୫ ବର୍ଷ ପୁରୁଣା ଘଟଣାରୁ ମିଳିପାରେ ସୁରାକ ! ଗାଟୱିକ୍ ଦୁର୍ଘଟଣା ସହ ଅହମ୍ମଦାବାଦ ପ୍ଲେନ୍ କ୍ରାସ୍‌ର କ’ଣ ରହିଛି ଲିଙ୍କ୍?

Published By : Prameya-News7 Bureau | June 20, 2025 IST

News7

ନୂଆଦିଲ୍ଲୀ: ଅହମ୍ମଦାବାଦ ପ୍ଲେନ୍ କ୍ରାସ୍‌କୁ ନେଇ ଏବେବି ଅନେକ ଅସମାହିତ ପ୍ରଶ୍ନ। ଏତେ ବଡ଼ ଘଟଣା ଘଟିଲା କିପରି? ପାଇଲଟ୍ ଓ ଇଞ୍ଜିନିୟରମାନେ ଇଞ୍ଜିନ୍ ସମସ୍ୟା ଦେଖିଥିଲେ କି? ଇଲେକ୍ଟ୍ରୋନିକ୍ ମନିଟରରେ କ'ଣ ସତର୍କ କରାଇଥିଲା? ଏହି ଦୁର୍ଘଟଣା କେବଳ ଏକ ଯାନ୍ତ୍ରିକ ତ୍ରୁଟି ନା ଏହା ପଛରେ ଥିଲା ବଡ଼ ଷଡ଼ଯନ୍ତ୍ର ଥିଲା? ବ୍ଲାକ ବକ୍ସକୁ ନେଇ ସତ କାଢୁଛି ତଦନ୍ତକାରୀ ଟିମ୍‌। ସେପଟେ ଏହି ଘଟଣାକୁ ଏବେ ୨୦୨୦ ଗ୍ୟାଟୱିକ୍ ଘଟଣା ସହିତ ତୁଳନା କରାଯାଉଛି।

ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏୟାର ଇଣ୍ଡିଆ ବିମାନ AI-171 ଦୁର୍ଘଟଣାର ତଦନ୍ତ କରୁଥିବା ଟିମ୍ ୨୦୨୦ରେ ଗ୍ୟାଟୱିକ୍‌ରେ ଘଟିଥିବା ସମାନ ଘଟଣାକୁ ଦେଖୁଛନ୍ତି। ଫେବୃଆରୀ ୨୦୨୦ରେ ଏକ ଏୟାରବସ୍ A321ରେ ଉଭୟ ଇଞ୍ଜିନ୍ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଫେଲ୍ୟୁଅର ହୋଇଥିଲା। ଏହି କାରଣରୁ, ବିମାନକୁ ଉଡାଣର ୧୧ ମିନିଟ୍ ପରେ ଗ୍ୟାଟଓ୍ୱିକ୍କୁ ଫେରିବାକୁ ପଡିଲା। ଏହାର ତଦନ୍ତ କରିଥିଲା ୟୁକେ ଏୟାର ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ରାଞ୍ଚ (AAIB)। ତଦନ୍ତରେ ଜଣାପଡିଥିଲା ଯେ ଫ୍ୟୁଏଲ ସିଷ୍ଟମରେ ପ୍ରଦୂଷଣ ଇଞ୍ଜିନ୍ ଫେଲ୍ୟୁଅରର କାରଣ। ଫୁଏଲରେ ପାଣି ମିଶିବା ଯୋଗୁଁ ଏୟାରବସ୍ A321ର ଦୁଇଟି ଇଞ୍ଜିନ୍ ଫେଲ୍ୟୁଅର ହୋଇଥିଲା।  ସବୁଠୁ ବଡ଼ କଥା ହେଲା ସେହି ରାତିରେ ବିମାନ ଉଡ଼ାଣ ପାଇଁ ଅନୁମତି ଦେବା ପୂର୍ବରୁ ଇଞ୍ଜିନିୟରମାନେ କୌଣସି ତ୍ରୁଟି ପାଇନଥିଲେ।

