ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ଗୋରୁ ଜୀବନ୍ତ ଦଗ୍ଧ

Published By : Prameya-News7 Bureau | December 02, 2022 IST

ଭଦ୍ରକ ୦୨/୧୨: ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୧୫ ବଖରା ଘର । ଜଳିଗଲେ ଦୁଇ ଗୋମାତା । ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଂଚାୟତର ଆକୁଲି ଗ୍ରାମରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ।

ବିଳମ୍ବିତ ରାତିରେ କୌଣସି କାରଣରୁ ଜୈନିକ ବ୍ୟକ୍ତିଙ୍କ ଘରେ ନିଆଁ ଲାଗିଥିବାରୁ ପଡୋଶୀ ଦେଖିବାକୁ ପାଇଥିଲେ । ନିଶବ୍ଦ ରାତି ହୋଇଥିବାରୁ ନିଆଁ କୁ ଆୟତ କରିବା ପାଇଁ ପଡୋଶୀଙ୍କ ପକ୍ଷ ଅସମ୍ଭବ ହୋଇପଡ଼ିଥିଲା । ଏ ନେଇ ଭଣ୍ଡାରିପୋଖରୀ ଓ ଯାଜପୁର ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା ।

ଖବର ପାଇ ଏକ ଘଣ୍ଟା ପରେ ଅଗ୍ନିଶମ ବିଭାଗ ପହଁଚିଥିଲେ ସୁଧା ସେତେବେଳକୁ ୧୫ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିଲା । ଏଥିରେ ଗୋଟିଏ ମଟର ସାଇକେଲ ସମ୍ପୂର୍ଣ ପୋଡ଼ିଯାଇଥିବା ବେଳେ ଦୁଇଟି ଗୋ ମାତା ପୋଡି ଜୀବନ୍ତ ଦଗ୍ଧ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.