ଭାରତ ଯୋଡ଼ ଯାତ୍ରା ପରେ ଏବେ ପୂର୍ବରୁ-ପଶ୍ଚିମ ଯାତ୍ରା ଆରମ୍ଭ କରିବ କଂଗ୍ରେସ

Published By : Prameya-News7 Bureau | February 26, 2023 IST

ନୂଆଦିଲ୍ଲୀ: କଂଗ୍ରେସ ଭାରତ ଯୋଡ଼ୋ ଯାତ୍ରାରେ କାଶ୍ମୀରରୁ କନ୍ୟାକୁମାରୀ ଯାତ୍ରା କରିବା ପରେ ଏବେ ପୂର୍ବରୁ ପଶ୍ଚିମ ଯାତ୍ରା କରିବାକୁ ଯୋଜନା କରୁଛି। ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ଏହି ସୂଚନା ଦେଇଛନ୍ତି।

ଏନେଇ ଖବର ସରବରାହ ସଂସ୍ଥା ପିଟିଆଇରେ ମଧ୍ୟ ଖବର ପ୍ରକାଶ ପାଇଛି। ଭାରତ ଯୋଡ଼ୋ ଯାତ୍ରା କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଏକ ବୃହତ ପଦଯାତ୍ରା କରାଯାଇଛି। ଏବେ ପୂର୍ବରୁ ପଶ୍ଚିମ ଯାତ୍ରା ଆରମ୍ଭ ହେବ। ଅରୁଣାଚଳ ପ୍ରଦେଶର ପଶିଘାଟରୁ ଯାତ୍ରା ଆରମ୍ଭ ହୋଇ ଗୁଜାରଟର ପୋରବନ୍ଦର ପର୍ଯ୍ୟନ୍ତ ଯାତ୍ରା ଶେଷ ହେବ ବୋଲି ପିଟିଆଇ ରିପୋର୍ଟ ପ୍ରକାଶ କରିଛି।

ସୂଚନା ଥାଉକି ପୂର୍ବରୁ କଂଗ୍ରେସ ଦ୍ୱାରା ଭାରତ ଯୋଡ଼ୋ ଯାତ୍ରା କରାଯାଇଥିଲା। ଏହି ଯାତ୍ରା ଗତବର୍ଷ ସେପ୍ଟେମ୍ବର ୭ ତାରିଖରେ କନ୍ୟାକୁମାରୀରୁ ଆରମ୍ଭ ହୋଇ ୨୦୨୩ ଜାନୁଆରୀ ୩୦ ତାରିଖରେ ଶ୍ରୀନଗରରେ ଶେଷ ହୋଇଥିଲା।

ସୂଚନା ଥାଉକି ପୂର୍ବରୁ କଂଗ୍ରେସ ଦ୍ୱାରା ଭାରତ ଯୋଡ଼ୋ ଯାତ୍ରା କରାଯାଇଥିଲା। ଏହି ଯାତ୍ରା ଗତବର୍ଷ ସେପ୍ଟେମ୍ବର ୭ ତାରିଖରେ କନ୍ୟାକୁମାରୀରୁ ଆରମ୍ଭ ହୋଇ ୨୦୨୩ ଜାନୁଆରୀ ୩୦ ତାରିଖରେ ଶ୍ରୀନଗରରେ ଶେଷ ହୋଇଥିଲା। ଏହି ଯାତ୍ରା ସମୟରେ ରାହୁଲ ଗାନ୍ଧୀ ୧୩ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ ୪ ହଜାର କିମି ପଦଯାତ୍ରା କରିଥିଲେ।    

କଂଗ୍ରେସ ଭାରତ ଯୋଡ଼ୋ ଯାତ୍ରାକୁ ସଫଳ ବୋଲି କହିଛି। ବିଜେପି ସରକାର ଦେଶର ସବୁ ଛୋଟବଡ଼ ସଂସ୍ଥାକୁ ଅକ୍ତିଆର କରିନେଇଛି। ଏଥିପାଇଁ ଦଳ ପଦଯାତ୍ରା କରି ଲୋକଙ୍କ ପାଖରେ ପହଞ୍ଚିବାକ ବାଧ୍ୟ ହେଲା ବୋଲି କଂଗ୍ରେସ କହିଛି। ଏହି ଯାତ୍ରା ଦଳ ପାଇଁ ଏକ ଟର୍ଣ୍ଣିଂ ପଏଣ୍ଟ ସାବ୍ୟସ୍ତ ହୋଇଛି ବୋଲି ଗତକାଲି ସୋନିଆ ଗାନ୍ଧୀ କହିଥିଲେ। ଭାରତ ଯୋଡୋ ଯାତ୍ରାରେ ଅନେକ ବରିଷ୍ଠ ନେତାଙ୍କ ସହିତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.