୁହେଁ, ତେଣୁ ରିମାଣ୍ଡରେ ନେବାର କ’ଣ ଜରୁରୀ ବୋଲି ପ୍ରଶ୍ନ କରିଥିଲେ କୋର୍ଟ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.