ଜୁନ୍ ୧୨ ତାରିଖର ଦୁର୍ଘଟଣାର ତଦନ୍ତ ଟିମରେ ଭାରତର AAIB, ୟୁକେର AAIB, ଏବଂ ଆମେରିକାର NTSB ସାମିଲ ଅଛନ୍ତି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ବିମାନରେ ବିଦ୍ୟୁତର ଅଭାବ ଉଭୟ ଇଞ୍ଜିନର ଫେଲ୍ୟୁଅର ଦୁର୍ଘଟଣାର ମୁଖ୍ୟ କାରଣ ହୋଇପାରେ। AI-171ର ଭଗ୍ନାବଶେଷ ଏବଂ ଫୁଏଲ ଟ୍ୟାଙ୍କଗୁଡ଼ିକର ରାସାୟନିକ ପରୀକ୍ଷା ଚାଲିଛି। ଯଦି ଫୁଏଲରେ ପାଣି କିମ୍ବା କଳଙ୍କି ତଥା ଜଙ୍କ୍ ମିଳେ, ତେବେ ଏହା ଦୁର୍ଘଟଣାର ଏକ ପ୍ରମୁଖ କାରଣ ହୋଇପାରେ। ଜଣେ ଅଧିକାରୀ କହିଛନ୍ତି ଯେ ଫୁଏଲ ପ୍ରଦୂଷଣ ହେଉଛି ବିଦ୍ୟୁତ୍ ହ୍ରାସ ବା ଇଲେକ୍ଟ୍ରି ବ୍ରେକ୍‌ ଡାଉନର ଏକ ସାଧାରଣ କାରଣ।

ବିମାନର ବ୍ଲାକ୍ ବାକ୍ସ ମିଳିଛି, କିନ୍ତୁ ସେଗୁଡ଼ିକ ନିଆଁ ଏବଂ ବିସ୍ଫୋରଣ ଯୋଗୁଁ ଏତେ କ୍ଷତିଗ୍ରସ୍ତ ହୋଇଛି ଯେ ତଥ୍ୟ ବାହାର କରିବା କଷ୍ଟକର। ତେଣୁ ସେଗୁଡ଼ିକୁ ଆମେରିକାର NTSB ଲ୍ୟାବକୁ ପଠାଇବା ବିଷୟରେ ଆଲୋଚନା ହେଉଛି। ବ୍ଲାକ୍ ବାକ୍ସ ପାଇଲଟ୍‌ଙ୍କ ଶେଷ ବାର୍ତ୍ତାଳାପ, ଇଞ୍ଜିନ୍‌ର ଅବସ୍ଥା ଏବଂ ସିଷ୍ଟମ୍ ବିଷୟରେ ସୂଚନା ପ୍ରଦାନ କରିପାରିବ। ତଦନ୍ତରୁ ଜଣାପଡିଛି ଯେ ରାମ୍ ଏୟାର ଟର୍ବାଇନ୍ RAT, ଯାହା ଇଲେକ୍ଟ୍ରି ଫେଲ ହେଲେ ବ୍ୟାକଅପ୍ ପ୍ରଦାନ କରେ। କିନ୍ତୁ ଏହା ୬୨୫ ଫୁଟ କମ୍ ଉଚ୍ଚତାରେ ସାହାଯ୍ୟ କରିପାରିଲା ନାହିଁ। କାରଣ ସୁରକ୍ଷିତ ଅବତରଣ ପାଇଁ 3600-4900 ଫୁଟ ଉଚ୍ଚତା ଆବଶ୍ୟକ ଥିଲା।

ଦୁର୍ଘଟଣା ଯୋଜନାବଦ୍ଧ ଥିବା ନେଇ ସୋସିଆଲ୍ ମିଡିଆରେ ମଧ୍ୟ ୟୁଜର୍ସ ଦାବି କରିଛନ୍ତି। ଏକ ପୋଷ୍ଟରେ ଦାବି କରାଯାଇଛି ଯେ ଫୁଏଲ ଭାଲବ ବନ୍ଦ ଥିବାରୁ ଦୁର୍ଘଟଣା ଘଟିଛି। ଏଥିରେ ରାଜନୈତିକ ଷଡ଼ଯନ୍ତ୍ର ହୋଇପାରେ। ଅନ୍ୟ ଏକ ପୋଷ୍ଟରେ ପୂର୍ବତନ CIA ଏଜେଣ୍ଟ ସାରା ଆଡାମସ୍ କହିଛନ୍ତି ଯେ ବାହ୍ୟ ଷଡ଼ଯନ୍ତ୍ରର ଦାବି ନେଇ ପ୍ରମାଣ ନାହିଁ। ଦୃଢ଼ ପ୍ରମାଣ ବିନା ଏପରି ଗୁଜବ ନିର୍ଭରଯୋଗ୍ୟ ନୁହେଁ। 

୩୪ଟି ଏୟାର ଇଣ୍ଡିଆ ବୋଇଂ-787 ବିମାନର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି DGCA, ଯାହା ଏୟାର ଇଣ୍ଡିଆର ଭାବମୂର୍ତ୍ତିକୁ ଏକ ବଡ଼ ଆଘାତ ଦେଇଛି। ବିଶ୍ୱ ସ୍ତରରେ, ବ୍ରିଟେନ, କାନାଡା ଏବଂ ପର୍ତ୍ତୁଗାଲର ନାଗରିକଙ୍କ ମୃତ୍ୟୁ ଏହାକୁ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ କରିଛି। ପୂର୍ଣ୍ଣ ତଦନ୍ତ ପରେ ଜଣାପଡିବ ଦୁର୍ଘଟଣା ସତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.